fbpx

ତିନି ଜିଲ୍ଲାରେ କଣ୍ଟେନମେଣ୍ଟ ଜୋନ ତଦାରଖ ନିର୍ଦ୍ଦେଶ ସହ ରାପିଡ଼ ରେସପନ୍ସ ଟିମ୍ ଗଠିତ

ଭୁବନେଶ୍ୱର, ୨୧ା୪(ଓଡ଼ିଶା ଭାସ୍କର): ତିନି ଜିଲ୍ଲାର କଣ୍ଟେନମେଣ୍ଟ ଜୋନ ତଦାରଖ ନିର୍ଦ୍ଦେଶ ଦିଆଯାଇଛି । ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଏହାସହ ସେହି ୩ଟି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଠାରେ ୩ଟି ଟିମ୍ ଅନୁଧ୍ୟାନ ପାଇଁ ଷ୍ଟେଟ ରାପିଡ଼ ରେସପନ୍ସ ଟିମ୍ ଗଠନ କରାଯାଇଛି । ତିନଟି ଟିମ୍ ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଗସ୍ତରେ ଯିବେ । ଏସବି ମେଡ଼ିକାଲ କଲେଜର ଟେକନିକାଲ ଟିମ୍ ଯାଜପୁରର ସହାୟତା କରିବେ । ଫକୀର ମୋହନ ଟେକନିକାଲ ଟିମ୍ ବାଲେଶ୍ୱର ଓ ଭଦ୍ରକରେ ସହାୟତା କରିବେ ।

Get real time updates directly on you device, subscribe now.