fbpx

ଡାକ୍ତର ସାଜିଲା ସଇତାନ; ଅଲଟ୍ରାସାଉଣ୍ଡ ବାହାନାରେ ମହିଳାଙ୍କୁ କରୁଥିଲା ଦୁଷ୍କର୍ମ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଲିଗଡରେ ଜଣେ ମହିଳା ଡାକ୍ତରଙ୍କ ନାମରେ ଦୁଷ୍କର୍ମ କରିଥିବାର ଏକ ଅଭିଯୋଗ ଆଣିଛନ୍ତି । ମହିଳା ଜଣକ ଗତ ୬ମାସ ଧରି ଅଲିଗଡର କ୍ୱାର୍ସି ପୋଲିସ ଷ୍ଟେସନ ଅଞ୍ଚଳର ରାମଲିଲା ମଇଦାନରେ ପରିଚାଳିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଅଲଟ୍ରାସାଉଣ୍ଡ କରିବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ, ଏହା ପରେ ଡାକ୍ତର ମହିଳାଙ୍କୁ ଔଷଧ ଖାଇବାକୁ ଦେଇ ଅଲଟ୍ରାସାଉଣ୍ଡ ପାଇଁ ଅନ୍ୟ ଡାକ୍ତରଖାନାକୁ ନେଇଥିଲେ ।

ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଡାକ୍ତର ତାଙ୍କୁ ଏକ ସ୍ଥାନକୁ ନେଇଯାଇଥିଲେ । ଯେଉଁଠାରେ ଡାକ୍ତର ତାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ଧମକାଇଥିଲେ ଯେ ଯଦି ସେ ଏ ବିଷୟରେ କାହାକୁ କୁହନ୍ତି ତେବେ ସେ ତାଙ୍କୁ ହତ୍ୟା କରିବେ । ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଡାକ୍ତର ତାଙ୍କୁ ନିଶା ଔଷଧ ଦେଇଥିଲା । ଏବଂ ପରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା । ମହିଳା ଜଣକ ତାଙ୍କ ପୁରା ଘଟଣାକୁ ପରିବାର ସଦସ୍ୟଙ୍କୁ ଜଣାଇଥିଲେ । ଏହା ପରେ ପୀଡିତା ମହିଳା କ୍ୱାର୍ସି ଥାନାରେ ଡାକ୍ତରଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରିଛନ୍ତି ।

ସୂଚନା ଅନୁଯାୟୀ ଅଲିଗଡର ଦାଦା ଅଞ୍ଚଳରେ ରହୁଥିବା ଜଣେ ମହିଳା ଗତ ୭ ମାସ ଧରି ଡାକ୍ତର ସୁରେନ୍ଦ୍ର ସିଂ ଚୌହାନଙ୍କଠାରୁ ହୋମିଓପାଥିକ ଚିକିତ୍ସା କରୁଥିଲେ । ଡାକ୍ତର ତାଙ୍କୁ ଅଲଟ୍ରାସାଉଣ୍ଡ କରିବାକୁ ପରାମର୍ଶ ଦେଇଥିଲେ । ଏହା ପରେ ଡାକ୍ତର ଅଲଟ୍ରାସାଉଣ୍ଡ ବାହାନା କରି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ।

ସମ୍ପୃକ୍ତ ଘଟଣାର କ୍ୱାର୍ସି ଥାନା ଅଧିକାରୀ ପଙ୍କଜ ମିଶ୍ର କହିଛନ୍ତି ଯେ ମହିଳାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରାଯାଇଛି । ପୋଲିସର କହିବା ଅନୁସାରେ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଔଷଧ ଖାଇବା ପରେ ସେ ବେହୋସ ହୋଇଯାଇଥିଲେ ଏବଂ ପରେ ଡାକ୍ତର ତାଙ୍କୁ ଦୁଷ୍କର୍ମ କରିଥିଲେ ।

Get real time updates directly on you device, subscribe now.