fbpx

ପାକିସ୍ତାନ ଫେରନ୍ତାଙ୍କୁ ଯୋଗାଇ ଦିଆଯାଉ ବିଜୁଳି କନେକ୍ସନ, ଦିଲ୍ଲୀ ହାଇକୋର୍ଟ ରାୟ

ନୂଆଦିଲ୍ଲୀ: ପାକିସ୍ତାନରେ ଧର୍ମ ଗଣ୍ଡଗୋଳ ଓ ବିଭିନ୍ନ ଅତ୍ୟାଚାର ସହି ନପାରି ଭାରତକୁ ଫେରିଥିବା ହିନ୍ଦୁଙ୍କୁ ବିଜୁଳି କନେକ୍ସନ ଦିଆଯିବାକୁ ନେଇ ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଣାଇଛି । ଦୁଇଶହ ହିନ୍ଦୁ ପରିବାରଙ୍କ ଦୟନୀୟ ସ୍ଥତିକୁ ନେଇ ଦିଲ୍ଲୀ ହାଇକୋର୍ଟ ଏହି ଶୁଣାଣି କରିଛି । ଦିଲ୍ଲୀରେ ବିଜୁଳି ଯୋଗାଣ କରୁଥିବା କମ୍ପାନୀ ଟାଟା ପାୱାର ଦିଲ୍ଲୀ ଡିଷ୍ଟ୍ରିବ୍ୟୁସନ ଲିମିଟେଡକୁ ୩୦ଦିନ ମଧ୍ୟରେ ବିସ୍ଥାପିତ ହିନ୍ଦୁଙ୍କୁ ବିଜୁଳି କନେକସନ ଦିଆଯିବାକୁ ନିର୍ଦ୍ଦେଶ କରାଯାଇଛି ।

ଏନେଇ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଓ ବିଚାରପତି ସୁବ୍ରମଣ୍ୟମ ପ୍ରସାଦ ଖଣ୍ଡପୀଠରେ କହିଛନ୍ତି ଯେ, ଯେଉଁ ମାନଙ୍କୁ ବିଜୁଳି ଦିଆଯିବ ସେମାନଙ୍କ ଆଧାରକାର୍ଡ କିମ୍ବା ଦୀର୍ଘକାଳୀନ ଭିସା ଏଠାରେ ଦାଖଲ କରିବା ପାଇଁ ପଡିବ । ଏହି ଆଧାରରେ ସେମାନେ ବିଜୁଳି କନେକ୍ସନ ପାଇଁ ଆବେଦେନ କରିପାରିବେ । ତେବେ ଏହା ପୂର୍ବରୁ ଟାଟା କମ୍ପାନୀ ସେମାନଙ୍କୁ ବିଜୁଳି ଦେବା ପାଇଁ ସେମାନେ ରହୁଥିବା ଜମିର ମାଲିକାନା କାଗଜ ପ୍ରଦାନ କରିବାକୁ ଦାବି କରୁଥିଲା । ଏହି ଆଧାରରେ କମ୍ପାନୀ ସେମାନଙ୍କୁ ବିଜୁଳି କନେକ୍ସନ ଦେଉ ନଥିଲା ।

ଦେଖିବାକୁ ଗଲେ ଏହି ଦିନ୍ଦୁ ପରିବାର ଗୁଡିକ ପାକିସ୍ତାନରେ ନିଜର ଧର୍ମ ନ ବଦଳାଇ ଭାରତକୁ ଫେରିଆସିଥିଲେ । ବର୍ତ୍ତମାନ ସେମାନେ ପ୍ରତିରକ୍ଷା ମନ୍ତ୍ରଣାଳୟର ଜମିରେ ରହୁଛନ୍ତି । ତେବେ ବିଜୁଳି କନେକ୍ସନ ପାଇଁ କେନ୍ଦ୍ରସରକାର ନୋ ଅବଜେକ୍ସନ ସାର୍ଟିଫିକେଟ ଦେଇସାରିବା ପରେ ମଧ୍ୟ କଂପାନୀ ସେମାନଙ୍କୁ ବିଜୁଳି କନେକ୍ସନ ଦେଉନଥିଲା । ହେଲେ ଦିଲ୍ଲୀ ହାଇକୋର୍ଟ ଘୋଷଣା କରିଛି କି ଯଦି କେନ୍ଦ୍ର ସେମାନଙ୍କୁ ବିଜୁଳି ଦେବା ନେଇ ନୋ ଅନଜେକ୍ସନ ସାର୍ଟିଫିକେଟ ଦେଇଛି ତେବେ ସେମାନଙ୍କୁ ବିଜୁଳି ଦେବାରେ କିଛି ଅଶୁବିଧା ନାହିଁ ।

Get real time updates directly on you device, subscribe now.