fbpx

ଭୟଙ୍କର ସଡ଼କ ଦୁର୍ଘଟଣା; ବସ ଓଲଟି ୩୦ ଆହତ, ୧୦ ଗୁରୁତର

ମୟୁରଭଞ୍ଜ: ମୟୁରଭଞ୍ଜ ବାରିପଦାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଏକ ଯାତ୍ରୀବାହି ବସ ଭାରସାମ୍ୟ ହରାଇ ଓଲଟିବା ଫଳରେ ୩୦ରୁ ଅଧିକ ଯାତ୍ରୀ ଆହତ ହେବା ସହ ୧୦ ଜଣ ଗୁରୁତର ହୋଇଛନ୍ତି । ୧୮ ନମ୍ବର ଜାତୀୟ ରାଜପଥ କୁଳିଅଣା ଠାରେ ବସ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଅନ୍ୟପଟେ ୨ ଜଣ ଯାତ୍ରୀ ବସ ତଳେ ଚାପି ହୋଇ ରହିଥିବା ଖବର ସାମ୍ନାକୁ ଆସିଛି । ସମସ୍ତ ଗୁରୁତର ଯାତ୍ରୀଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ କରଞ୍ଜିଆରୁ ବାରିପଦା ଅଭିମୁଖେ ଆସୁଥିବାବେଳେ ବସଟି ଓଲଟି ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଯାଇଛି ।

Get real time updates directly on you device, subscribe now.