fbpx

କିଶୋରରୁ ୪୦ ବର୍ଷ ପର୍ଯ୍ୟନ୍ତ ଏପରି ରଖନ୍ତୁ ତ୍ୱଚାର ଯତ୍ନ; ବିଶେଷଜ୍ଞ କହିଲେ ଉପାୟ

ବର୍ତ୍ତମାନ ସମୟରେ ବାୟୁ, ପାଣି ଏବଂ ଖାଦ୍ୟର ପ୍ରକାର ଅନୁଯାୟୀ ତ୍ୱଚାର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି । ସେହିପରି ଚେହେରା ଖରାପ ହୋଇଯିବା କିମ୍ବା ଉଜ୍ଜ୍ୱଳତା କମି ଯିବା ଭଳି ସମସ୍ୟା ଦେଖାଯିବା ସାଧାରଣ କଥା ହୋଇଗଲାଣି । ବ୍ରଣ, କଳା ଦାଗ ଏବଂ ଟ୍ୟାନିଂ ପାଇଁ ତ୍ୱଚାର ଯତ୍ନନେବା ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ହୋଇଛି ।

ଜଣେ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଗୁରୁଭିନ କିଶୋରରୁ ୪୦ ବର୍ଷ ପର୍ଯ୍ୟନ୍ତ ତ୍ୱଚାର କିପରି ଯତ୍ନ ନେଇ ପାରିବେ ସେ ବିଷୟରେ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ବିଶେଷଜ୍ଞ ତାଙ୍କ ପୋଷ୍ଟରେ ଏହା କହିଛନ୍ତିି ଯେ ଚିକିତ୍ସା ଅପେକ୍ଷା ପ୍ରତିରୋଧ ଭଲ। ଯଦି ଆପଣ ଚର୍ମରେ ଶୀଘ୍ର ବାର୍ଦ୍ଧକ୍ୟର ସାମ୍ନା କରିବାକୁ ଚାହୁଁନାହାଁନ୍ତି, ତେବେ ଆପଣ ଚର୍ମର ଅତିରିକ୍ତ ଯତ୍ନ ନେବା ଉଚିତ୍ । ଗୁରୁଭିନଙ୍କ ପୋଷ୍ଟ ଅନୁଯାୟୀ, ଆପଣ ନିଜେ କିଶୋର ଅବସ୍ଥାରୁ ହିଁ ସନସ୍କ୍ରିନ୍ ବ୍ୟବହାର କରିବା ଉଚିତ୍ । ଶୀତ ହେଉ କି ଗ୍ରୀଷ୍ମ କିଶୋର ଅବସ୍ଥାରେ ସମସ୍ତେ ଦିନକୁ ଦୁଇଥର ସନସ୍କ୍ରିନ୍ ଲଗାଇବା ଉଚିତ୍ । ।

ବିଶେଷଜ୍ଞଙ୍କ ଅନୁଯାୟୀ, ଆପଣ ୨୦ ବର୍ଷ ବୟସରେ ଭିଟାମିନ୍ ସି ସନସ୍କ୍ରିନ୍ ବ୍ୟବହାର କରିବା ଉଚିତ୍ । ଏହି ବୟସରେ ବ୍ରଣ କିମ୍ବା ପିମ୍ପଲ୍ ହୋଇପାରେ । ସେଥିପାଇଁ କେବଳ ଭିଟାମିନ୍ ସି ଯୁକ୍ତ ସନସ୍କ୍ରିନ୍ ବ୍ୟବହାର କରନ୍ତୁ ।

ସେହିପରି ୩୦ ବର୍ଷ ବୟସରେ ପ୍ରତ୍ୟେକ ବ୍ୟକ୍ତି ଭିଟାମିନ୍ ଏବଂ ରେଟିନାଲ ଥିବା ସନସ୍କ୍ରିନ୍ ବ୍ୟବହାର କରିବା ଉଚିତ୍ । ରେଟିନାଲ ହେଉଛି ଏକ ରାସାୟନିକ ପଦାର୍ଥ, ଯାହା ଟ୍ୟାନିଂ ବ୍ୟତୀତ ଚର୍ମକୁ ଚମକାଇଥାଏ । ଯଦି ଆପଣ ୪୦ ବର୍ଷ ବୟସରେ ହୋଇଛନ୍ତି, ତେବେ ଆପଣଙ୍କୁ ଭିଟାମିନ୍ ସି ରେଟିନାଲ୍ ସନସ୍କ୍ରିନ୍ ବ୍ୟବହାର କରିବାକୁ ପଡିବ, କିନ୍ତୁ ଏହା ସହିତ ମଶ୍ଚରାଇଜର ମଧ୍ୟ ପ୍ରୟୋଗ କରନ୍ତୁ ।

Get real time updates directly on you device, subscribe now.