fbpx

ମଲା ସାପ ବି ହୋଇପାରେ ବିଷାକ୍ତ; କଟିଯାଇଥିବା ମୁଣ୍ଡ ମଧ୍ୟ ମଣିଷକୁ କାମୁଡ଼ି ମାରିପାରେ

ଜିଭରେ ସାପର ନାମ ଆସିବା ମାତ୍ରେ ମନରେ ଭୟ ଆସିଯାଏ । ସାପକୁ ବିଷାକ୍ତ ଆଘାତ ଏବଂ ହଠାତ୍ ଆକ୍ରମଣ ପାଇଁ ସାରା ବିଶ୍ୱରେ ଭୟ କରାଯାଏ । କିଛି ସାପ ଏପରି ଅଛନ୍ତି ଯାହାର ବିଷ କିଛି ମିନିଟ ମଧ୍ୟରେ ମଣିଷକୁ ମାରିପାରେ । ସାପର ପ୍ରଜାତି ବିଷୟରେ ଅନେକ ରିପୋର୍ଟ ସାମ୍ନାକୁ ଆସିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସାପର କଟିଯାଇଥିବା ମୁଣ୍ଡ ମଧ୍ୟ ମଣିଷକୁ କାମୁଡ଼ି ମାରିପାରେ । ଅନେକ ଘଣ୍ଟା ଧରି ମୃତ ସାପର କଟିଯାଇଥିବା ମୁଣ୍ଡରେ ବିଷ ରହିଥାଏ । ତେବେ ଦୁନିଆର ବିପଜ୍ଜନକ ସାପ ଏବଂ ସେମାନଙ୍କ ସହ ଜଡିତ ଆଶ୍ଚର୍ଯ୍ୟ ତଥ୍ୟ ବିଷୟରେ ଜାଣି ରଖନ୍ତୁ ।

ବ୍ଲାକ୍ ମାମ୍ବା ଦୁନିଆର ସବୁଠାରୁ ମାରାତ୍ମକ ସାପ ମଧ୍ୟରୁ ଅନ୍ୟତମ । ଆଫ୍ରିକାରେ ମିଳୁଥିବା ଏହି ସାପର ଦୁଇ ବୁନ୍ଦା ବିଷ ମଧ୍ୟ ମଣିଷକୁ ମାରିପାରେ । ଏହା ତା’ର ଶିକାରକୁ ସୁଯୋଗ ନଦେଇ ହଠାତ୍ ଆକ୍ରମଣ କରିଥାଏ । ଏହି ସାପର ବିଷ ମଣିଷଙ୍କ ହୃଦ୍ଘାତର କାରଣ ହୋଇଥାଏ ଏବଂ ଅଧିକାଂଶ ସମୟରେ ବ୍ଲାକ୍ ମାମ୍ବାର ଶିକାର ହୋଇଥିବା ବ୍ୟକ୍ତି କିମ୍ବା ପଶୁଙ୍କର ମୃତ୍ୟୁ ହୋଇଥାଏ ।

କିଙ୍ଗ କୋବ୍ରା ହେଉଛି ବିଶ୍ୱର ଦ୍ୱିତୀୟ ବିଷାକ୍ତ ସାପ । ଶିକାର କରିବା ପୂର୍ବରୁ ଏହା ଚୁପଚାପ୍ ଶିକାରର ନିକଟତର ହୁଏ । ଏହି ସାପ ତିନିରୁ ଚାରିଥର ଆକ୍ରମଣ କରେ ଏବଂ ଏହାର ବିଷ ୧୫ ମିନିଟ ମଧ୍ୟରେ ଶିକାରକୁ ମାରିଦିଏ ।

ଆମେରିକାର ଫେର-ଡି-ଲାନ୍ସ ମଧ୍ୟ ଏକ ଭୟଙ୍କର ସାପ । କାମୁଡ଼ିବା ପରେ ଏହାର ବିଷ ଶରୀରରେ ବ୍ୟାପିଯାଏ । ଏହା ଆମେରିକାର ସବୁଠାରୁ ବିପଦପୂର୍ଣ୍ଣ ସାପ ମଧ୍ୟରୁ ଅନ୍ୟତମ । ଗ୍ରୀନ୍ ଟ୍ରି ସାପ ବା ବୁମସ୍ଲାଙ୍ଗ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳେ । ଏହା ବିନା ଶବ୍ଦରେ ନିଜର ଶିକାର ନିକଟକୁ ଆସେ । ଏହାର ତୀକ୍ଷ୍ଣ ଦାନ୍ତ ଅତ୍ୟନ୍ତ ବିଷାକ୍ତ ହୋଇଥାଏ ।

Get real time updates directly on you device, subscribe now.