fbpx
BSKY
BJD SHG SKY
BJD YOUTH SKY

ଏଫଡିରେ ନିବେଶ କରିବା ପୂର୍ବରୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର, ଏହି ବ୍ୟାଙ୍କ ବଢାଇଲା ସୁଧ ହାର

ନୂଆଦିଲ୍ଲୀ: ଘରୋଇ କୋଟାକ ମହିନ୍ଦ୍ରା ବ୍ୟାଙ୍କ ମଙ୍ଗଳବାର ଦିନ ଫିକ୍ସଡ୍ ଡିପୋଜିଟରେ ସୁଧ ହାର ୦.୨୫ ପ୍ରତିଶତ ବୃଦ୍ଧି କରିବା ନେଇ ଘୋଷଣା କରିଥିଲା । ଏହି ପଦକ୍ଷେପ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ବୁଧବାର ଦିନ ନୀତିଗତ ଦରରେ ୦.୨୫ ପ୍ରତିଶତ ବୃଦ୍ଧି କରିବା କଥା ଉଠାଯାଇଥିଲା ।

ସୂଚନା ଅନୁସାରେ, ଶୁକ୍ରବାର ଅର୍ଥାତ ଆଜିଠାରୁ କାର୍ଯ୍ୟକାରୀ ହୋଇଥିବା ସଂଶୋଧିତ ହାର ଅନୁଯାୟୀ, ୧୫ ମାସରୁ ଦୁଇ ବର୍ଷ ମଧ୍ୟରେ ଜମା ପାଇଁ ୭.୨୫ ପ୍ରତିଶତ, ୨କୋଟିରୁ ୫ କୋଟି ଟଙ୍କା ଏବଂ ୧୨ ମାସ ୨୫ଦିନରୁ ୨ବର୍ଷ ପର୍ଯ୍ୟନ୍ତ ଦୁଇ କୋଟି ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ଟଙ୍କା ଉପରେ ୭.୧୦ ପ୍ରତିଶତ ସୁଧ ମିଳିବ ।

କୋଟାକ୍ ବ୍ୟାଙ୍କର ହେଡ୍ – ଗ୍ରାହକ ବ୍ୟାଙ୍କିଙ୍ଗ୍ ବିରାଟ ଦେୱାନଜି କହିଛନ୍ତି ଯେ, ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରମୁଖ ସୁଧ ହାରରେ ବୃଦ୍ଧି ହେତୁ ଆମେ ଆମର ମୂଲ୍ୟବାନ ଗ୍ରାହକଙ୍କୁ ସେମାନଙ୍କ ସଞ୍ଚୟ ଉପରେ ଅଧିକ ରିଟର୍ଣ୍ଣ ପ୍ରଦାନ କରି ଉପକୃତ ହୋଇଛୁ।

 

Get real time updates directly on you device, subscribe now.