fbpx

ବାଲେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ; ପ୍ରଦାନ କଲେ ୨୨୦ କୋଟି ଟଙ୍କାର ମିଶନ ଶକ୍ତି ଋଣ

ବାଲେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱରରେ ପହଞ୍ଚିଛନ୍ତି । ବାଲେଶ୍ୱରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟପାଇଁ ମୁଖ୍ୟମନ୍ତ୍ରୀ ବାଲେଶ୍ୱରକୁ ସହାୟତା ପ୍ରଦାନ କରିଛନ୍ତି । ଏସଏଚଜି ଗ୍ରୁପକୁ ମିଶନ ଶକ୍ତି ଋଣ ସହାୟତା ପ୍ରଦାନ କରିଛନ୍ତି ନବୀନ । ୨୨୦ କୋଟି ଟଙ୍କାର ମିଶନ ଶକ୍ତି ଋଣ ସହାୟତା ପ୍ରଦାନ କରିଛନ୍ତି । ଅନ୍ୟପଟେ ପ୍ରକଳ୍ପର ଉଦଘାଟନ ଭିତ୍ତିପ୍ରସ୍ତର ସ୍ତାପନ କରିଥିବା ସୂଚନା ମିଳିଛି । ତେବେ ୧୮୦୬ କୋଟି ଟଙ୍କାର ୧୯୧ଟି ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଏହି ପ୍ରକଳ୍ପର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଖୁସିଥିବା ପ୍ରକାଶ କରିଛନ୍ତି ।

ଶିକ୍ଷା ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ବାଲେଶ୍ୱର ସବୁଠାରୁ ଆଗରେ ଥିବା କଥା କହିବା ସହ ବାଲେଶ୍ୱରର ମା’ ମାନଙ୍କ ସଫଳତା ମୁଖ୍ୟମନ୍ତ୍ରୀଙ୍କୁ ଖୁସି ଦେଇଥିବା ସେ କହିଛନ୍ତି । ୨୨୦ କୋଟି ଟଙ୍କା ସହାୟତା ବଣ୍ଟନ କରି ମୁଖ୍ୟମନ୍ତ୍ରୀ ବହୁତ ଖୁସି ଅଛନ୍ତି । ବିନା ସୁଧରେ ୬୦ ହଜାର ମା ସୁବିଧା ପାଇବେ । ସେହିପରି ପ୍ରତି ପଞ୍ଚାୟତ ଗୋଟିଏ ଗୋଟିଏ ୟୁନିକ ପ୍ରଡକ୍ଟ କରନ୍ତୁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ଏହା ଦ୍ୱାରା ପ୍ରତି ପଞ୍ଚାୟତର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେବ । ଏହି ରାଶି ବାଲେଶ୍ୱର ଜିଲ୍ଲା ପ୍ରଶାସନ ଦ୍ୱାରା ନିଆଯାଇଥିବା ଅଭିନବ ପଦକ୍ଷେପ “ଏକ ଗ୍ରାମ ପଞ୍ଚାୟତ ଏକ ଉତ୍ପାଦ’ କାର୍ଯ୍ୟକ୍ରମକୁ ନୂତନ ପାହାଚରେ ପହଞ୍ଚାଇବାରେ ସହଯୋଗ କରିବ ।

Get real time updates directly on you device, subscribe now.