fbpx

ପ୍ରଚଣ୍ଡ ଶବ୍ଦରେ ଥରିଲା ଓଡ଼ିଶାର ୩ ଜିଲ୍ଲା: ଭୟରେ ଘରୁ ବାହାରି ଆସିଲେ ଭଦ୍ରକ, ଯାଜପୁର ଓ କେନ୍ଦୁଝରର ଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଦ୍ମୁପର ନିର୍ବାଚନ ଓ ଅର୍ଚ୍ଚନା ନାଗ ଭଳି ଗରମାଗରମ ମାମଲା ଚାଲିଥିବା ବେଳେ ଘଟିଯାଇଛି ଏକ ଅଘଟଣା । ପ୍ରଚଣ୍ଡ ଶବ୍ଦରେ ଥରିଉଠିଛି ଭଦ୍ରକ, ଯାଜନୁପର ଓ କେନ୍ଦୁଝର ଅଞ୍ଚଳ । ବଡ଼ ବୋମା ଭଳି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦରେ ସମଗ୍ର ଅଞ୍ଚଳ ଥରିଉଠିଛି । ଏହା ଫଳରେ ଭୟରେ ଘର ଭିତରୁ ଲୋକମାନେ ବାହାରକୁ ଚାଲିଆସିଥିବା ସୂଚନା ମିଳିଛି ।

ତେବେ ଏହି ଶବ୍ଦ ପ୍ରକୃତରେ କ’ଣ ଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଲୋକମାନେ ମଧ୍ୟ ଏହି ଶବ୍ଦ ଶୁଣି ଭୟଭୀତ ହୋଇପଡ଼ିଥିଲେ । ତେବେ ସେଠାରେ ଅନେକ ବଡ଼ ବଡ଼ ଷ୍ଟିଲ କମ୍ପାନୀଗୁଡ଼ିକ ଅଛି । ସେଥିରୁ ମଧ୍ୟ କିଛି ବିସ୍ଫୋରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଏପର୍ଯ୍ୟନ୍ତ କୌଣସି ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଏହା ଏବେ ସନ୍ଦେହ ଘେରକୁ ଆସିଛି ।

ସୂଚନା ମୁତାବକ, ବୁଧବାର ଦିନ ୧୧ଟାରେ ଏହି ତିନୋଟି ଜିଲ୍ଲାରେ ହଠାତ୍‌ ଏକ ଭୟଙ୍କର ଶବ୍ଦ ଆସିଥିଲା । ଯାହାଫଳରେ ଲୋକେ ଭୟଭୀତ ହୋଇଯାଇଥିଲା । କିନ୍ତୁ ଏହାର ୧୦ ମିନିଟ୍‌ ଭିତରେ ଆଉ ଏକ ଶବ୍ଦ ହୋଇଥିଲା । ବୋମାମାଡ଼ ଭଳି ଭୟଙ୍କର ଶବ୍ଦରେ ଥରିଥିଲା ପୁରା ଅଞ୍ଚଳ। ୧୦୦ କିମି ଦୂରତା ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ ଅନୁଭୂତ ହୋଇଛି। ପ୍ରଚଣ୍ଡ ଶବ୍ଦ ହେବା ଫଳରେ ଏହି ସବୁ ଅଞ୍ଚଳର କିଛି ଘର କବାଟ ଥରିଥିଲା ।

Get real time updates directly on you device, subscribe now.