fbpx

ଓଲଟିଲା ଯାତ୍ରୀବାହୀ ବସ୍ ;୧୦ରୁ ଅଧିକ ଆହତ ,୨ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ନିକଟରେ ଘଟିଯାଇଛି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଫଳରେ ୧୦ ଜଣରୁ ଅଧିକ ଲୋକ ଆହାତ ହୋଇଥିବାବେଳେ ୨ ଜଣ ଗୁରୁତର ଆହାତ ହୋଇଛନ୍ତି । ତେବେ ସମସ୍ତ ଆହାତମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗିରରୁ ଭୁବନେଶ୍ୱର ଆସୁଥିବା ଏକ ଯାତ୍ରୀବାହୀ ବସ୍ ଖୋର୍ଦ୍ଧା ବାଘମାରୀ ନିକଟରେ ନିଜର ଭାରସ୍ୟାମ ହରାଇ ଓଲଟି ପଡିଥିଲା । ଫଳରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୦ ଜଣରୁ ଉର୍ଦ୍ଧ ଯାତ୍ରୀ ଆହାତ ହୋଇଥିଲେ ଏବଂ ୨ଜଣ ଗୁରୁତର ଆହାତ ହୋଇଥିଲେ । ଗୁରୁତର ଆହାତମାନଙ୍କୁ ଭୁବନେଶ୍ୱର ସ୍ତାନାନ୍ତର କରାଯାଇଛି । ଏଥିସହିତ ଅନ୍ୟ ଆହାତମାନଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ତେବେ ଏହି ବସରେ ପାଖାପାଖି ୪୦ ଜଣ ଯାତ୍ରୀ ଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇ ବାଘମାରୀ ପୋଲିସ ଏବଂ ଅଗ୍ନିଶମ ବାହିନୀ ଧଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.