fbpx

ଖେଳୁଥିବା ସମୟରେ ମଇଦାନରେ ଟଳି ପଡିଥିଲେ ଏହି ୬ କ୍ରିକେଟର; ଜାଣନ୍ତୁ ସେମାନଙ୍କ ନାଁ ଆଉ ମୃତ୍ୟୁର କାରଣ

ନୂଆଦିଲ୍ଲୀ: ଆଜକୁ ୫ ବର୍ଷ ତଳେ ଅର୍ଥାତ ୨୭ ନଭେମ୍ବର ୨୦୧୪ ରେ ଜଣେ କ୍ରିକେଟରଙ୍କର ମୃତ୍ୟୁ ହୋଇଥିଲା । ଯାହାଙ୍କ ନାମ ହେଉଛି ଫିଲିପ ହ୍ୟୁଜ୍ । ତେବେ ଏହି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଏକ ମ୍ୟାଚ୍ ଖେଳିବା ସମୟରେ, ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଫଳରେ ଫିଲିପ ହ୍ୟୁଜ୍ କ୍ରିକେଟ ମଇଦାନରେ ହିଁ ଟଳି ପଡିଥିଲେ । ତେବେ ଏହି ମ୍ୟାଚ୍ ସିଡନୀରେ ଦକ୍ଷିଣ ଅଷ୍ଟ୍ରେଲିଆ ଏବଂ ନ୍ୟୁ ସାଉଥ ୱେଲ୍ସ ମଧ୍ୟରେ ଖେଳାଯାଇଥିଲା । କେବଳ ଫିଲିପ ହ୍ୟୁଜ ନୁହଁନ୍ତି, ବରଂ ଅନ୍ୟ ଏହିପରି ୫ ଜଣ ଖେଳାଳି ଅଛନ୍ତି ଯେଉଁମାନେ ଖେଳ ସମୟରେ ହିଁ ଦୁନିଆରୁ ବିଦାୟ ନେଇଛନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଖେଳାଳିଙ୍କ ନାଁ ଏବଂ ସେମାନଙ୍କ ମୃତ୍ୟୁର କାରଣ ।

୧- ଫିଲିପ ହ୍ୟୁଜଙ୍କୁ ବୋଲର ଶନ୍ ଆବଟ୍ଟ ଏକ ବାଉନ୍ସର୍ ବୋଲିଂ କରିଥିଲେ । ଯାହା ସିଧାସଳଖ ହ୍ୟୁଜଙ୍କ ମୁଣ୍ଡରେ ବଲ ବାଜିଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ। ଏହି ଦୁର୍ଘଟଣା ପରେ ହ୍ୟୁଜ୍ ୩ ଦିନ କୋମାରେ ରହି ୨୭ ନଭେମ୍ବରରେ ମୃତ୍ୟୁ ବରଣ କରିଥିଲେ। ସେତେବେଳେ ଫିଲିପ ହ୍ୟୁଜଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଥିଲା।

୨- ସେହିପରି ମେ ୬, ୨୦୨୧ ରେ, ଇଂଲଣ୍ଡରେ ମଧ୍ୟ ଏକ ଦୁଃଖଦ ଘଟଣା ଘଟିଥିଲା । ନେଟ ଅଭ୍ୟାସ ସମୟରେ ୨୪ ବର୍ଷୀୟ କ୍ରିକେଟର ଜୋଶୁଆ ଡୋୱିନ୍ ହଠାତ୍ ହୃଦଘାତର ଶିକାର ହୋଇଥିଲେ । ଫଳରେ ତାଙ୍କର ଘଟଣାସ୍ଖଳରେ ହିଁ ମୃତ୍ୟୁ ହୋଇଥିଲା । ତେବେ ସେ ଅଲିମ୍ପିକ୍ ଜିମ୍ନାଷ୍ଟ ବେକି ଡୋୱିନ ଏବଂ ଏଲି ଡୋୱିନଙ୍କ ଭାଇ ଥିଲେ ।

୩-ଏତତ୍ ବ୍ୟତୀତ ଭାରତୀୟ କ୍ରିକେଟ୍ ଦଳର ଖେଳାଳି ରମଣ ଲାମ୍ବା ମଧ୍ୟ ଏକ ମ୍ୟାଚ୍ ଖେଳୁଥିବା ସମୟରେ ହିଁ ଦୁନିଆରୁ ବିଦାୟ ନେଇଥିଲେ । ସେ ଏକ ମ୍ୟାଚରେ ଫିଲ୍ଡିଂ କରୁଥିବା ବେଳେ ବଲଟି ତାଙ୍କ ମୁଣ୍ଡରେ ବାଜିଥିଲା । ଫଳରେ ଲାମ୍ବା କ୍ରିକେଟ୍ ମଇଦାନରେ ହିଁ ଅଚେତ ହୋଇଯାଇଥିଲେ । ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ବୋଲି ଘୋଷଣା କରିଥିଲେ । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ବୟସ ହୋଇଥିଲା ।

୪-ତେବେ ଇଂଲଣ୍ଡର କ୍ରିକେଟର ରିଚାର୍ଡ ବିମୋଣ୍ଟ ଖେଳୁଥିବା ସମୟରେ ହିଁ ନିଜର ପ୍ରାଣ ହରାଇଥିଲେ । ୨୦୧୨ ମସିହାରେ ଖେଳ ପଡିଆରେ ତାଙ୍କୁ ହଠାତ୍ ହାର୍ଟ ଆଟାକ୍ ଆସିଥିଲା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତ୍ୟୁ ବେଳକୁ ରିଚାର୍ଡଙ୍କୁ ମାତ୍ର ୩୩ ବର୍ଷ ବୟ, ହୋଇଥିଲା ।

୫-ଏହିସବୁ ଖେଳାଳିଙ୍କ ବ୍ୟତୀତ ପାକିସ୍ତାନୀ କ୍ରିକେଟର ଜୁଲଫିକର ଭଟ୍ଟୀଙ୍କର ମଧ୍ୟ କ୍ରିକେଟ୍ ମଇଦାନରେ ହିଁ ମୃତ୍ୟୁ ହୋଇଛି । ତେବେ ଜିଲଫିକର ଏକ ଘରୋଇ ମ୍ୟାଚ୍ ଖେଳୁଥିବା ସମୟରେ ତାଙ୍କ ଛାତିରେ ଏକ ବଲ୍ ବାଜିଥିଲା । ଫଳରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ପହଞ୍ଚିବା ମାତ୍ରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ତେବେ ଜୁଲଫିକର ଖୁବ୍ କମ ବୟଷରେ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଲେ । ତାଙ୍କୁ ମୃତ୍ୟୁ ବେଳକୁ ମାତ୍ର ୨୨ ବର୍ଷ ହୋଇଥଲା ।

୬-ଏତତ୍ ବ୍ୟତୀତ ବିଗତ ବର୍ଷ ଅର୍ଥାତ ୨୦୨୧ ମସିହା ଫେବୃଆରୀ ୧୭ ତାରିଖରେ ପୁଣେରେ ଏକ ମ୍ୟାଚ୍ ଖେଳୁଥିବା ବେଳେ ହଠାତ୍ ହୃଦଘାତରେ ଜଣେ ଖେଳାଳିଙ୍କର ମୃତ୍ୟୁ ହୋଇଥିଲା । ଯାହାଙ୍କ ନାମ ହେଉଛି ବାବୁ ନାଲାୱାଡେ । ମୃତ୍ୟୁ ବେଳକୁ ନାଲାୱାଡେଙ୍କ ବୟସ ୪୭ ବର୍ଷ ଥିଲା । ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କୁର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.