fbpx

PGCIL ପକ୍ଷରୁ ବାହାରିଲା ୮୦୦ ପଦବୀ: ଶୀଘ୍ର ଅନଲାଇନରେ ଆବେଦନ କରନ୍ତୁ

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭଲ ଖବର ଆସିଛି । ପାୱାର ଗ୍ରୀଡ୍ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (ପିଜିସିଆଇଏଲ) ପକ୍ଷରୁ ୮୦୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଫିଲ୍ଡ ଇଞ୍ଜିନିୟର ଓ ଫିଲ୍ଡ ସୁପରଭାଇଜର ପଦବୀରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ ।

ଫିଲ୍ଡ ଇଞ୍ଜିନିୟର (ଇଲେକ୍ଟ୍ରିକାଲ / ଇଆଣ୍ଡଟି / ଆଇଟି) ପଦବୀ ପାଇଁ ୪୦୦ ଟଙ୍କା, ଫିଲ୍ଡ ସୁପରଭାଇଜର (ଇଲେକ୍ଟ୍ରିକାଲ / ଇଆଣ୍ଡସି) ପଦବୀ ପାଇଁ ୩୦୦ ଟଙ୍କା ଜମା କରିବାକୁ ପଡ଼ିବ । ଏସସି / ଏସଟି / ପିଡବ୍ଲ୍ୟୁବିଡି / ଏକ୍ସ-ଏସଏମ ପ୍ରାର୍ଥୀଙ୍କୁ କୌଣସି ପ୍ରକାରର ଦେୟ ଦେବାକୁ ପଡ଼ିବ ନାହିଁ । ଆସନ୍ତା ୨୧ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ଡିସେମ୍ବର ୧୧ ତାରିଖରେ ସମାପ୍ତ ହେବ ।

ପ୍ରାର୍ଥୀଙ୍କର ସର୍ବାଧିକ ବୟସ ସୀମା ୨୯ ବର୍ଷ ରହିଥିବା ବେଳେ ବୟସ ନିୟମ ଅନୁଯାୟୀ କୋହଳ କରାଯିବ । ପ୍ରାର୍ଥୀଙ୍କର ବୟସସୀମା, କାର୍ଯ୍ୟ ଅଭିଜ୍ଞତା ୨୦୨୨ ମସିହା ଡିସେମ୍ବର ୧୧ ତାରିଖ ସୁଦ୍ଧା ହିସାବକୁ ନିଆଯିବ । ଇଣ୍ଟରଭ୍ୟୁ / ସ୍କ୍ରିନିଂ ଟେଷ୍ଟ ତାରିଖ ୱେବସାଇଟରେ ଅଲଗା ଭାବେ ସୂଚିତ ଦିଆଯିବ ।

ଅନଲାଇନ ଆବେଦନ ଲିଙ୍କ: Available on 21.11.2022

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/11/Detailed-Notification-PGCIL-Field-Engineer-and-Filed-Supervisor-Posts.pdf

ଅଫିସିଆଲ ୱେବସାଇଟ ଲିଙ୍କ: www.powergrid.in

Get real time updates directly on you device, subscribe now.