fbpx

ସାଧାରଣ ଲୋକଙ୍କ ପାଇଁ ଖୁସିଖବର! ଶସ୍ତା ହୋଇଗଲା ଖାଇବା ତେଲ

ନୂଆଦିଲ୍ଲୀ : ବଢ଼ୁଥିବା ଦରଦାମ୍ ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଆସିଛି ଏକ ଆରାମଦାୟକ ଖବର । ଗତ ସପ୍ତାହରେ ଦିଲ୍ଲୀର ତୈଳ ବଜାରରେ ସୋୟାବିନ୍ ଡିଗମ୍ ତେଲ, ଅଶୋଧିତ ପାମୋଲିନ ତେଲ (ସିପିଓ) ଏବଂ ପାମୋଲିନ ତେଲର ମୂଲ୍ୟରେ ହ୍ରାସ ଘଟିଥିଲା । ସୋରିଷ, ବାଦାମ ତେଲ, ସୋୟାବିନ୍ ତେଲ ଦିଲ୍ଲୀ ଏବଂ ଇନ୍ଦୋର ତେଲର ମୂଲ୍ୟ ପୂର୍ବ ସ୍ତରରେ ବନ୍ଦ ହୋଇଯାଇଥିଲା ।

ବଜାର ସୂତ୍ରରୁ ଜଣାପଡିଛି ଯେ, ମାଲେସିଆ ଏକ୍ସଚେଞ୍ଜରେ ୧.୭୫ ପ୍ରତିଶତ ହ୍ରାସ ପାଇଥିବାବେଳେ ଚିକାଗୋ ଏକ୍ସଚେଞ୍ଜରେ ୧.୭ ପ୍ରତିଶତ ହ୍ରାସ ପାଇଛି । ସୂତ୍ରରୁ ପ୍ରକାଶ ଯେ, ପୁଣି ଥରେ ବିଦେଶରେ ମୂଲ୍ୟ ବ୍ରେକ୍ ହୋଇଛି ଏବଂ ଏଥିରେ ଖୁସି ହେବା ପରିବର୍ତ୍ତେ ସମସ୍ତେ ଚିନ୍ତା କରିବା ଆବଶ୍ୟକ କାରଣ ଏହା ଦେଶର ତୈଳବୀଜ ବ୍ୟବସାୟର ମଧ୍ୟ ବ୍ରେକ୍ ହେଉଛି । ସମୟ ସହିତ ଯଦି ସରକାର ଆମଦାନୀ ଶୁଳ୍କ ବୃଦ୍ଧି ନକରନ୍ତି, ବିଶେଷ କରି ହାଲୁକା ତେଲ ଉପରେ ନବଢ଼ାନ୍ତି, ତେବେ ଦେଶୀ ତୈଳବୀଜର ଏକ ବଡ଼ ଷ୍ଟକ୍ ବଜାରରେ ଜମା ହେବ ।

ଶସ୍ତା ଆମଦାନୀର ଚାପ ସତ୍ତେ୍ୱ ସୋରିଷ, ବାଦାମ ତେଲ, ସୋୟାବିନ୍ ଦିଲ୍ଲୀ ଏବଂ ଇନ୍ଦୋର ତେଲ, ସୋୟାବିନ୍ ତେଲ ମଞ୍ଜି ମୂଲ୍ୟ ହାଲୁକା ଚାହିଦା ମଧ୍ୟରେ ଅପରିବର୍ତ୍ତିତ ରହିଲା । ଅନ୍ୟପଟରେ ବିଦେଶ ବଜାରରେ ହ୍ରାସ ପାଉଥିବାରୁ ସିପିଓ, ପାଲମୋଲେନ୍ ଏବଂ ସୋୟାବିନ୍ ଡିଗମ୍ ତେଲ ହ୍ରାସ ପାଇଛି ।

Get real time updates directly on you device, subscribe now.