fbpx

ବଏକଟ୍ ଗ୍ୟାଙ୍ଗକୁ ମନ୍ତ୍ରୀ ଅନୁରାଗଙ୍କ ଶକ୍ତ ଚାପୁଡ଼ା: ଶାହରୁଖ ଖାନଙ୍କୁ କଲେ ପ୍ରଶଂସା

ମୁମ୍ବାଇ: ଦେଶରେ ବଲିଉଡ୍ ଇଣ୍ଡଷ୍ଟ୍ରି ଓ ଫିଲ୍ମକୁ ନେଇ ଦୀର୍ଘଦିନ ହେବ ସୋସିଆଲ୍ ମିଡିଆରେ ବଏକଟ୍ ଟ୍ରେଣ୍ଡ କ୍ଷୀପ୍ର ବେଗରେ ମାଡ଼ିଚାଲିଛି । ନିକଟରେ ଶାହରୁଖ୍ ଖାନ୍‌ଙ୍କ ଫିଲ୍ମ ‘ପଠାନ୍‌’ର ଏକ ଗୀତକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହି ମାମଲାରେ କେନ୍ଦ୍ରୀୟ ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ବୟାନ ସାମ୍ନାକୁ ଆସିଛି । ସେ ତାଙ୍କ ବୟାନରେ କହିଛନ୍ତି ଯେ ଏହି ବଏକଟ୍ ଟ୍ରେଣ୍ଡ କେବଳ କ୍ଷତି ହିଁ ପହଞ୍ଚାଇଥାଏ ଓ ମାହୋଲକୁ ଖରାପ କରିଥାଏ। ଏହା କରିବା ଉଚିତ୍ ନୁହେଁ।

ସେ ଆହୁରି କହିଛନ୍ତି ଯେ ଭାରତ ଏକ ସଫ୍ଟ ପାୱର ଭାବେ ନିଜର ପ୍ରଭାବ ବିସ୍ତାର କରିବାକୁ ଇଚ୍ଛା ରଖିଛି। ଏପରି କ୍ଷେତ୍ରରେ ଏ ପ୍ରକାର ଘଟଣା ମାହୋଲକୁ କେବଳ ଖରାପ କରିବା ଛଡ଼ା ଅନ୍ୟ କିଛି ନୁହେଁ। ଯଦି କିଛି ଫିଲ୍ମକୁ ନେଇ ସମସ୍ୟା ଅଛି ତେବେ ସେ ସମ୍ବନ୍ଧରେ ସରକାରୀ ବିଭାଗ ସହ ଆଲୋଚନା କରିବା ଉଚିତ୍। ସେମାନେ ଫିଲ୍ମ ନିର୍ମାତାଙ୍କ ସହ ଏହି ପ୍ରସଙ୍ଗକୁ ଉଠାଇପାରିବେ । ଅନୁରାଗ ଠାକୁରଙ୍କ କହିବାନୁଯାୟୀ ଭାରତୀୟ ଫିଲ୍ମ ବିଶ୍ୱର କୋଣ ଅନୁକୋଣରେ ଧମାଲ କରୁଥିବା ବେଳେ ଏ ପ୍ରକାର ବଏକଟ୍ ଟ୍ରେଣ୍ଡ ମାହେଲକୁ ଖରାପ କରିଥାଏ। କିନ୍ତ କିଛି ବ୍ୟକ୍ତି ଘଟଣାକୁ କିଛି ନଜାଣି ନଶୁଣି କେବଳ ସମାଲୋଚନା କରିଥାନ୍ତି ଯାହା ସମସ୍ୟା ସୃଷ୍ଟି କରିଥାଏ। ଏଭଳି କରିବା ଆଦୌ ଉଚିତ୍ ନୁହେଁ ବୋଲି ଅନୁରାଗ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Get real time updates directly on you device, subscribe now.