fbpx

ମନ୍ତ୍ରୀ ନବଦାସଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, କହିଲେ ନବଙ୍କ ହତ୍ୟା ପାଇଁ…

ଭୁବନେଶ୍ୱର:ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗତ କାଲି ଦିନ ଦ୍ୱିପ୍ରହରରେ ଗୁଳିମାରି ହତ୍ୟା କରାଯାଇଛି । ତେବେ ହତ୍ୟା କାରୀ ଆଉ କେହି ନୁହେଁ ବରଂ ଜଣେ ପୋଲିସ ଏଆଇସି । ବର୍ତ୍ତମାନ ଏହି ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ କ୍ରାଇମ ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ।ଆଉ ଖୁବ ଶୀଘ୍ର ଏହି ଘଟଣାର ତଦନ୍ତ ହେବ । କେଉଁ କାରଣରୁ ଏହି ଜଣେ ପୋଲିସ କର୍ମଚାରୀ ଏହି ଭଳି କାର୍ଯ୍ୟ ଘଟାଇଲେ ଏହାର ତଦନ୍ତ ହେବ ।

ତେବେ ଏହି ଘଟଣାକୁ ନେଇ ସାରା ଓଡିଶା ସ୍ତବ୍ଧ ଥିବା ସବୁଠାରେ ଶୋକର ଶାୟା ଖେଳିଯାଇଛି । ମନ୍ତ୍ରୀଙ୍କ ଶେଷ ଯାତ୍ରାରେ ହଜାର ହଜାର ଲୋକ ଉପସ୍ଥିତ ହୋଇ ତାଙ୍କର ଶେଷଥର ଦର୍ଶନ କରିଛନ୍ତି । ନବ ଦାସ ଅମର ରହେ ରେ ସାରା ପରିବେଶ ଗୁଞ୍ଜରିତ ହେଉଥିବା ବେଳେ ତାଙ୍କର ଆତ୍ମାଙ୍କୁ ସଦଗତି ପ୍ରଦାନ ହେଉ ବୋଲି ପ୍ରାର୍ଥନା କରୁଛନ୍ତି ।
ସେପଟେ ମନ୍ତ୍ରୀଙ୍କ ଏହି ଭଳି ମୃତ୍ୟୁ ଉପରେ ବିରୋଧୀ ଦଳର ନେତା ତାଙ୍କର ମନ୍ତବ୍ୟ ପ୍ରକାଶ କରିଛନ୍ତି । ଯେଉଁଠାରେ ମନ୍ତ୍ରୀ ମାନେ ସୁରକ୍ଷିତ ନୁହଁନ୍ତି ସେଠାରେ ସାଧାରଣ ଜନତା କିପରି ସୁରକ୍ଷିତ ତାହା ଉପରେ ପ୍ରଶ୍ନ ଉଠାଇଛନ୍ତି । କେବଳ ଏତିକି ନୁହେଁ ବିରୋଧୀ ଦଳର ନେତା ନରସିଂହ ମିଶ୍ର ଏହି ହତ୍ୟାକୁ ଏକ ଯୋଜନା ବଦ୍ଧ ହତ୍ୟା ବୋଲି କହିଛନ୍ତି ।

ଏହା ସହିତ ଓଡିଶାରେ ଗୁଇନ୍ଦା ବିଭାଗ କେଉଁ କାର୍ଯ୍ୟ କରୁଛି ତାହା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି । ଏପର୍ଯ୍ୟନ୍ତ କାହିଁକି କୌଣସି ତଦନ୍ତ କାର୍ଯ୍ୟ ଆଗକୁ ବଢ଼ି ନାହିଁ ତାହା କହି ସେ ମୁଖ୍ୟମନ୍ତ୍ରୀକୁ ଦାୟୀ କରିଛନ୍ତି । ଏହା ସହିତ ହତ୍ୟାକାରୀ କୁ ମାନସିକ ରୋଗି କହିବା ବିଶ୍ୱାସ ଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି ।ଆଉ ଯଦି ସେ ମାନସିକ ରୋଗୀ ତେବେ ଏହି ମୃତ୍ୟୁ ପାଇଁ ସରାକର ଦାୟୀ ଅଟନ୍ତି । ଅପରାଧକୁ କିପରି ନିୟନ୍ତ୍ରଣ କରାଯିବ ତାହା ଉପରେ କାର୍ଯ୍ୟକରାଉ ବୋଲି ନରସିଂହ ମିଶ୍ର ମତ ଦେଇଛନ୍ତି ।

ସୂଚନା ମୁତାବକ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନ୍ତିମ ସଂସ୍ମାର ଝାରସୁଗୁଡାର ଖେରୁଆଲ ଠାରେ ହୋଇଛି । ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ହଜାର ହଜାର ଲୋକଙ୍କ ମଧ୍ୟରେ ନୀରବ ହୋଇ ଯାଇଛନ୍ତି ମନ୍ତ୍ରୀ ନବ ଦାସ ।

Get real time updates directly on you device, subscribe now.