fbpx

କରୋନାରେ ବଢ଼ୁଛି ମୃତ୍ୟୁ, ରାସ୍ତାରେ ଗଡୁଛି ଶବ

ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର): କରୋନା ଯୋଗୁଁ ବେଶ୍ ପ୍ରଭାବିତ ହୋଇଛି ଇକ୍ୱେଡର । ଏହି ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ପୁରା ବିଗିଡ଼ି ଯାଇଛି । କିଛି କ୍ଷେତ୍ରରେ ସରକାର ମୃତଦେହ ଉଠାଇ ମଧ୍ୟ ପାରୁନାହାଁନ୍ତି । ଏହି ଦେଶରେ ଶବ ଗୃହରେ ମୃତଦେହ ରଖିବା ପାଇଁ ଆଉ ସ୍ଥାନ ନାହିଁ । ଶେଷରେ ବଡ଼ ବଡ଼ ରେଫ୍ରିଜରେଟରରେ ମୃତଦେହ ରଖାଯାଉଛି ।ଦେଶରେ ଯେଉଁ ମେଡିକାଲ ଗୁଡ଼ିକ ରହିଛି, ସେଠିକାର ଶବ ଗୃହରେ ମୃତଦେହ ରଖିବା ପାଇଁ ଆଉ ସ୍ଥାନ ନାହିଁ । ତେଣୁ ସରକାର ଅସ୍ଥାୟୀ ଭାବେ ଥଣ୍ଡା କଣ୍ଟେନରରେ ମୃତଦେହ ରଖିବାକୁ ମଜବୁର ହୋଇଛନ୍ତି । ଏହି ଥଣ୍ଡା କଣ୍ଟେନରର ଲମ୍ବ ପାଖାପାଖି ୪୦ ଫୁଟ ହେବ । ସରକାରୀ ଡାକ୍ତରଖାନାଗୁଡ଼ିକରେ ଏହାକୁ ରଖାଯାଇଛି । ମୃତଦେହ ଗୁଡ଼ିକୁ ଏହା ଭିତରେ ଅସ୍ଥାୟୀ ଭାବେ ରଖାଯାଉଛି । ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଏବେ ଇକ୍ୱେଡର ରେ କୋରୋନା ଆକ୍ରାନ୍ତ ବଢ଼ିଛନ୍ତି । ଏତେ ସଂଖ୍ୟାକ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଦେଶରେ ମେଡିକାଲ ବେଡର ମଧ୍ୟ କମି ରହିଛି । ସେହିପରି ଅନ୍ତିମ ସଂସ୍କାର ପର୍ୟ୍ୟନ୍ତ ମୃତଦେହ ଗୁଡ଼ିକୁ ରଖିବାରେ ମଧ୍ୟ ସମସ୍ୟା ଉପୁଜିଛି । ମେଡିକାଲ ବାହାରେ ଏବଂ ରାସ୍ତାରେ ମୃତଦେହ ପଡ଼ିରହୁଛି ।

Get real time updates directly on you device, subscribe now.