fbpx

ସିବିଆଇ ପକ୍ଷରୁ ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ପାଳିତ: ଉତ୍କୃଷ୍ଟ ସେବା ପାଇଁ ୩୪ ସିବିଆଇ ଅଧିକାରୀଙ୍କୁ ପୋଲିସ ପଦକ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ସମାରୋହ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ଦୀକ୍ଷାନ୍ତ ଭାଷଣ ଦେଇଥିଲେ । ଏଥିସହିତ ସେ ଉତ୍କୃଷ୍ଟ ସେବା ପାଇଁ ୩୪ ଜଣ ସିବିଆଇ ଅଧିକାରୀଙ୍କୁ ପୁଲିସ ପଦକ ପ୍ରଦାନ କରିଥିଲେ । ସମାରୋହକୁ ସମ୍ବୋଧିତ କରି ଡକ୍ଟର ମିଶ୍ର ପଦକ ବିଜେତା ଓ ସେମାନଙ୍କ ପରିବାରବର୍ଗଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ସେ କହିଥିଲେ ଯେ ଦୁର୍ନୀତି ରୂପକ ଅପରାଧ ରୋକିବା ସମସ୍ତଙ୍କ ଅଧିକାର ଓ ଉତ୍ତରଦାୟିତ୍ୱ । ବିଶେଷ କରି ସାଧାରଣ ନାଗରିକଙ୍କ ଉପରେ ଦୁର୍ନୀତିର ଅଧିକ ପ୍ରଭାବ ପଡ଼ିଥାଏ । ଗରିବ ଓ ଦୁର୍ବଳ ସମୁଦାୟ ଏହାର ସବୁଠୁ ଖରାପ ପ୍ରଭାବର ସମ୍ମୁଖିନ ହୋଇଛନ୍ତି । ଦୁର୍ନୀତି ସରକାରରେ ନିଷ୍କ୍ରିୟତାକୁ ପ୍ରୋତ୍ସାହନ ଦେଇଥାଏ ଓ ଆର୍ଥିକ ଅପରଗତା ଆଣିଥାଏ । ଦେଶର ସୁରକ୍ଷା ପ୍ରତି ଦୁର୍ନୀତି ମଧ୍ୟ ଗମ୍ଭୀର ବିପଦ ସୃଷ୍ଟି କରିଥାଏ । ଡକ୍ଟର ମିଶ୍ର କହିଥିଲେ ଯେ, ଛୋଟ ହେଉ କିମ୍ବା ବଡ଼ ଦୁର୍ନୀତି ସବୁବେଳେ ଅନ୍ୟ କାହାର ଅଧିକାର ଛଡ଼େଇ ନେଇଥାଏ । ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସର ବିଷୟବସ୍ତୁ ରହିଛି ‘‘ୟୁଏନସିଏସି ଆଟ୍ ୨୦ : ଦୁର୍ନୀତି ବିରୋଧରେ ବିଶ୍ୱକୁ ଏକଜୁଟ କରିବା ।’’

ଏହା ଉପରେ ଡକ୍ଟର ମିଶ୍ର କହିଥିଲେ ଯେ, ସେ କହିଥିଲେ ଏହା ଦୁର୍ନୀତିର ସାମଗ୍ରିକ ପ୍ରକୃତିକୁ ଦର୍ଶାଇଥାଏ ଏବଂ ସବୁ ଦେଶ ଏହା ବିରୋଧରେ ଏକଜୁଟ ହୋଇ ଲଢ଼ିବାର ସମୟ ଆସିଛି । ସେ କହିଥିଲେ ଯେ ପ୍ରଶାସନ ଆରମ୍ଭ ହେବା ଦିନ ଠାରୁ ଦୁର୍ନୀତି ରହି ଆସିଛି । ଭାରତରେ ଉଦାରୀକରଣ ପରେ ଦୁର୍ନୀତି ପ୍ରକୃତି ଅତ୍ୟନ୍ତ ଜଟିଳ ହୋଇଯାଇଛି । ତେବେ ପ୍ରଯୁକ୍ତିର ବିକାଶ ସହିତ ଦୁର୍ନୀତି ନିବାରଣ ପାଇଁ ସୁଯୋଗ ବୃଦ୍ଧି ପାଇଛି । କିନ୍ତୁ କ୍ରିପ୍ଟୋକରେନ୍ସୀ ଭଳି କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ର ରହିଛି ଯେଉଁଠି ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଷ୍ଟକର । ଅଭିନବ ଦୁର୍ନୀତି ନିବାରଣ ସମାଧାନ ଉପରେ ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରିଥିଲେ ।

ଆଇନ ପ୍ରବର୍ତ୍ତନ ସଂସ୍ଥା ମାନଙ୍କ ମଧ୍ୟରେ ବାସ୍ତବ ସମୟରେ ସୂଚନା ବିନିମୟ ପାଇଁ ସେ ଆହ୍ୱାନ କରିବା ସହିତ ସେ କହିଥିଲେ ଯେ ଆର୍ôଥକ ଅପରାଧ ସମେତ ବିଭିନ୍ନ ସୀମାପାର ଅପରାଧ ମୁକାବିଲା କ୍ଷେତ୍ରରେ ଭାରତ ଅଗ୍ରଣୀ ଭୂମିକା ନେବାକୁ ପ୍ରସ୍ତୁତ ରହିଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ଭାରତ ଅନ୍ୟ ଦେଶ ଓ ସଂସ୍ଥା ସହିତ ସହଯୋଗ କରିବା ଲାଗି ପ୍ରସ୍ତୁତ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଥିଲେ ଯେ, ୨୦୧୪ ପରଠାରୁ ଦେଶରେ ଦୁର୍ନୀତି ବିରୋଧରେ ଶୂନ୍ୟସହନଶୀଳତା ନୀତି ଆପଣାଇବା ଲାଗି ସରକାର ଜରୁରି ଆଇନଗତ ବ୍ୟବସ୍ଥା କରିଛନ୍ତି । ଡକ୍ଟର ମିଶ୍ର ଏହି ଅବସରରେ ୩୪ ଜଣ ସିବିଆଇ ଅଧିକାରୀ ଓ କର୍ମଚାରୀମାନଙ୍କୁ ଉତ୍କୃଷ୍ଟ ସେବା ପାଇଁ ପଦକ ବିତରଣ କରିଥିଲେ ।

Get real time updates directly on you device, subscribe now.