fbpx

ଗୁଜୁରାଟରେ ତିଆରି ହୋଇଛି ୧୫୬ ଗ୍ରାମ ଓଜନର ପିଏମ ମୋଦୀଙ୍କ ସୁନା ମୂର୍ତ୍ତି: ଦାମ୍ ଜାଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ: ଗୁଜୁରାଟର ସୁରଟ ସହରର ଜଣେ ସୁନା ବ୍ୟବସାୟୀ ନିକଟରେ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ସାନଦାର୍ ବିଜୟର ଖୁସିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୫୬ ଗ୍ରାମ ଓଜନର ସୁନା ମୂର୍ତ୍ତି ତିଆରି କରିଛନ୍ତି ।

୨୦ ରୁ ୨୫ ଜଣିଆ ଏକ ଟିମ୍ ଏହି ପ୍ରତିମା ତିଆରି କରିବା ପାଇଁ ୩ ମାସର କଠିନ ପରିଶ୍ରମ କରିଥିଲେ । ଏହି ମୂର୍ତ୍ତିର ମୂଲ୍ୟ ପ୍ରାୟ ୧୧ ଲକ୍ଷ ଟଙ୍କା । ଗତ ବର୍ଷ ଡିସେମ୍ବରରେ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ୧୮୨ ଟି ଆସନରୁ ୧୫୬ ଟି ଜିତିଥିବାରୁ ୧୮ କ୍ୟାରେଟ ସୁନାରେ ୧୫୬ ଗ୍ରାମ ଓଜର ଏହି ପ୍ରତିମୂର୍ତ୍ତି ତିଆରି କରିଛୁ ବୋଲି ଅଳଙ୍କାର ନିର୍ମାତା ରାଧିକା ଚେନ୍ସର ମାଲିକ ବସନ୍ତ ବୋହରା କହିଛନ୍ତି । ମୋଦୀଙ୍କ ଏହି ପ୍ରତିମୂର୍ତ୍ତିକୁ କିଣିବାକୁ ଅନେକ ଲୋକ ଆଗ୍ରହ ଦେଖାଉଛନ୍ତି, କିନ୍ତୁ ସେ ଏହାକୁ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇ ନାହାଁନ୍ତି ।

ବୋହରା କହିଛନ୍ତି, “ମୁଁ ନରେନ୍ଦ୍ର ମୋଦୀଙ୍କର ଜଣେ ପ୍ରଶଂସକ ଏବଂ ତାଙ୍କୁ ସମ୍ମାନ ଦେବା ପାଇଁ କିଛି କରିବାକୁ ଚାହୁଁଥିଲି । ଆମ କାରଖାନାରେ ଏହି ପ୍ରତିମା ତିଆରି କରିବାକୁ ପ୍ରାୟ ୨୦ କାରିଗର ତିନିମାସର ସମୟ ନେଇଥିଲେ । ଅନ୍ତିମ ଫଳାଫଳରେ ମୁଁ ସନ୍ତୁଷ୍ଟ । ବର୍ତ୍ତମାନ ଏହାର ବିକ୍ରୟ ପାଇଁ କୌଣସି ସ୍ଥିର ମୂଲ୍ୟ ନାହିଁ, କାରଣ ଏହା ଏବେ ବିକ୍ରି ପାଇଁ ନୁହେଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ସୁନା ପ୍ରତିମୂର୍ତ୍ତି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ପିଏମ ମୋଦୀଙ୍କ ସୁନା ପ୍ରତିମୂର୍ତ୍ତିକୁ ଦେଖି ସୋସିଆଲ ମିଡିଆରେ ଲୋକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।

ତେବେ ପିଏମ ମୋଦୀଙ୍କ ପ୍ରତିମୂର୍ତ୍ତି ତିଆରି ହେବ ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ଇନ୍ଦୋର ଏବଂ ଅହମ୍ମଦାବାଦର କିଛି ବ୍ୟବସାୟୀ ପିଏମ ମୋଦୀଙ୍କ ପ୍ରତିମା ତିଆରି କରିଛନ୍ତି । ଧନତେରାସ୍ ଅବସରରେ ପିଏମ ମୋଦୀଙ୍କ ଛବି ସହିତ ସୁନା ମୁଦ୍ରା ମଧ୍ୟ ବହୁତ ବିକ୍ରି ହୋଇଥିଲା ।

Get real time updates directly on you device, subscribe now.