fbpx

ଚାରିଜଣଙ୍କୁ ବିବାହ କରିବା ଅପ୍ରାକୃତିକ, ଦେଶ ପାଇଁ ଉପକାରୀ ହେବ ‘ୟୁନିଫର୍ମ ସିଭିଲ କୋଡ’: ନିତିନ ଗଡକରୀ

ନୂଆଦିଲ୍ଲୀ: ଶୁକ୍ରବାର ରାଜ୍ୟସଭାରେ ୟୁନିଫର୍ମ ସିଭିଲ କୋଡ ପାସ୍ ହୋଇଯାଇଛି। ରାଜ୍ୟସଭାରେ ଏହି ବିଲ୍ ଉପସ୍ଥାପିତ ହେବା ସମୟରେ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ତେବେ ଏହାରି ମଧ୍ୟରେ ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ନିଜର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ,ଦେଶରେ ଏହି ନିୟମ ଲାଗୁ କରିବା ପାଇଁ ସମସ୍ତ ଦଳ ସାମୂହିକ ପ୍ରୟାସ କରିବା ଉଚିତ, କାରଣ ଏହା ଦେଶ ତଥା ମାନବିକତା ପାଇଁ ଭଲ ହେବ।

ୟୁନିଫର୍ମ ସିଭିଲ କୋଡ ପ୍ରଶ୍ନ ଉପରେ ନିତିନ ଗଡକରୀ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ‘ଯଦି ଜଣେ ପୁରୁଷ ଜଣେ ମହିଳାଙ୍କୁ ବିବାହ କରେ ତେବେ ଏହା ସ୍ୱାଭାବିକ। କିନ୍ତୁ ଯଦି କେହି ଚାରିଜଣଙ୍କୁ ବିବାହ କରନ୍ତି, ଏହା ସ୍ୱାଭାବିକ ନୁହେଁ। ସେଥିପାଇଁ ପ୍ରଗତିଶୀଳ ତଥା ଶିକ୍ଷିତ ମୁସଲମାନମାନେ ମଧ୍ୟ ଏହା କରନ୍ତି ନାହିଁ। କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ କହିଛନ୍ତି ଯେ ସମାଜରେ ଗୁଣାତ୍ମକ ପରିବର୍ତ୍ତନ ହେବା ଉଚିତ। ଏହା କୌଣସି ଧର୍ମ କିମ୍ବା ବର୍ଗର ବିରୋଧୀ ନୁହେଁ। ଆମେ ଏକଜୁଟ ହୋଇ ଏକ ବିକଶିତ ରାଷ୍ଟ୍ର ଗଠନ କରିବା ଉଚିତ୍। ”ସେ ପ୍ରଶ୍ନ କରିଛନ୍ତି ଯେ କୌଣସି ଧର୍ମର ମହିଳା, ହିନ୍ଦୁ, ମୁସଲମାନ କିମ୍ବା ଶିଖ, ସମାନ ଅଧିକାର ପାଇବା ଉଚିତ୍ ନୁହେଁ କି ? ଏହା ସହିତ ବିଶ୍ୱର କେଉଁ ମୁସଲମାନ ଦେଶରେ ଦୁଇଟି ସିଭିଲ୍ କୋଡ୍ ଅଛି ବୋଲି ମଧ୍ୟ ଗଡକରୀ ପଚାରିଛନ୍ତି ?

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, “ଯଦି କେନ୍ଦ୍ର ସରକାର କୌଣସି ପ୍ରସଙ୍ଗରେ ନିଷ୍ପତ୍ତି ନିଅନ୍ତି ଏବଂ ରାଜ୍ୟମାନେ ଆପତ୍ତି କରନ୍ତି, ତେବେ ବାହାରକୁ ଆସିବାକୁ ଥିବା ବାର୍ତ୍ତା ଭଲ ହେବ ନାହିଁ କାରଣ ଏହି ପ୍ରସଙ୍ଗଗୁଡ଼ିକ ଏକ ତାଲିକାରେ ଅଛି। ତେଣୁ ମୁଁ ବିଶ୍ୱାସ କରେ ଯଦି ରାଜ୍ୟ ଏବଂ ସମସ୍ତ ଦଳ ସାମୂହିକ ନିଷ୍ପତ୍ତି ନିଅନ୍ତି, ତେବେ ଏହା ମାନବିକତା ଏବଂ ଦେଶ ପାଇଁ ଭଲ ହେବ। ”

ସୂଚନାଯୋଗ୍ୟ ଯେ ନିକଟରେ ଶେଷ ହୋଇଥିବା ଗୁଜରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି (ବିଜେପି) ର ଏକ ପ୍ରମୁଖ ପ୍ରସଙ୍ଗ ଥିଲା ୟୁନିଫର୍ମ ସିଭିଲ କୋଡର କାର୍ଯ୍ୟକାରିତା। ଅକ୍ଟୋବର 29 ରେ ଗୁଜୁରାଟ ସରକାର ୟୁନିଫର୍ମ ସିଭିଲ କୋଡ କାର୍ଯ୍ୟକାରୀ କରିବା ପାଇଁ ଏକ କମିଟି ଗଠନ କରିବେ ବୋଲି ଘୋଷଣା କରିଥିଲେ। ସେଦିନ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା।

Get real time updates directly on you device, subscribe now.