fbpx

ଖୁସିଖବର : ଓଡ଼ିଶାବାସୀଙ୍କୁ ଆସନ୍ତା ୩ ବର୍ଷ ଯାଏଁ ଦେବାକୁ ପଡ଼ିବନି ଅଧିକ ବିଦ୍ୟୁତ ଦର, ଶକ୍ତି ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ବିଦ୍ୟୁତ୍ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଥିବା ଲୋକଙ୍କ ପାଇଁ ଖୁସିଖବର । ଆଉ ବଢ଼ିବନାହିଁ ବିଦ୍ୟୁତ୍ ଦର । ଏନେଇ ଖୋଦ୍ ଶକ୍ତିମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି । ବିଦ୍ୟୁତ ଦର ବୃଦ୍ଧିକୁ ନେଇ ହେଉଥିବା ଖବରକୁ ସେ ଖଣ୍ଡନ କରିଛନ୍ତି । ବିଦ୍ୟୁତ ଦରବୃଦ୍ଧି ନେଇ ରାଜ୍ୟ ସରକାର କୌଣସି ଯୋଜନା ରଖି ନଥିବା ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ । ବିଦ୍ୟୁତ ଦର ବୃଦ୍ଧି ହୋଇପାରେ ବୋଲି କିଛି ଗଣମାଧ୍ୟମ ଯେଉଁ ଅପପ୍ରଚାର କରୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ ବୋଲି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।

ତେବେ ନୂଆବର୍ଷରୁ ବିଦ୍ୟୁତ ଦର ବଢ଼ିବା ନେଇ ଚର୍ଚ୍ଚା ହେଉଥିଲା । ଏନେଇ କିଛି ଗଣମାଧ୍ୟମରେ ଜୋରଦାର ଖବର ପ୍ରସାରଣ କରାଯାଉଥିଲା । ଏପରିକି କିଛି ସଙ୍ଗଠନ ମଧ୍ୟ ଏହି ନିଷ୍ପତ୍ତିକୁ ତୀବ୍ର ଭାବରେ ବିରୋଧ କରିଥିଲେ । କିଛିକିଛି ସ୍ଥାନରେ ପ୍ରତିବାଦ ମଧ୍ୟ କରାଯାଇଥିଲା । ଯାହାକୁ ନେଇ ଅନେକ ବିଦ୍ୟୁତ ଉପଭୋକ୍ତା ଚିନ୍ତାରେ ପଡି ଯାଇଥିଲେ । କାରଣ ଭାରତର ଅନେକ ରାଜ୍ୟ ତୁଳନାରେ ରାଜ୍ୟରେ ବିଦ୍ୟୁତ ଦର ଅଧିକ ରହିଛି ।

ସାଧାରଣ ଉପଭୋକ୍ତାଟିଏ ବିନା ବିଦ୍ୟୁତରେ ଚଳିବା କଷ୍ଟକର ହୋଇପଡ଼ିଲାଣି । ସେହିପରି ଚଳିତବର୍ଷ ପ୍ରବଳ ଗରମ ହେବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ବିଦ୍ୟୁତ ଦରକୁ ନେଇ ଅନେକ ଉପଭୋକ୍ତା ଚିନ୍ତାରେ ପଡ଼ି ଯାଇଥିଲେ । ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଉପଭୋକ୍ତାଙ୍କୁ ଆଶ୍ବସ୍ତି ମିଳିଛି । ମନ୍ତ୍ରୀଙ୍କ କହିବା ମୁତାବକ ରାଜ୍ୟରେ ୨୫ ବର୍ଷ ପର୍ଯ୍ୟନ୍ତ ଟାଟା ପାୱାର ବିଦ୍ୟୁତ ସେବା ଦେବା ପାଇଁ ଚୁକ୍ତି କରାଯାଇଛି । ସମସ୍ତ ଉପଭୋକ୍ତାଙ୍କୁ ଯେପରି ସମସ୍ତ ସେବା ପ୍ରଦାନ କରାଯିବ ତାହା ସେମାନଙ୍କର ଦାୟିତ୍ବ । ନିରବିଛିନ୍ନ ବିଦ୍ୟୁତ ସେବା ପାଇଁ ଟାଟା ସମସ୍ତ ପ୍ରକାର କାର୍ଯ୍ୟ କରୁଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ସରକାରଙ୍କ ଏହି ନିଷ୍ପତ୍ତି ଶୁଣି ରାଜ୍ୟବାସୀ ଖୁସି ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.