ଆସନ୍ତା ସପ୍ତାହରେ ୫ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ: ରିଜର୍ଭ ବ୍ୟାଙ୍କ ଦେଲା ବଡ଼ ସୂଚନା

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଯଦି ଆବଣଙ୍କ ବ୍ୟାଙ୍କ ସହ ଜଡ଼ିତ କିଛି କାମ ଅଛି ବା ବ୍ୟାଙ୍କ ଯିବାର ଯୋଜନା ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହରେ ବ୍ୟାଙ୍କଗୁଡିକ ୭ ରୁ ୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । ଏପରି ପରିସ୍ଥିତିରେ ଯଦି ଆପଣଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସାରିବାର ଅଛି ବା ବ୍ରାଞ୍ଚ ଯିବାର ଅଛି, ତେବେ ଏହା ପୂର୍ବରୁ ଆପଣଙ୍କ ସହରରେ ବ୍ୟାଙ୍କ ଖୋଲିବ କି ନାହିଁ ଚେକ୍ କରନ୍ତୁ ।

ବ୍ୟାଙ୍କ ଛୁଟିଦିନର ତାଲିକା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଆଗୁଆ ଜାରି କରାଯାଇଛି, ଯାହାଫଳରେ ଗ୍ରାହକ ଏବଂ କର୍ମଚାରୀମାନେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଆରବିଆଇ ୱେବସାଇଟ୍ ଅନୁଯାୟୀ, ଯଦି ଏହି ଛୁଟିଦିନଗୁଡିକ ରାଜ୍ୟ ଅନୁଯାୟୀ ହୋଇଥାଏ । ତେବେ ଏହା ସମଗ୍ର ଦେଶର ବ୍ୟାଙ୍କଗୁଡିକ ଉପରେ ପ୍ରଭାବ ପକାଇବ ନାହିଁ ।

ଆସନ୍ତା ସପ୍ତାହରେ ବ୍ୟାଙ୍କଗୁଡିକ କେବେ ବନ୍ଦ ହେବ
୨୩ ଜାନୁଆରୀ ୨୦୨୩- ସୋମବାର- (ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀରେ ଆସାମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ)
୨୫ ଜାନୁଆରୀ ୨୦୨୩- ବୁଧବାର – (ରାଜ୍ୟସ୍ତରୀୟ ଦିବସ ହେତୁ ହିମାଚଳ ପ୍ରଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ)
୨୬ ଜାନୁଆରୀ ୨୦୨୩ – ଗୁରୁବାର – (ଗଣତନ୍ତ୍ର ଦିବସ ଅବସରରେ ବ୍ୟାଙ୍କଗୁଡିକ ସମଗ୍ର ଦେଶରେ ବନ୍ଦ ରହିବ)
୨୮ ଜାନୁଆରୀ ୨୦୨୩ – ଚତୁର୍ଥ ଶନିବାର ।
୨୯ ଜାନୁଆରୀ ୨୦୨୩ – ରବିବାର ।

ବ୍ୟାଙ୍କ ଛୁଟି ସତ୍ତ୍ୱେ ଆପଣ ଅନ୍‌ଲାଇନ୍ ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ମାଧ୍ୟମରେ ଟଙ୍କା କାରବାର କିମ୍ବା ଅନ୍ୟାନ୍ୟ କାର୍ଯ୍ୟ କରିପାରିବେ । ବ୍ୟାଙ୍କ ଛୁଟି ଏହି ସୁବିଧା ଉପରେ ପ୍ରଭାବ ପକାଇବ ନାହିଁ ।