ନୂଆଦିଲ୍ଲୀ: ପ୍ରତିମାସରେ ମହିଳାଙ୍କ ପାଇଁ ଋତୁସ୍ରାବ ଅତ୍ୟନ୍ତ କଷ୍ଟ ଦାୟକ ହୋଇଥାଏ । ସାଧାରଣତଃ ମହିଳା ମାନଙ୍କ ଋତୁସ୍ରାବ ୨ ରୁ ୭ଦିନ ପର୍ଯ୍ୟନ୍ତ ହୋଇଥାଏ । ହେଲେ ଏପରି ଜଣେ ମହିଳାଙ୍କୁ ଏହି ରକ୍ତସ୍ରାବ ୩ମାସ ପର୍ଯ୍ୟନ୍ତ ହୋଇଥିଲା । ଆମେରିକାର ଉତ୍ତର କରୋଲିନାରେ ଜଣେ ମହିଳାଙ୍କୁ ୮୩ଦିନ ପର୍ଯ୍ୟନ୍ତ ପିରିୟଡ଼ ହୋଇଥିଲା । ମାମଲା ଏତେ ବିଗିଡ଼ି ଗଲା ଯେ, ସେ ସମ୍ପୂର୍ଣ୍ଣ ରକ୍ତରେ ଭିଜିଯାଇଥିଲେ । ଏହି ମହିଳା ଜଣେ ଲେଖିକା ଅଟନ୍ତି ଏବଂ ତାଙ୍କ ନାମ ରାନୀ ମାୟ ଅଟେ । ଏହି ୮୩ଦିନର କଷ୍ଟକୁ ସେ ମିଡ଼ିଆ ସାମ୍ନାରେ ପ୍ରକାଶ କରିଛନ୍ତି ।
ଆରମ୍ଭରୁ ରାନୀଙ୍କର ଏହି କଥା ଶୁଣି ଡ଼ାକ୍ତର ବିଶ୍ୱାସ କରି ନଥିଲେ । ତାଙ୍କୁ ହସ୍ପିଟାଲର ଜରୁରୀକାଳୀନ ରୁମରେ ପଚରାଗଲା ଯେ, ପ୍ରକୃତରେ ଆପଣଙ୍କର ଏତିକି ବ୍ଲିଡ଼ିଂ ହୋଇଛି ଯେତିକି ଆପଣ କହୁଛନ୍ତି? ସେ ଉତ୍ତରରେ କହିଥିଲେ, କିଛି ବର୍ଷ ହେବ ମୋର ମାସିକ ଋତୁସ୍ରାବ ହୋଇନଥିଲା । ଏହାପରେ ୨୦୧୫ରେ ପିରିୟଡ଼ ହେଲା । ପ୍ରକୃତରେ ତାଙ୍କର ପରିୟଡ଼ରେ ଅଧିକ ବ୍ଲିଡ଼ିଂ ହୁଏ । ହେଲେ ୨୦୧୮ ମସିହାରେ ଯେତେବେଳେ ଅଫିସରେ ସେ ତାଙ୍କ ସିଟରୁ ଉଠିଲେ ସେହି ସିଟଟି ରକ୍ତାକ୍ତ ହୋଇଯାଇଥିଲା ।
ମହିଳାମାନେ ପିସିଓଡ଼ିରେ ହର୍ମୋନ ଅସନ୍ତୁଳନ କାରଣରୁ ମୋଟା ହୋଇଯାଆନ୍ତି । ଏହି କାରଣରୁ ଲମ୍ବା ସମୟ ପର୍ଯ୍ୟନ୍ତ ପିରିୟଡ଼ ହୋଇଥାଏ । ରାନୀ କହିଛନ୍ତି ଯେତେବେଳେ ସେ ତାଙ୍କ ଡ଼େକ୍ସରୁ ଉଠି ବାଥରୁମ ଯାଆନ୍ତି ସେତେବେଳେ ତାଙ୍କ ଗୋଡ଼ ଏବଂ ପାଦ ରକ୍ତାକ୍ତ ହୋଇ ଭିଜିଯାଇଥିଲା । ସେ ଘରକୁ ଆସିବାପରେ ପ୍ୟାଡ଼ର ପୁରା ପ୍ୟାକେଟ ବ୍ୟବହାର କରିଥିଲେ ତଥାପି ତାଙ୍କ ରକ୍ତସ୍ରାବ ବନ୍ଦ ହୋଇ ନଥିଲା । ଏହାପରେ ସେ ହସ୍ପିଟାଲ ଯିବାକୁ ବାଧ୍ୟ ହୋଇଥିଲେ ।
ହସ୍ପିଟାଲର କିଛି ଚିକତ୍ସା ପରେ ତାଙ୍କୁ ଆଶ୍ୱସ୍ଥି ଲାଗିଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ୨ ସପ୍ତାହ ପର୍ଯ୍ୟନ୍ତ ଟ୍ରିଟମେଣ୍ଟ କରିଥିଲେ । ଏହାପରେ ରାନୀଙ୍କୁ ବହୁବାର ପ୍ୟାନିକ ଆଟାକ ଆସିଥିଲା । ଏହାଦ୍ୱାରା ତାଙ୍କ ହାର୍ଟ ରେଟ ଏବଂ ବ୍ଲଡ୍ ପ୍ରେସର ମଧ୍ୟ ବଢିଗଲା । ଏହାପରେ ତାଙ୍କୁ ରକ୍ତ ମଧ୍ୟ ଦେବାକୁ ପଡ଼ିଥିଲା ଏବଂ ତାଙ୍କୁ କିଛି ସର୍ଜିକାଲ ପ୍ରୋସିଜରରେ ରହିବାକୁ ପଡ଼ିଥିଲା ।