fbpx

ପୃଥିବୀ ଆଡ଼କୁ ମାଡି ଆସୁଛି ଚାଇନା ରକେଟ, ଭୟରେ ଏୟାରପୋର୍ଟ ବନ୍ଦ କଲା ଏହି ଦେଶ

ନୂଆଦିଲ୍ଲୀ: ଚୀନ ମହାକାଶ ସଂସ୍ଥା ରକେଟ୍ ଲଞ୍ଚରେ ବିଫଳ ହେବା ଏବେ କେତେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେବା ପରେ ସ୍ପେନ୍ ସରକାର ଦେଶରେ ଏନେକ ଏୟାରପୋର୍ଟକୁ ବନ୍ଦ କରି ଦେଇଛନ୍ତି । ରିପୋର୍ଟ ଅନୁସାରେ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ, ଏହି ଅନିୟନ୍ତ୍ରିତ ୨୩ ଟନ୍ ବିଶିଷ୍ଟ ଚୀନ୍ ରକେଟ୍ ଦ୍ରୁତ ଗତିରେ ପୃଥିବି ଆଡ଼କୁ ଆସୁଛି । ଏହାର ଭଗ୍ନାବଶେଷ କୌଣସି ମୁହୁର୍ତ୍ତରେ ପୃଥିବି ଉପରେ ପଡ଼ିପାରେ ।

ତେବେ ଏପର୍ଯ୍ୟନ୍ତ ଏହା କାହାକୁ ଜଣାନାହିଁ ଯେ, ଏହା କେଉଁଠାରେ ପଡ଼ିବ । କୁହାଯାଉଛି ଯେ, ଏହାର ଭଗ୍ନାବଶେଷ ୟୁରୋପର ମହାଦେଶରେ ପଡ଼ିପାରେ । ଏହାକୁ ନଜରରେ ରଖି ୟୁରିପୀୟ ଦେଶ ଗୁଡ଼ିକରେ ସତର୍କତା ଅବଲମ୍ବନ କରାଯାଉଛି । ଏହାକୁନଜରରେ ରଖି ସ୍ପେନ୍ ସରକାର ଐତିହାସିକ ନିଷ୍ପତି ସହ ଦେଶର ଅନେକ ଏୟାରପୋର୍ଟ ପରିଚାଳନା ବନ୍ଦ କରି ଦେଇଛନ୍ତି। ସୂଚନା ଅନୁସାରେ ସୋମବାର ଅପରାହ୍ଣରେ ଚୀନ୍ ରକେଟ୍ ମେଙ୍ଗସନ୍ ଦକ୍ଷିଣ ଦ୍ୱୀପପୁଞ୍ଜ ହୈନାନରେ ଥିବା ୱେଞ୍ଚାଙ୍ଗ ସାଟେଲାଇଟ୍ ଲଞ୍ଚ ସେଣ୍ଟରରୁ ଏହା ଉତ୍‌କ୍ଷେପଣ କରାଯାଇଥିଲା । ଚୀନ ବୈଜ୍ଞାନିକଙ୍କ ସୂଚନା ମୁତାବକ ୨୩ ଟନ୍‌ର ଏହି ରକେଟ୍‌କୁ ଅନ୍ତରୀକ୍ଷରେ ପହଞ୍ଚିବାକୁ ପ୍ରାୟ ୧୩ ଘଣ୍ଟା ସମୟ ଲାଗିବ ।

ତେବେ ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ, ଏହି ରକଟେ୍ ୫ ନଭେମ୍ବରରେ ବାୟୁମଣ୍ଡଳରେ ହିଁ ଧ୍ୱଂସ ହୋଇଯିବ । କିନ୍ତୁ ଏହାର ଭଗ୍ନାବଶେଷ ଆସି ପୃଥିବିରେ ପଡ଼ିବ । ସୂଚନାଯୋଗ୍ୟ ପୁର୍ବରୁ ମଧ୍ୟ ଚୀନ୍‌ର ଅନେକ୍ ରକେଟ୍ ଏହାର ନିୟନ୍ତ୍ରଣ ବାହାରକୁ ଚାଇଲିଯାଇଛନ୍ତି । ଚଳିତ ବର୍ଷ ଜୁଲାଇ ମାସରେ ମଧ୍ୟ ଏକ ରକେଟ୍ ଲଞ୍ଚ ହେବାପରେ ଆସି ପୃଥୀବିରେ ପଡ଼ିଥିଲା । ସେ ସମୟରେ ହୋର ଭଗ୍ନାବଶେଷ ଆସି ମାଲେସିଆ ଏବଂ ଏହାର ଆଖପାଖ ଅଞ୍ଚଳରେ ପଡ଼ିଥିଲା ।

Get real time updates directly on you device, subscribe now.