fbpx

ହିଜାବ ବିରୋଧୀ ପ୍ରଦର୍ଶନ ଆଗରେ ମୁଣ୍ଡ ନୁଆଁଇଲେ ଇରାନ୍ ସରକାର, ଶେଷ ହେଲା ମହିଳାଙ୍କ ଡ୍ରେସ୍ କୋଡ ନିୟମ

ନୂଆଦିଲ୍ଲୀ: ମହସା ଅମୀନୀଙ୍କ ମୃତ୍ୟୁ ପରେ ପୁରା ଇରାନ୍‌ରେ ଦେଖା ଦେଇଥିବା ହିଜାବ ବିରୋଧୀ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଛନ୍ତି ସରକାର । ଇରାନ୍ ସରକାର ଏକ ବଡ଼ ନିଷ୍ପତି ନେବା ସହ ଦେଶରେ ନୈତିକତା ପୋଲିସ ନିୟମକୁ ଋଦ୍ଧ କରିଛନ୍ତି । ସ୍ଥାନୀୟ ମିଡିଆ ରିପୋର୍ଟରୁ ଏହି ସୂଚନା ମିଳିଛି । ସୂଚନାଯୋଗ୍ୟ ନୈତିକତା ପୋଲିସ ନିୟମ ଉଲଂଘନ ଅଭିଯୋଗରେ ଗିରଫ ହୋଇ ୨୨ ବର୍ଷୀୟା ମହସାଙ୍କ ମୃତ୍ୟୁ ପୋଲିସ ହେପାଜତରେ ହୋଇଥିଲା । ଯାହାକୁ ପୁରା ଇରାନ୍‌ରେ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜୋର ଧରିଥିଲା । ଦେଶରେ ମହିଳାଙ୍କ କଡ଼ା ଡ୍ରେସ୍ କୋଡ ନିୟମ ଉଲଂଘନ କରିଥିବାରୁ ମହସାଙ୍କୁ ଗିରଫ କରାଯାଇଥିଲା ।

ନ୍ୟୁଜ୍ ଏଜେନ୍ସି ଆଇଏସ୍‌ଏନ୍‌ଏ ରିପୋର୍ଟ ଅନୁସାରେ ଆଟର୍ଣ୍ଣି ଜେନେରାଲ୍ ମହମ୍ମଦ ଜାଫର ମୋଣ୍ଟାଜାରୀଙ୍କ ମନ୍ତବ୍ୟକୁ ଆଧାର କରି କୁହାଯାଇଛି ଯେ, ନ୍ୟାୟପାଳିକା ସହିତ ନୈତିକତା ପୋଲିସର କୌଣସି ସମ୍ପର୍କ ନାହିଁ । ଏହାକୁ ରଦ୍ଦ କରି ଦିଆଯାଇଛି । ରିପୋର୍ଟ ଅନୁଯାୟୀ, ଏକ ଧାର୍ମିକ ସମ୍ମିଳନୀରେ ଆଟର୍ଣ୍ଣି ଜେନେରାଲଙ୍କ ଏହି ମନ୍ତବ୍ୟ ଆସିଛି ଯେଉଁଠାରେ ଜଣେ ଅଂଶଗ୍ରହଣକାରୀ ପଚାରିଥିଲେ ଯେ ନୈତିକତା ପୋଲିସ କାହିଁକି ବନ୍ଦ କରାଯାଉଛି? ସେପ୍ଟେମ୍ବର ୧୬ ରେ ମହସା ଆମିନୀଙ୍କ ହେପାଜତରେ ମୃତ୍ୟୁ ପରେ ଇରାନରେ ଆରମ୍ଭ ହୋଇଥିବା ଏହି ବିରୋଧରେ ଏପର୍ଯ୍ୟନ୍ତ ୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି।

ହିଜାବର ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଇରାନର ହାର୍ଡଲାଇନ ରାଷ୍ଟ୍ରପତି ମହମୁଦ ଅହମ୍ମଦାବାଦଙ୍କ କାର୍ଯ୍ୟକାଳ ସମୟରେ ଆନୁଷ୍ଠାନିକ ଭାବେ ଗ୍ୟାସ-ଇ ଏରଶଦ ନାମରେ ପରିଚିତ ନୈତିକତା ପୋଲିସ ନିୟମ ପ୍ରତିଷ୍ଠା କରାଯାଇଥିଲା।

 

Get real time updates directly on you device, subscribe now.