fbpx
BSKY SKY
BSKY SKY

୧୦ମ ପାସ କରିପାରିବେ ଆବେଦନ ,୧୬୭୧ ପଦବୀ ପାଇଁ ବାହାରିଲା ନିଯୁକ୍ତିର ସୁଯୋଗ

BSKY

ନୁଆଦିଲ୍ଲୀ: ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନରେ ଆସୁଥିବା ଇଣ୍ଟେଲିଜେନ୍ସ ବ୍ୟୁରୋରେ ଏସଆଇବି ର ଏକଜୁକେଟିଭ ଆଉ ମଲ୍ଟି ଟ୍ୟାକ୍ସିଙ୍ଗ ଷ୍ଟାପ ପଦ ପାଇଁ ଆବେଦନ ବାହାର କରିଛି । ଏଥିପାଇଁ ୧୬୭୧ ପୋଷ୍ଟରେ ଭର୍ତ୍ତି ପାଇଁ ନିଯୁକ୍ତି ବାହାରିଛି ।ଏହି ପୋଷ୍ଟ ପାଇଁ ଆବେଦନର ତାରିଖ ୨୧ ଜାନୁୟାରୀ ୨୦୨୩ ରେ ଆରମ୍ଭ ହେବାର ଥିଲା ଯାହା ବର୍ତ୍ତମାନ ସ୍ଥଗିତ କରାଯାଇଛି । ଯାହାକି ଆବେଦନର ତାରିଖ ୨୮ ଜାନୁୟାରୀ ୨୦୨୩ ରେ ଆରମ୍ଭ ହେବ । ଆବେଦନ ଗ୍ରହଣର ଶେଷ ତାରିଖ ୧୭ ଫେବୃୟାରୀ ୨୦୨୩ ସ୍ଥିର କରାଯାଇଛି ।

ଏଥିପଦବୀ ପାଇଁ ଯୋଗ୍ୟତା: ଏଥିପାଇଁ ପ୍ରାର୍ଥୀ ଯେ କୌଣସି ଅନୁଦାନ ପ୍ରାପ୍ତ ବୋର୍ଡରୁ ୧୦ ଶ୍ରେଣୀ ପାସ କରିଥିବା ଆବଶ୍ୟକ ।

ବୟସ ସୀମା:ସିକ୍ୟୁରିଟି ଆସିଷ୍ଟାଣ୍ଟ ଏବଂ ଏକଜୁକେଟିଭ ପାଇଁ ୨୭ ବର୍ଷ
ଏମଟିଏସ ପାଇଁ ୧୮ ରୁ ୨୫ ବର୍ଷ
ଏସଏସି ଏବଂ ଏସଟି ପାଇଁ ୫ବର୍ଷର ଏବଂ ଓବିସି ପାଇଁ ୩ବର୍ଷ ଆରମ ମିଳିଥାଏ ।

ଦରମା: ଏହି ପଦବୀ ପାଇଁ ଲେବଲ ୭ ଗ୍ରେଡ ପେ ଅଧିନରେ ୪୪,୯୦୦-୧,୪୨,୪୦୦ ଟଙ୍କା
ଆବେଦନ ଶୁଳ୍କ: ସମାନ୍ୟ ବର୍ଗ , ଇଡବ୍ଲୁଏସ,ଓବିସି ପାଇଁ ଆବେଦନର ଶୁଳ୍କ: ୪୫୦ ଟଙ୍କା ।
ଏସଏସି, ଏସଟି ପାଇଁ:୫୦ଟଙ୍କା
ସବୁ ବର୍ଗର ମହିଳା ପ୍ରାର୍ଥୀଙ୍କ ପାଇଁ :୫୦ ଟଙ୍କା ସ୍ଥିର କରାଯାଇଛି ।

ପ୍ରାର୍ଥୀ ମାନେ ଡେବିଟକାର୍ଡ, ଇଣ୍ଟରନେଟ ବ୍ୟାକିଙ୍ଗ, ୟୁପିଆଇ ମାଧ୍ୟମରେ ଶୁଳ୍କ ପ୍ରଦାନ କରି ପାରିବେ ।

 

Get real time updates directly on you device, subscribe now.