(Video) ଗର୍ଲଫ୍ରେଣ୍ଡ ସାମ୍ନାରେ ଭୁଲ୍ କରିଦେଲେ ପ୍ରେମିକ, ତା’ପରେ ଏମିତି ପଡ଼ିଲେ ଯେ…ଭିଡିଓ ଦେଖି ଆପଣ ମଧ୍ୟ ହସି ହସି ଗଡ଼ିଯିବେ
କୁହାଯାଏ କି ଲୋକମାନେ ପ୍ରେମରେ ପଡ଼ିଲେ ନିଜ ପ୍ରେମିକା ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ । ସେ ତାଙ୍କର ବହୁତ କେୟାର କରନ୍ତି ଓ କୌଣସି ଜିନିଷର ଅଭାବ ରଖନ୍ତି ନାହିଁ । ସେ ନିଜ ପ୍ରେମିକା ପାଇଁ ଚାନ୍ଦ, ତାରା ତୋଳି ଆଣିବା ପାଇଁ ମଧ୍ୟ କହିଥାନ୍ତି । ପ୍ରେମିକାର ଟିକିଏ ଅସୁବିଧା ବେଳେ ସାହାଯ୍ୟ ପାଇଁ ସାଙ୍ଗେ ସାଙ୍ଗେ ପଳାଇ ଆସନ୍ତି । ସୋସିଆଲ ମିଡିଆରେ ଏପରି ହଜାର ଭିଡିଓ ଅଛି, ଯେଉଁଥିରେ ପ୍ରେମି ନିଜ ପ୍ରେମିକା ପାଇଁ କିଛି ବି କରୁଥିବା ଦେଖିବାକୁ ମିଳିଛି ।
କିନ୍ତୁ ଏବେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ମଧ୍ୟ ନହସି ରହିପାରିବେ ନାହିଁ । ଏଥିରେ ନିଜ ପ୍ରେମିକାକୁ ସାହାଯ୍ୟ କରିବାକୁ ଯାଇ ପ୍ରେମିକ ଏପରି ଭୁଲ କରିଥିଲେ ଯେ ସେ ହିଁ ତଳେ ଖସିପଡ଼ିଥିଲେ । ତାଙ୍କ ଅବସ୍ଥା ଦେଖି ଯେ କେହି ବି ହସି ପକାଇବ । ଭିଡିଓକୁ ଦେଖି ଲାଗୁଛି କି, ପ୍ରେମୀ ଯୁଗଳ ବୋଟରେ ବୁଲିବାକୁ ପହଞ୍ଚିଥିଲେ । ସେଠାରେ ପ୍ରେମିକ ତ’ ଆରାମରେ ଚଢ଼ିଯାଇଥିଲା । କିନ୍ତୁ ପ୍ରେମିକା ନିଜେ ବୋଟରେ ଚଢ଼ିନପାରିବାକୁ ଯୁବକ ଜଣକ ତାଙ୍କର ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ।
ଯୁବକ ଜଣକ ପ୍ରେମିକା ପାଖରେ ପହଞ୍ଚି ହାତ ବଢ଼ାଇଦେଇଥିଲେ ଓ ପ୍ରେମିକା ମଧ୍ୟ ତାଙ୍କ ହାତ ଧରି ବୋଟରେ ଚଢ଼ିବାକୁ ଲାଗିଥିଲେ । କିନ୍ତୁ ସେ ଉପରେ ଚଢ଼ିବା ପୂର୍ବରୁ ହିଁ ଯୁବକଙ୍କ ବାଲାନ୍ସ ବିଗିଡ଼ି ଯାଇଥିଲା ଓ ବିଚାରା ପ୍ରେମିକ ଧୁମ ଧଡ଼ାକ ହୋଇ ପାଣିରେ ପଡ଼ିଯାଇଥିଲେ । ମଜାଦାର ବିଷୟ ହେଉଛି କି, ପ୍ରେମିକ ତଳେ ପଡ଼ିଯିବାରୁ ଝିଅଟି ତୁରନ୍ତ ଡଙ୍ଗାର କିନାରାକୁ ଧରି ଝୁଲିପଡ଼ିଥିଲେ । ଅନ୍ୟପଟେ ପାଣିରେ ପଡ଼ିବା ପରେ ଯୁବକ ଜଣକ ପୁଣିଥରେ ଠିଆ ହୋଇଥିଲେ ଓ ପୁଣି ନିଜ ପ୍ରେମିକାକୁ ଡଙ୍ଗାରେ ଚଢ଼ାଇବାକୁ ଚେଷ୍ଟା କରିଥିଲେ ।
View this post on Instagram