fbpx

ଦମନ ପରେ ଧମାଲ କରୁଛି ଫିଲ୍ମ ପ୍ରତିକ୍ଷା; ସିନେମା ଦେଖିବାକୁ ମିଳୁନାହିଁ ଟିକେଟ୍

ଭୁବନେଶ୍ୱର: ଦିନକୁ ଦିନ ଓଡିଆ ଚଳଚ୍ଚିତ୍ରର ରୂପରେଖ  ବଦଳିବାରେ ଲାଗିଛି । ଫଳରେ ପୁଣି ଥରେ ଲୋକେ ଓଡିଆ ସିନେମାକୁ ଭଲପାଇବାକୁ ଆରମ୍ଭ କରିଛନ୍ତି । ତେବେ ନିକଟରେ ରିଲିଜ ହୋଇଥିବା ଦମନ ଅନେକ ସଫତା ପାଇଥିବା ବେଳେ ବର୍ତ୍ତମାନ ଫିଲ୍ମ ପ୍ରତିକ୍ଷାର ପାଳି । ଏହି ଚଳଚ୍ଚିତ୍ର ରିଲିଜର ପ୍ରଥମ ଦିନରେ ହିଁ ନିଜର ଜଲୱା ଦେଖାଇଛି । ଫଳରେ ସମସ୍ତ ସିନେମା ଘରେ ହାଉସ ଫୁଲ ହୋଇଥିବା ସୂଚନା ମିଳିଛି । ଏଥିସହିତ ଏହା ମଧ୍ୟ ସୁପର ହିଟ୍ ହେବ ବୋଲି ଆଶା କରାଯାଉଛି ।

ତେବେ କଥାକାର ଗୌରହରି ଦାସଙ୍କ ଏକ ଅଣୁ ଗଳ୍ପରୁ ଅନୁପ୍ରାଣୀତ ହୋଇ ଏହି ପ୍ରତୀକ୍ଷା ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଛି । ଯେଉଁଥିରେ ଭୁବନେଶ୍ୱରରେ ରହୁଥିବା ଏକ ସାଧାରଣ ମଧ୍ୟବିତ ପରିବାରର ସ୍ୱପ୍ନ, ଆକାଂକ୍ଷା ଓ ନିରାଶାକୁ ନିଖୁଣ ଭାବରେ ଦର୍ଶାଯାଇଛି। ଏଥିସହିତ ଜଣେ ବାପା ଓ ପୁଅର ଏକ ଜଟିଳ ସମ୍ପର୍କକୁ ଅତି ସରଳ ଭାବେ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରାଯାଇଛି । ତେବେ ଏହି ଚଳଚ୍ଚିତ୍ରରେ ଦୀପନ୍ୱିତ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହା ପୂର୍ବରୁ ସେ ବାବୁସାନଙ୍କ ଅଭିନୀତ ଫିଲ୍ମ ଦମନରେ ମଧ୍ୟ ନଜର ଆସିଥିଲେ । ପ୍ରତିକ୍ଷା ଚଳଚ୍ଚିତ୍ରର କାହାଣୀ ଏପରି ମନଛୁଆଁ ହୋଇଛି ଯେ ଅନେକ ଦର୍ଶକଙ୍କ ଆଖି ଭିଜିଯାଇଛି ।

ତେବେ ଦୀର୍ଘ ଦିନ ହେବ ଓଡିଆ ଫିଲ୍ମକୁ ହଲ ମିଳୁନଥବା ବେଳେ ବର୍ତ୍ତମାନ କିନ୍ତୁ ଏହାର ରୂପରେଖ ସମ୍ପୂର୍ଣ୍ଣ ବଦଳି ଯାଇଛି । ଦର୍ଶକ ପୁଣି ଥରେ ଓଡିଆ ଚଳଚ୍ଚିତ୍ରକୁ ଭଲପାଇବା ଆରମ୍ଭ କରିଛନ୍ତି । ଯାହାକି ଦମନ ଏବଂ ପ୍ରତିକ୍ଷା ଚଳଚ୍ଚିତ୍ରରୁ ପ୍ରତିପାଦିତ ହେଉଛି । ତେବେ ଓଡିଶାର ୧୪ଟି ସହରର ୨୧ଟି ହଲରେ ପ୍ରତୀକ୍ଷାର ୨୬ଟି ଶୋ ଚାଲିଛି । ଏଥିସହିତ ରାଜ୍ୟ ବାହାରେ ଅର୍ଥାତ୍ ବେଙ୍ଗାଲୁରୁରେ ମଧ୍ୟ ଦର୍ଶକମାନେ ପ୍ରତୀକ୍ଷା ଦେଖିଛନ୍ତି । ଫିଲ୍ମର କାହାଣୀ ଓ ଅଭିନୟକୁ ଦର୍ଶକମାନେ ବେଶ ପ୍ରଶଂସା କରୁଥିବା ବେଳେ ଓଡିଆ ଅଭିନେତା ଓ ପ୍ରଯୋଜକଙ୍କ ମନକୁ ମଧ୍ୟ ଏହା ଛୁଇଁ ପାରିଛି । ଦମନ ଓ ପ୍ରତୀକ୍ଷା ପରେ ସଭିଙ୍କ ମୁହଁରେ ଗୋଟିଏ କଥା ଭଲ କାହାଣୀ ହେଲେ ଦର୍ଶକ ପୁଣି ଦେଖିବେ ଓଡିଆ ଚଳଚିତ୍ର ।

Get real time updates directly on you device, subscribe now.