fbpx

Indo-Pak ବର୍ଡର ହେବ ଶକ୍ତିଶାଳୀ: ଲାଗିବ ୧୪୦୦ ଥର୍ମାଲ ସେନସର, ୧୦୦ ଡ୍ରୋନ, ୫୫୦୦ ସୁରକ୍ଷା କ୍ୟାମେରା, ଲାଗୁ ହେବ ଇସ୍ରାଏଲ୍ ଫର୍ମୂଲା

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମାକୁ ନେଇ କେନ୍ଦ୍ର ସରକାର ନୂଆ ପ୍ଲାନିଂ କରିଛନ୍ତି । ଅତ୍ୟାଧୁନିକ ଥର୍ମାଲ ସେନସର, ଡ୍ରୋନ, ସୁରକ୍ଷା କ୍ୟାମେରା ଲଗାଯାଇ ବର୍ଡରକୁ ଇସ୍ରାଏଲ ଫର୍ମୂଲାରେ ଶକ୍ତିଶାଳୀ କରାଯିବ । ଏହାଦ୍ୱାରା ବହୁ ଦୂରରେ ଥିବା ଶତ୍ରୁପକ୍ଷ ଉପରେ ସହଜରେ ନଜର ରଖିହେବ । ଏଥିପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ । ସେଥିପାଇଁ, କ୍ୟାମେରା, ଡ୍ରୋନ ଓ ହ୍ୟାଣ୍ଡ ହେଲଡ ଥର୍ମାଲ ଇମେଜର ମଗାଯାଇଛି ।

ବିଏସଏଫ ନିର୍ଦ୍ଦେଶକ ଜେନେରାଲ ପଙ୍କଜ କୁମାର ସିଂହଙ୍କ ମୁତାବକ, ପଶ୍ଚିମ ସୀମା (ପାକିସ୍ତାନ)ରେ ଅଧିକାଂଶ ସମୟରେ ବେଆଇନ ଓ ଅବୈଧ କାର୍ଯ୍ୟକଳାପ ଜାରି ରହିଥାଏ । ଏହା ଦେଶ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ବର୍ତ୍ତମାନ ସୈନ୍ୟ ବଳ ପାଖରେ ଫୁଲ-ଫ୍ରୁଫ ସିଷ୍ଟମ ନଥିବାରୁ ଆମେ ପାକିସ୍ତାନ ଡ୍ରୋନର ଉଚିତ ଦେଇ ପାରୁନାହୁଁ ।

ତେବେ ଆଗାମୀ ଦିନରେ ଦେଶର ସୈନ୍ୟ ବଳ ଶତ୍ରୁ ପକ୍ଷର ଡ୍ରୋନକୁ ଖୋଜିଖୋଜି ମାରି ଗିରାଇବ । ଏଥିପାଇଁ ନୂଆ ଟେକନିକର ବ୍ୟବହାର କରଯିବ । ସୀମା ସର୍ଭିଲାନ୍ସକୁ ବୃଦ୍ଧି କରାଯିବ । ପର୍ଯ୍ୟାପ୍ତ ସଂଖ୍ୟାରେ ସର୍ଭିଲାନ୍ସ କ୍ୟମେରା ଓ ଡ୍ରୋନର ଅଭାବ ପୂରଣ ହୋଇପାରିଲେ ପାକିସ୍ତାନ-ବାଂଲାଦେଶ ସୀମାରେ ଠିକ୍ ଭାବେ ନଜର ରଖିବା ସମ୍ଭବପର ହେବ ।

ବିଏସଏଫକୁ ୫୫୦୦ ସିସିଟିଭି ସର୍ଭିଲାନ୍ସ କ୍ୟାମେରା ଓ ଅନ୍ୟ ଗେଜେଟ୍ସ ପ୍ରଦାନ କରାଯାଇଛି । ଏହି ଗେଜେଟ୍ସ ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ୩୦ କୋଟିରୁ ଆସିଛି । ବିଏସଏଫ ମଧ୍ୟ କିଛି ଶସ୍ତା ସର୍ଭିଲାନ୍ସ ଟେକ୍ନୋଲୋଜିର ବିକାଶ କରିଛି । ଏହା ସହାୟତାରେ ସୀମାରେ ନଜର ରଖାଯାଉଛି । ଦିନକୁ ଦିନ ବିଏସଏଫ ଯବାନମାନେ ସୀମାରେ ଶତ୍ରୁ ପକ୍ଷର ଡ୍ରୋନକୁ ମାରି ଖସାଇବା କ୍ଷେତ୍ରରେ କ୍ଷମତାସମ୍ପନ୍ନ ହେବାରେ ଲାଗିଛନ୍ତି । ଚଳିତ ବର୍ଷ ପାକିସ୍ତାନ ସୀମାରେ ୧୬ଟି ଡ୍ରୋନକୁ ଖସା ଯାଇଛି । ଗତବର୍ଷ ମଧ୍ୟ ଏହି ଅଞ୍ଚଳରେ କେବଳ ଗୋଟିଏ ଡ୍ରୋନକୁ ଖସା ଯାଇଥିଲା ।

ବିଏସଏଫ ମୁତାବକ, ଗତବର୍ଷ ପାକିସ୍ତାନ ସୀମାରେ ୧୧୪ଟି ଡ୍ରୋନ ଦେଖାଯାଇଥିଲା । ମାତ୍ର ଚଳିତ ବର୍ଷ ନଭେମ୍ବର ୧୦ ସୁଦ୍ଧା ୨୧୮ଟି ଡ୍ରୋନ ଦେଖିବାକୁ ମିଳିଥିଲା । ଅର୍ଥାତ ଗତବର୍ଷ ତୁଳନାରେ ଚଳିତ ବର୍ଷ ପାଖାପାଖି ଦୁଇଗୁଣ ଡ୍ରୋନ ସଂଖ୍ୟା ବୃଦ୍ଧି ପାଇଛି । ଏହା ଆମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ନୂଆଦିଲ୍ଲୀ ଏମ୍ସର ସର୍ଭର ଉପରେ ହୋଇଥିବା ସାଇବର ଆଟାକ ପରେ ୫ଜି ଟେକ୍ନୋଲୋଜି ଆସିଯାଇଛି ବୋଲି ସୂଚନା ମିଳୁଛି । ଏଥିପାଇଁ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ । ଟେକନିକର ସଠିକ ଉପଯୋଗ କରିବାକୁ ପଡ଼ିବ । ତାହାକୁ ସୁରକ୍ଷିତ ଭାବେ ନିର୍ମାଣ କରିବାକୁ ହେବ ।

ପାକିସ୍ତାନୀ ପକ୍ଷରୁ ଅବୈଧ ପ୍ରବେଶକୁ ରୋକିବା ପାଇଁ ପଦକ୍ଷେପ ନିଆଯାଉଛି । ପାକିସ୍ତାନ ପକ୍ଷରୁ ଆସୁଥିବା ଅଧିକାଂଶ ଡ୍ରୋନ ଚୀନ ନିର୍ମିତ । ଗୋଟିଏ ବି ଆତଙ୍କୀ ସୀମା ପାର ହୋଇ ଦେଶରେ ପ୍ରବେଶ କରିପାରିବ ନାହିଁ । ସେଥିପାଇଁ ପଞ୍ଜାବ ପୋଲିସର ୩୦୦ ଯବାନ ବିଏସଏଫ ସହ ଡିପ୍ ପାଟ୍ରୋଲିଂ କରୁଛନ୍ତି । ପାକିସ୍ତାନରୁ ଆସୁଥିବ ଡ୍ରଗ୍ସ ଓ ହତିଆରର ତସ୍କରୀକୁ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଅନ୍ୟପକ୍ଷରେ ଅଧିକାଂଶ ବାଂଲାଦେଶୀ ବିନା କାଗଜପତ୍ରରେ ସୀମା ପାର ପ୍ରୟାସ କରୁଛନ୍ତି । ୧୯୬୨ ଯୁଦ୍ଧ ପରେ ଏକ ୟୁନିଫାଏଡ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ନିର୍ମାଣ କରିବାର ଆବଶ୍ୟକତା ପଡ଼ିଲା । ଏହାଦ୍ୱାରା ୩୩୨୩ କିମି ଦୀର୍ଘ ପାକିସ୍ତାନୀ ସୀମା ଉପରେ ନଜର ରଖାଯିବ ।

Get real time updates directly on you device, subscribe now.