fbpx

ମାଛ ସମେତ ଏହି ସବୁ ଖାଦ୍ୟ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ, ନଚେତ୍ କମ ହୋଇପରେ ଆପଣଙ୍କ ସ୍ମରଣ ଶକ୍ତି

ଆଜିକାଲିର ବ୍ୟସ୍ତବୁଳ ଜୀବନରେ ଆମେ ଶରୀରର ପ୍ରତି ସଠିକ୍ ଭାବରେ ଧ୍ୟାନ ଦେଇ ନଥାଉ । ଫଳରେ ଆମକୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ । ଶରୀର ପରି ମସ୍ତିଷ୍କର ମଧ୍ୟ ଯତ୍ନ ନେବା ମଧ୍ୟ ନିତ୍ୟାନ୍ତ ଜରୁରୀ । ନଚେତ୍ ପରବର୍ତ୍ତି ସମୟରେ ଏହା ଏକ ବଡ ସମସ୍ୟାର କାରଣ ହୋଇ ଛିଡାହୋଇପାରେ । ତେଣୁ ଆଜିଠାରୁ ହିଁ ଏହାର ଧ୍ୟାନ ରଖିବା ଉଚିତ୍ । ତେବେ ଆମ ଦୈନନ୍ଦିନର ଖାଦ୍ୟ ଶୈଳୀ ଆମ ମସ୍ତିଷ୍କ ଉପରେ ସିଧାସଳଖ ଭାବରେ ପ୍ରଭାବ ପକାଇଥାଏ । ତେଣୁ ଏଥିପ୍ରତି ଆମେ ସତର୍କ ହେବା ଆବଶ୍ୟକ । ଆପଣମାନେ ଜାଣିଛନ୍ତି କି ଏପରି ବି କିଛି ଖାଦ୍ୟ ଅଛି ଯାହାକୁ ଅଧିକ ମାତ୍ରାରେ ସେବନ କରିବା ଉଚିତ୍ ନୁହେଁ । ନଚେତ୍ ଏହା ଆପଣଙ୍କୁ ବିପଦରେ ପକାଇବା ସହ ଆପଣଙ୍କ ସ୍ମରଣ ଶକ୍ତିକୁ ମଧ୍ୟ ହ୍ରାସ କରିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ସେବନ କରିବା ମସ୍କିଷ୍କ ପାଇଁ ବିପଦ ସୃଷ୍ଟି କରେ ।

ମାଛ: ମାଛରେ ଓମେଗା -୩ ଏବଂ ଫ୍ୟାଟି ଏସିଡ୍ ଭରପୂର ମାତ୍ରାରେ ରହିଥାଏ । ଯାହାକି ମସ୍ତିଷ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । କିନ୍ତୁ ଅଧିକ ମାଛ ଖାଇବା ମଧ୍ୟ ସ୍ମୃତି ଶକ୍ତି ଉପରେ ଖରାପ ପ୍ରଭାବ ପକାଇପାରେ । ବାସ୍ତବରେ ମାଛରେ ପାରା ନାମକ ଏକ ଉପାଦାନ ରହିଥାଏ । ଯାହା ମସ୍ତିଷ୍କକୁ କ୍ଷତି ପହଞ୍ଚାଇଥାଏ ଏବଂ ସ୍ମୃତି ଶକ୍ତି ଦୁର୍ବଳ କରିପାରେ । ତେଣୁ ଅଧିକ ମାଛ ସେବନ କରିବା ଉଚିତ୍ ନୁହେଁ ।

ମିଠା ପାନୀୟ (କୋଲ୍ଡଡ୍ରୀଙ୍ଗସ୍): ଖରାଦିନ ଆସିଲେ ପ୍ରତ୍ୟେକ ବ୍ୟକ୍ତି କୋଲ୍ଡଡ୍ରୀଙ୍ଗସ୍ ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହାକୁ ଅଧିକ ମାତ୍ରାରେ ସେବନ କରିବା ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇଥାଏ । କାରଣ ବଜାରରେ ଉପଲବ୍ଧ ହେଉଥିବା କାର୍ବୋନେଟେଡ୍ ପାନୀୟରେ ବହୁତ ମାତ୍ରାରେ ଚିନି ଏବଂ କିଛି ରାସୟନିକ ପଦାର୍ଥ ମିଶିଥାଏ । ଫଳରେ ଏହା ଯାହା ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଅଧିକ କୋଲଡ୍ରୀଙ୍ଗସ୍ ପିଉଥିଲେ ସାବଧାନ ହୋଇଯାଆନ୍ତୁ ।

ବ୍ରେଡ୍ ଏବଂ କୁକିଜ୍: ପାସ୍ତା, ବ୍ରେଡ ଏବଂ କୁକିଜ୍ ଭଳି ଜିନିଷ ମଧ୍ୟ ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇଥାଏ । କାରଣ ସେଥିରେ ଫାଇବର ବହୁତ କମ୍ ପରିମାଣରେ ରହିଥାଏ । ଏଥିସହିତ ଏଗୁଡ଼ିକ ବିଶୋଧିତ କାର୍ବସ୍ ଖାଦ୍ୟ ଯାହା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଏ । ବିଶୋଧିତ କାର୍ବସରେ ଏକ ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି ଯାହା ସ୍ମୃତି ଶକ୍ତି ଦୁର୍ବଳ କରିପାରେ । ତେଣୁ ଏହିସବୁ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖିବା ଉଚିତ୍ ।

ମଦ:ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ଫୁସଫୁସ ଏବଂ ଯକୃତ ସହିତ ଏହା ଆପଣଙ୍କ ମସ୍ତିଷ୍କକୁ ମଧ୍ୟ ଦୁର୍ବଳ କରିଥାଏ । ମଦ୍ୟପାନ କରିବା ଦ୍ୱାରା ମସ୍ତିଷ୍କର ମେଟାବୋଲିଜିମ୍ ଉପରେ ପ୍ରଭାବ ପକାଇଥାଏ । ଯେଉଁ କାରଣରୁ ସ୍ମୃତିଶକ୍ତି ମଧ୍ୟ ପ୍ରଭାବିତ ହୋଇପାରେ । ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା ସ୍ମୃତି ଶକ୍ତି ଦୁର୍ବଳ ହୋଇଯାଏ ।

Get real time updates directly on you device, subscribe now.