fbpx

SBI ଗ୍ରାହକଙ୍କୁ ବଡ଼ ଝଟକା, ବ୍ୟାଙ୍କ ବଦଳାଇଲା ଏହି ନିୟମ: ଏବେ ଆକାଉଣ୍ଟରୁ ଆପେ ଆପେ କଟିଯାଉଛି ଟଙ୍କା !

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଆକାଉଣ୍ଟ ଥିବା ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଯଦି ଆପଣଙ୍କର ଏହି ସରକାରୀ ବ୍ୟାଙ୍କରେ ଆକାଉଣ୍ଟ ଅଛି ଏବଂ କୌଣସି କାରବାର ବିନା ଆପଣଙ୍କ ଆକାଉଣ୍ଟରୁ ଟଙ୍କା ସ୍ୱୟଂଚାଳିତ ଭାବରେ କଟିଯାଉଛି, ତେବେ ଆସନ୍ତୁ ଜାଣିବା କାହିଁକି …

ଆକାଉଣ୍ଟରୁ ୧୪୭.୫୦ ଟଙ୍କା କଟିଯାଉଛି :-
ଆଜିକାଲି ଦେଖାଯାଉଛି ଯେ, ଅନେକ ଗ୍ରାହକଙ୍କ ଆକାଉଣ୍ଟରୁ ସ୍ୱୟଂଚାଳିତ ଭାବରେ ଟଙ୍କା କଟିଯାଉଛି । ଏହା ସହିତ ୧୪୭.୫୦ ଟଙ୍କା କଟିବାର ମେସେଜ୍ ଆସୁଛି । ଏଭଳି ପରିସ୍ଥିତିରେ ଅନେକ ଗ୍ରାହକ ଏହି ମେସେଜ୍ ଦେଖିବା ପରେ ବ୍ୟାଙ୍କରେ ପହଞ୍ଚିଛନ୍ତି ।

ବ୍ୟାଙ୍କ ପ୍ରତିବର୍ଷ ଏହି ଟଙ୍କା କାଟିଥାଏ :-
ବ୍ୟାଙ୍କ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦେଇ କୁହାଯାଇଛି ଯେ, ଏସବିଆଇ ଦ୍ୱାରା ଗ୍ରାହକଙ୍କ ଆକାଉଣ୍ଟରୁ ଏହି ଟଙ୍କା ଡେବିଟ୍ କରାଯାଉଛି । ବ୍ୟାଙ୍କ ଏହି ଟଙ୍କା ରକ୍ଷଣାବେକ୍ଷଣ ଚାର୍ଜ ଭାବରେ ନେଉଛି । ବର୍ଷକୁ ଥରେ ଏହି ଟଙ୍କା ନେଇଥାଏ ବ୍ୟାଙ୍କ । ବ୍ୟାଙ୍କ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛି ।

ବ୍ୟାଙ୍କ ପକ୍ଷରୁ ଏହି ଟଙ୍କା ଚାର୍ଜ ଭାବରେ କଟାଯାଇଥାଏ । ଏଥି ସହିତ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ଡେବିଟ୍ କାର୍ଡ ପାଇଁ ଗ୍ରାହକଙ୍କ ଠାରୁ ବାର୍ଷିକ ୧୨୫ ଟଙ୍କା ନିଆଯାଇଥାଏ । ୧୮ ପ୍ରତିଶତ ହାରରେ ଜିଏସ୍ଟି ଏଥିରେ ଯୋଗ କରାଯାଇଛି, ଯାହା ପରେ ଏହି ପରିମାଣ ୧୪୭.୫୦ ଟଙ୍କା ହେଉଛି ।

କାର୍ଡ ବଦଳାଇବା ପରେ ମଧ୍ୟ ଟଙ୍କା ଦେବାକୁ ପଡିବ :-
ଏହା ବ୍ୟତୀତ ଯଦି କୌଣସି ଗ୍ରାହକ ତାଙ୍କର ଡେବିଟ୍ କାର୍ଡ ବଦଳାଇବାକୁ ଚାହାଁନ୍ତି, ତେବେ ଏଥିପାଇଁ ତାଙ୍କୁ ଜିଏସ୍ଟି ଚାର୍ଜ ସହିତ ବ୍ୟାଙ୍କକୁ ୩୦୦ ଟଙ୍କା ଦେବାକୁ ପଡିବ ।

Get real time updates directly on you device, subscribe now.