fbpx

IND Vs NZ 3rd T20: ଟି-୨୦ରେ ଶୁଭମନ ଗିଲ୍‌ଙ୍କ ପ୍ରଥମ ଶତକ, ନ୍ୟୁଜିଲାଣ୍ଡ ଆଗରେ ବିଜୟ ଲକ୍ଷ୍ୟ ୨୩୫

ଅହମ୍ମଦାବାଦ: ଭାରତୀୟ ଯୁବ ଓପନର୍ ଶୁବମନ ଗିଲ୍ ନ୍ୟୁଜିଲ୍ୟାଣ୍ଡର ବୋଲରଙ୍କୁ ଶେଷ ଟି-୨୦ ମୁକାବିଲାରେ ନିର୍ଦ୍ଧୁମ ପ୍ରହାର କରିଛନ୍ତି। ଏହା ସହିତ ସେ ଟି -୨୦ ଆନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ୫୪ ବଲରେ ପୁରଣ କରିଛନ୍ତି। ଏହା ହେଉଛି ଗିଲ୍‌ଙ୍କ ଶେଷ୍ଠ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌, ଯେଉଁଥିରେ ତାଙ୍କର ଏହି ସର୍ବୋତ୍ତମ ଇନିଂସ ଆସିଛି। ଏହାପୂର୍ବରୁ ତାଙ୍କର ଶ୍ରେଷ୍ଠ ଇନିଂସ ୪୬ ରନ୍ ଥିଲା। ଏହି ମ୍ୟାଚ୍‌ରେ ଗିଲ୍ ୬୩ ବଲ୍ ଖେଳି ୧୨୬ ରନ୍ ସଂଗ୍ରହ କରିଥିଲେ। ଏହା ସହିତ ଶୁଭମାନ ଗିଲ ବର୍ତ୍ତମାନ ଜଣେ ଭାରତୀୟଙ୍କ ଦ୍ୱାରା ଟି -୨୦ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି।

ଶୁଭମନ୍ ଗିଲ୍‌ଙ୍କ ଏହି ପାଳି ସାହାଯ୍ୟରେ ଭାରତ ନ୍ୟୁଜିଲାଣ୍ଡ ଆଗରେ ୨୩୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଗିଲ୍‌ଙ୍କ ବ୍ୟତିତ ରାହୁଲ ତ୍ରିପାଠୀ ମଧ୍ୟ ୨୨ ବଲ୍‌ରେ ୪୪ ରନ୍‌ର ଧୁଆଁଧାର ଇନିଂସ ଖେଳିଥିଲେ। ତାଙ୍କ ପରେ ସୂର୍ଯ୍ୟକୁମାର ଯାଦବ ୧୨ ବଲ୍‌ରେ ୨୪ ଏବଂ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୧୭ ବଲ୍‌ରୁ ୩୦ ରନ୍ ସ୍କୋର କରିଥିଲେ। ନ୍ୟୁଜିଲାଣ୍ଡ ପାଇଁ ମିଚେଲ୍ ବ୍ରାସବେଲ୍‌, ବ୍ଲେୟାର ଟିକନର୍, ଇଶ ସୋଢି ଏବଂ ଡାରୀ ମିଚେଲ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।

Get real time updates directly on you device, subscribe now.