fbpx

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ, ଟିକେଟ ପାଇଁ ୧୨ଟି କାଉଣ୍ଟର ବ୍ୟବସ୍ଥା

କଟକ,୯ା୧୨(ଓଡ଼ିଶା ଭାସ୍କର): ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ନେଇ ଓସିଏ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଆଗାମୀ ୨୨ରେ ବାରବାଟୀରେ ମୁହାଁମୁହିଁ ହେବେ ଏହି ଦୁଇ ଦଳ । ଏନେଇ ସମସ୍ତ ପ୍ରସ୍ତୁତି ହୋଇସାରିଛି ।

ଡିସେମ୍ବର ୧୯ରୁ ୨୧ସକାଳ ୯ଟାରୁ ୫ଟା ଯାଏ କାଉଣ୍ଟରରେ ଅଫଲାଇନ ଭାବେ ଟିକେଟ ବିକ୍ରି କରାଯିବ । ୪ଟି ପରିବର୍ତ୍ତେ ଏଥର ୧୨ଟି କାଉଣ୍ଟରରେ ଟିକେଟ ବିକ୍ରି କରାଯିବ ବୋଲି ସୂଚନା ରହିଛି । କାଉଣ୍ଟରରେ ୧୦ହଜାର ୫୦ଟି ଟିକେଟ ବିକ୍ରି କରାଯିବ । ୩ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ପୂରା ଟିକେଟ ଲାଗିବ । ପରିଚୟପତ୍ର ଦେଖାଇ ସର୍ବାଧିକ ୨ଟି ଟିକେଟ ଦର୍ଶକମାନେ ନେଇ ପାରିବେ ବୋଲି ଜଣାପଡ଼ିଛି । ସକାଳ ୭ଟା ପୂର୍ବରୁ ଟିକେଟ ପାଇଁ ଧାଡ଼ି କରିବାକୁ ଦିଆଯିବ ନାହିଁ ।

୨୨ତାରିଖ ଦିନ ୨ଟା ୩୦ରେ ମ୍ୟାଚ ହେବାକୁ ଥିବା ବେଳେ ୯ଟା ୩୦ରେ ଗେଟ୍ ଖୋଲିବ । ଡିସେମ୍ବର ୧୬ସୁଦ୍ଧା ଷ୍ଟାଡ଼ିଅମର ସମସ୍ତ ମରାମତି କାମ ସରିବ । ସୁବ ଗ୍ୟାଲେରୀରେ ହେଲ୍ପ ଡ଼େସ୍କ ରହିବ । ୨୦ ଓ ୨୧ରେ ଭାରତ ଓ ୱେଷ୍ଟଇଣ୍ଡିଜ ଦଳର ନେଟ ପ୍ରାକ୍ଟିସ୍ କରାଯିବ । ଟିମ୍ ଇଣ୍ଡିଆର ଅଭ୍ୟାସ ସମୟ ଦିନ ୨ଟା ଓ ୫ଟା ରହିବ । ସେହିପରି ୱେଷ୍ଟଇଣ୍ଡିଜର ନେଟ ପ୍ରାକ୍ଟିସ୍ ସମୟ ଦିନ ୯ଟା ଓ ୧୨ଟା ରହିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.