fbpx

(video)ଝିଅର ଜନ୍ମଦିନ ପାଳନ କରୁଥିଲେ, ଆଉ ଠିକ ଏହି ସମୟରେ ଘର ଉପରକୁ ହେଲା କ୍ଷେପଣାସ୍ତ୍ର ମାଡ଼; ଆଉ ତା’ପରେ ..

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧ ଥମିବାର ନାମ ନେଉନାହିଁ। ପ୍ରତିଦିନ ଏଭଳି ଘଟଣାର ଅନେକ ଭିଡିଓ ସାମ୍ନା କୁ ଆସୁଛି ଯାହା ହୃଦୟ ବିଦାରକ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେଉଛି ଯେଉଁ ଥିରେ ଏକ ଛୋଟ ଝିଅର ଜନ୍ମଦିନ ପାଳନ କରୁଥିବାର ଦେଖିବାକୁ ମିଳିଛି। ବାସ୍ତବରେ, ଯେତେବେଳେ ଝିଅର ଜନ୍ମଦିନ ପାଳନ କରାଯାଉଥିବା ସମୟରେ , ଋଷର କ୍ଷେପଣାସ୍ତ୍ର ଆସି ପଡ଼ିଥିଲା।

 

View this post on Instagram

 

A post shared by Юлия Чубса (@julichkaua)

ଏହି ମିସାଇଲ୍ ଡନିପ୍ରୋ ସହରର ଆପାର୍ଟମେଣ୍ଟକୁ ନଷ୍ଟ କରିଦେଇଥିଲା ଯେଉଁଠାରେ ଝିଅଟି ତାଙ୍କ ଜନ୍ମଦିନ ପାଳନ କରୁଥିଲା। ଏହି ଆକ୍ରମଣରେ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।ଭିଡିଓରେ, ଆପଣ ଦେଖିପାରିବେ ଯେ ଚିତାବାଘ ପ୍ରିଣ୍ଟ ଡ୍ରେସ ପିନ୍ଧିଥିବା ଝିଅ ମହମବତୀ ଲିଭେଇ ଜନ୍ମଦିନ ପାଳନ କରୁଥିଲା। ତାଙ୍କ ପରିବାର ଲୋକ ଖୁସିରେ ‘ ଜନ୍ମଦିନ’ ଗୀତ ଗାଉଥିବାର ଦେଖିବାକୁ ମିଳିଛି । କିନ୍ତୁ କ୍ଷଣକ ରେ ସବୁ ପରିବର୍ତ୍ତନ ହେଇଯାଇଛି ।

ଅନ୍ୟପକ୍ଷରେ, ବିବିସି ରିପୋର୍ଟ ଅନୁଯାୟୀ, ଋଷର କ୍ଷେପଣାସ୍ତ୍ର ଆକ୍ରମଣରେ ୟୁକ୍ରେନର ସାଧାରଣ ଲୋକମାନେ ନିରନ୍ତର ଜୀବନ ହରାଉଛନ୍ତି। ଖବର ଅନୁଯାୟୀ, ଶନିବାର ଆକ୍ରମଣରେ ଡନିପ୍ରୋପେଟ୍ରୋଭସ୍କ୍ ​​ଅଞ୍ଚଳର ବକ୍ସିଂ ଦଳର ମୁଖ୍ୟ ପ୍ରଶିକ୍ଷକ ମାଇଖାଇଲୋ କୋରେନୋଭସ୍କି ମଧ୍ୟ ନିହତ ହୋଇଥିଲେ। ଏହି ଆକ୍ରମଣରେ ତିନି ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ରୁ ଅଧିକ ଲୋକ ଏପର୍ଯ୍ୟନ୍ତ କୌଣସି ଖବର ମିଳୁ ନାହାଁ।ଅନ୍ୟପକ୍ଷରେ, ଯଦି ଆମେ AFP ର ରିପୋର୍ଟ ବିଷୟରେ କହିବା ତେବେ ଋଷ ଦ୍ୱାରା ଆକ୍ରମଣ ହୋଇଥିବା ୪୦ ରୁ ଅଧିକ ଲୋକଙ୍କ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏଥିସହ ଏହି କ୍ଷେପଣାସ୍ତ୍ରର ଆକ୍ରମଣ ପରେ ଡନିପ୍ରୋ ସହରରେ ବିଦ୍ୟୁତ୍ ସରବାରହ ରେ ବ୍ୟାଘାତ ଦେଖାଦେଇଛି।

Get real time updates directly on you device, subscribe now.