fbpx
BSKY
BJD SHG SKY
BJD YOUTH SKY

ଛୋଟେଇକୁ ନେଇ ଆମଜାନର ସଫେଇ: କାହାକୁ ବାହାର କରାଯାଇନାହିଁ, ସ୍ବେଚ୍ଛାକୃତ ଭାବରେ ବିଦାୟ ନେଇଛନ୍ତି କର୍ମଚାରୀ

ନୂଆଦିଲ୍ଲୀ: ଆମେରିକାରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବା ବେଳେ ଫେସବୁକ, ଟୁଇଟର ପରେ ଆମଜାନ କମ୍ପାନୀର ବଡ ଧରଣର ଛୋଟେଇର ଖବର ଆସିଥିଲା। ଯାହାକୁ କମ୍ପାନୀ ଏବେ ଖଣ୍ଡନ କରିଛି। ଶୁକ୍ରବାର ୪୦ ଟି ଦେଶରେ ଗୋଦାମ କର୍ମଚାରୀଙ୍କ ଷ୍ଟ୍ରାଇକ୍ ମଧ୍ୟରେ ଟେକ୍ କମ୍ପାନୀ ପ୍ଲାଟଫର୍ମ ଆମାଜନ ସ୍ପଷ୍ଟ କରିଛି ଯେ, ଏହା କାହାକୁ ଛୋଟେଇ କରି ନାହିଁ, ‘କିଛି ଲୋକ ସ୍ୱଇଚ୍ଛାରେ ଚାକିରୀ ଛାଡିଛନ୍ତି’ କମ୍ପାନୀ ଛାଡିଛନ୍ତି।

ସୂତ୍ର ଅନୁଯାୟୀ, ଆମାଜନ କର୍ମଚାରୀଙ୍କୁ ବରଖାସ୍ତ କରିବା ସଂପୂର୍ଣ୍ଣ ଭୁଲ ବୋଲି କହିଛି। ଗଣମାଧ୍ୟମ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଆମାଜନ କହିଛନ୍ତି ଯେ, ସେ କାହାକୁ ବରଖାସ୍ତ କରିନାହାଁନ୍ତି, କିନ୍ତୁ କିଛି କର୍ମଚାରୀ। କମ୍ପାନୀର ସ୍ବେଚ୍ଛାକୃତ ଅବସର ନେଇଛନ୍ତି। ଯୁକ୍ତରାଷ୍ଟ୍ର, ବ୍ରିଟେନ, ଭାରତ, ଜାପାନ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଏବଂ ୟୁରୋପରେ ଶ୍ରମିକମାନେ ଜୀବିକା ସଙ୍କଟ ବଢୁଥିବା ସମୟରେ ଉତ୍ତମ ବେତନ ଏବଂ କାର‌୍ୟ୍ୟ ପରିସ୍ଥିତି ଦାବି କରୁଛନ୍ତି। ଏହି କର୍ମଚାରୀମାନେ ‘ମେକ୍ ଆମାଜନ୍ ପେ’ ନାମକ ଏକ ଅଭିଯାନ ଚଳାଉଛନ୍ତି।

Get real time updates directly on you device, subscribe now.