fbpx

(Video) ଓଡ଼ିଶାରେ ଦୃଶ୍ୟମାନ ହେଲା ୬୦ ଫୁଟର ଏକ ବିଶାଳକାୟ ତୁଳସୀ ବୃକ୍ଷ: ମା’ ଭଗବତୀ, ଶମ୍ଭୁ ଓ ସତ୍ୟଯୁଗ ସହିତ ରହିଛି ସମ୍ପର୍କ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ପୃଥିବୀ ପୃଷ୍ଠରେ କିଛି ଅଦ୍ଭୂତ ପ୍ରକାରର ଜୀବଜନ୍ତୁ, ବୃକ୍ଷଲତା ଦେଖିବାକୁ ମିଳିଥାନ୍ତି । ଏପରି ଦୃଶ୍ୟକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବା ସହ ଏହା ପଛରେ ଦୈବୀଶକ୍ତି ରହିଥିବା ନେଇ ଆଶଙ୍କା ପ୍ରକାଶ କରିଥାନ୍ତି । ତେବେ ଏପରି ଏକ ଅସାଧାରଣ ଦୃଶ୍ୟ ଦେଖି ଲୋକଙ୍କର ନିଦ ହଜି ଯାଇଯାଇଛି । ସାଧାରଣ ଭାବେ ଆମେମାନେ ୨-୩ ଫୁଟ ଉଚ୍ଚତାର ତୁଳସୀ ଗଛ ଦେଖିବାକୁ ପାଇଥାଉ ।

ତେବେ ନିକଟରେ ଦେଖିବାକୁ ମିଳିଛି ୬୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ବିଶାଳକାୟ ତୁଳସୀ ଗଛ । କଟକ ଜିଲ୍ଲା ସାଲେପୁର ବ୍ଲକ ଚିତ୍ରୋତ୍ପଳା ପଠାର ବାଲିସାହି ଗାଁରେ ଏଭଳି ଏକ ବୃକ୍ଷ ଦେଖିବାକୁ ମିଳିଛି । ଏହି ବୃକ୍ଷର ଉଚ୍ଚତା ପାଖାପାଖି ୬୦ ଫୁଟ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଏପରି ବୃକ୍ଷ ଦେଖିବାକୁ ଆଜିକାଲି ପ୍ରାୟତଃ ବିରଳ । ତେବେ ଏହି ବୃକ୍ଷକୁ ଦେଖିବା ପରେ ଲୋକଙ୍କ ମନରେ ଭକ୍ତି ଭାବନା ଜାଗ୍ରତ ହୋଇଛି ।

ତେବେ ଏହି ବିଶାଳକାଳୟ ତୁଳସୀ ବୃକ୍ଷର ନା ଅଛି ବାସ୍ନା ନା ଅଛି ରୂପ । କେହି କେହି ଏହାକୁ ସତ୍ୟ ଯୁଗର ଗଙ୍ଗା ତୁଳସୀ ବୋଲି କହୁଛନ୍ତି । ସତ୍ୟଯୁଗ ଫେରିଲେ ଏହି ବୃକ୍ଷ ତା’ର ବାସ୍ନା ଫେରି ପାଇବ ବୋଲି କୁହାଯାଉଛି । ତେବେ ବାତ୍ୟାରେ ଭାଙ୍ଗି ଯାଇଥିବା ଏହି ବୃକ୍ଷର କାଠକୁ କିଛି ଲୋକ ଜାଳିବା ପାଇଁ ଘରକୁ ନେଉଥିଲେ । ମାତ୍ର ଦେବୀଙ୍କ ସ୍ୱପ୍ନାଦେଶ ହେବାରୁ ସେମାନେ କାଠକୁ ଛାଡ଼ିଦେଲେ ପଳାଇଥିଲେ ବୋଲି କୁହାଯାଉଛି । ତେବେ ମାଆ ଭଗବତୀ ଓ ଶମ୍ଭୁ ବିଶେଶ୍ୱରଙ୍କ ମଧ୍ୟଭାଗରେ ଥିବା ଗୁପ୍ତଗଙ୍ଗା କୂଳରେ ଏହି ବୃକ୍ଷ ଅବସ୍ଥାନ କରିଥିବାରୁ ଏନେଇ ସମ୍ପୂର୍ଣ୍ଣ ଭାବେ ଅନୁସନ୍ଧାନ କରାଗଲେ ସବୁକିଛି ସ୍ପଷ୍ଟ ହୋଇପାରନ୍ତା ବୋଲି ଅଞ୍ଚଳବାସୀ କହିଛନ୍ତି ।

Get real time updates directly on you device, subscribe now.