fbpx

ଏହିପରି ଖାଦ୍ୟ କେବେବି ସେବନ କରନ୍ତୁ ନାହିଁ ; ନଚେତ୍ ଆପଣଙ୍କ ଉପରେ ପଡିବ ମା ଲକ୍ଷ୍ମୀଙ୍କ କୋପ ଦୃଷ୍ଟି, ପିତାମହ ଭିଷ୍ମ କହିଥିଲେ ଏହି ବିଧାନ

ପ୍ରତ୍ୟେକ ବ୍ୟକ୍ତି ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ସକାଳେ ଓ ସନ୍ଧ୍ୟାରେ ଭୋଜନ କରିବା ଏକ ନିୟମିତ କାର୍ଯ୍ୟ । ଯାହାକି ଏକ ସାଧାରଣ କଥା ମଧ୍ୟ । କିନ୍ତୁ ଆପଣ ଜାଣନ୍ତି କି ଭୋଜନ କରିବାର ଶୈଳୀ ପ୍ରତ୍ୟେକ ବ୍ୟକ୍ତିର ଭାଗ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଫଳରେ ଏହି କାରଣରୁ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ।  ତେବେ ଏହି ଭୋଜନ ଶୈଳିକୁ ନେଇ ଭିଷ୍ମ ଭୋଜନ ବିଧାନରେ ଉଲ୍ଲେଖ ରହିଛି । ଏହି ବିଧାନ ଅନୁସାରେ ଭୋଜନ ସମୟରେ ଆପଣମାନେ ଏପରି କିଛି ଭୁଲ କରିଥାନ୍ତି ଯାହାଫଳରେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ନିଜର କୋପ ଦୃଷ୍ଟି ପକାଇବା ସହ ଆପଣଙ୍କ ଘରୁ ଚାଲିଯାଆନ୍ତି । ତେବେ ଆମେ ଆଜି ଆପଣଙ୍କୁ ଭୌଜନ ଶୈଳି ସହ ଜଡିତ ଏପରି କିଛି କଥା ଜଣାଇବାକୁ ଯାଉଛୁ ଯାହାକୁ ଧ୍ୟାନ ରଖିବା ଜରୁରୀ । ନଚେତ୍ ମା ଲକ୍ଷ୍ମୀ ଆପଣଙ୍କ ଉପରେ କୋପ ଦୃଷ୍ଟି ପକାଇ ପାରନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ଭିଷ୍ମ ଭୋଜନ ବିଧାନରେ ଉଲ୍ଲେଖ ଥିବା ଭୋଜନ ଶୈଳୀ ବିଷୟରେ…

ଖାଦ୍ୟଥାଳି ଡିଅନ୍ତୁ ନାହିଁ : ପିତାମହ ଭିଷ୍ମ କହିଥିଲେ ଯେ ବଢାଯାଇଥିବା ଥଦ୍ୟ ଥାଳିକୁ କେବେ ବି ଡିଅନ୍ତୁ ନାହିଁ । ଯଦି କୌଣସି ବ୍ୟକ୍ତି ଜଣାତରେ ହେଉ ଅବା ଅଜଣାତରେ ଖାଦ୍ୟଥାଳିକୁ ଡିଏଁ ତେବେ ସେହି ଖାଦ୍ୟକୁ ଭୁଲରେ ବି ଗ୍ରହଣ କରନ୍ତୁ ନାହିଁ । ନଚେତ୍ ଏହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇପାରେ । ଫଳରେ ଆପଣ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି ।

ପତି-ପତ୍ନୀ ଗୋଟିଏ ଥାଳିରେ ଭୋଜନ କରନ୍ତୁ ନାହିଁ : ଭିଷ୍ମ ଭୋଜନ ବିଧାନ ଅନୁସାରେ ପତି ପତ୍ନୀଙ୍କ ମଧ୍ୟରେ ଯେତେ ଭଲପାଇବା ଏବଂ ଘନିଷ୍ଠ ସମ୍ପର୍କ ଥିଲେ ମଧ୍ୟ ଗୋଟିଏ ଥାଳିରେ ଉଭୟ ଭୋଜନ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ପରିବାରରେ ଅଶାନ୍ତି ସୃଷ୍ଟି ହୁଏ । ଏତତ୍ ବ୍ୟତୀତ ସେହି ଥାଳିରେ ଥିବା ଖାଦ୍ୟ ନିଶା ଦ୍ରବ୍ୟ ସହିତ ସମାନ ହୋଇଥାଏ । ତେଣୁ ପତି-ପତ୍ନି ଏକାଠି ଭୋଜନ କରନ୍ତୁ ନାହିଁ । ନଚେତ ମା ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ପଡିବା ସହ ଘରେ ଅର୍ଥିକ ସମସ୍ୟା ମଧ୍ୟ ଦେଖାଦେଇପାରେ ।

କେଶ ପଡିଥିବା ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ: ପିତାମହ ଭିଷ୍ମ କହିଥିଲେ ଯେ, ଯେଉଁ ଖାଦ୍ୟ ଥାଳିରେ କେଶ ପଡିଥାଏ ସେହି ଖାଦ୍ୟ ଭୋଜନର ଯୋଗ୍ୟ ହୋଇ ନଥାଏ । ଏପରି ଭୋଜନକୁ ସେବନ କରିବା ଅନୁଚିତ ହୋଇଥାଏ । ତେବେ ଏପରି ଭୋଜନ ଗ୍ରହଣ କରିବା ଦ୍ୱାରା ଘରେ ଦାରିଦ୍ରତା ବୃଦ୍ଧି ପାଇଥାଏ । ଏଥିସହିତ ସ୍ୱସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ । ତେଣୁ ଭିଷ୍ମ ଭୋଜନ ବିଧାନ ଅନୁଯାୟୀ କେଶ ପଡିଥିବା ଖାଦ୍ୟକୁ କେବେ ବି ସେବନ କରନ୍ତୁ ନାହିଁ ।

ଗୋଡ ବାଜିଥିବା ଭୋଜନ ସେବନ କରନ୍ତୁ ନାହିଁ: ଭିଷ୍ମ ଭୋଜନ ବିଧାନ ଅନୁଯାୟୀ ଯଦି କୌଣସି ଭୋଜନ ଥାଳିରେ ଜଣାତରେ ହେଉ ଅବା ଅଜଣାତରେ ହେଉ ଗୋଡ ବାଜିଯାଏ ତେବେ ଏହି ଖାଦ୍ୟକୁ କେବେ ବି ଗ୍ରହଣ କରନ୍ତୁ ନାହିଁ । ଏପରି ଖାଦ୍ୟ ସେବନ କରିବା ଦ୍ୱାରା ବ୍ୟକ୍ତି ଋଣ ବୋଝରେ ବୁଡିଯିବା ସହ ଚିନ୍ତା ମଧ୍ୟ ବୃଦ୍ଧି ପାଇଥାଏ । ତେଣୁ ଏପରି ଖାଦ୍ୟ ସେବନ କରନ୍ତୁ ନାହିଁ ।

Get real time updates directly on you device, subscribe now.