SCBରେ ଡଷ୍ଟବିନ୍ ପାଖରୁ ନବଜାତ ପୁତ୍ର ସନ୍ତାନ ଉଦ୍ଧାର, ତନାଘନା ଆରମ୍ଭ

CHARIDHAM

କଟକ: ସକାଳୁ ସକାଳୁ କଟକ ବଡ଼ ମେଡିକାଲରେ ଖେଳିଗଲା ଚାଞ୍ଚଲ୍ୟ। ଡଷ୍ଟବିନ୍ ପାଖରୁ ନବଜାତ ପୁତ୍ର ସନ୍ତାନ ଉଦ୍ଧାର ପରେ ଆରମ୍ଭ ହୋଇଛି ତନାଘନା। ସକାଳୁ ଅପରିଷ୍କାର ଅଳିଆ କୁଣ୍ଡ ପାଖରେ ଏକ ନବଜାତ ପୁତ୍ର ସନ୍ତାନ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପୂର୍ବରୁ ରାଜ୍ୟର ଅନେକ ସ୍ଥାନରେ ନବଜାତ ଶିଶୁକନ୍ୟା କେଉଁ ନାଳ କିମ୍ବା ନର୍ଦମାରୁ ଉଦ୍ଧାର ଖବର ଆସୁଥିବା ବେଳେ ଏବେ ରାଜ୍ୟର ମେଡିକାଲରୁ ଡଷ୍ଟବିନ୍ ପାଖରୁ ନବଜାତ ପୁତ୍ର ସନ୍ତାନ ଉଦ୍ଧାର ଖବର ପ୍ରଶ୍ନବାଚୀ ସୃଷ୍ଟି କରିଛି। ନବଜାତଟିକୁ ସୁରକ୍ଷାକର୍ମୀ ଉଦ୍ଧାର କରି ସ୍ପେଶାଲ ନିଉ ବର୍ନ କେୟାର(SNCU)ରେ ଭର୍ତ୍ତି କରିଥିଲେ। ପ୍ରସବ ପରେ ନବଜାତ କିପରି ଡଷ୍ଟବିନ୍ ପାଖକୁ ଆସିଲା ସେନେଇ ମେଡିକାଲ କତୃପକ୍ଷ ଏବେ ତନାଘନା ଆରମ୍ଭ କରିଛନ୍ତି।