fbpx

ଫ୍ଲାଇଟ୍ ପରେ ଏବେ ଟ୍ରେନରେ ପରିସ୍ରାକାଣ୍ଡ ;ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରି ଚାକିରିରୁ ବହିଷ୍କୃତ ହେଲେ ଟିଟିଇ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ : ଫ୍ଲାଇଟ୍ ପରେ ଏବେ ଟ୍ରେନରେ ପରିସ୍ରାକାଣ୍ଡ । ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଟିଟିଇ । ମହିଳା ଯାତ୍ରୀଙ୍କ ସହ ଏଭଳି ଅଶ୍ଳୀଳତା କାଣ୍ଡ ଯୋଗୁଁ ରେଳବାଇ କଡା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମ୍ପୃକ୍ତ ଟିଟିଇ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏହି ଘଟଣା ପରେ ଅଭିଯୁକ୍ତ ଟିକେଟ୍ ପରୀକ୍ଷକ (ଟିଟିଇ) ମୁନ୍ନା କୁମାରଙ୍କୁ ଗିରଫ କରି ଜେଲକୁ ପଠାଇଥିଲେ। ଆଇପିସିର ଧାରା ୩୫୪-ଏ, ୩୫୨ ଏବଂ ୫୦୯ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ଏହି ଘଟଣାର ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୃଢ ଆପତ୍ତି ଜଣାଇଛନ୍ତି ଏବଂ ଅଭିଯୁକ୍ତ ଟିଟିଇଙ୍କୁ ତୁରନ୍ତ ପଦବୀରୁ ବରଖାସ୍ତ କରାଯାଇଛି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏଭଳି ଘଟଣାକୁ ବରଦାସ୍ତ କରାଯାଇପାରିବ ନାହିଁ ।

ଏହି ଘଟଣା ସମ୍ପର୍କରେ ଜିଆରପି ଅଧିକାରୀ ସଞ୍ଜୀବ କୁମାର ସିହ୍ନା କହିଛନ୍ତି ଯେ ତାଙ୍କ ହେଲ୍ପଲାଇନ ନମ୍ବର ମାଧ୍ୟମରେ ସୂଚିତ କରାଯାଇଥିଲା ଯେ, ଜଣେ ମହିଳା ଯାତ୍ରୀଙ୍କ ଉପରେ ଟିଟିଇ ପରିସ୍ରା କରିଥିଲେ। ଏହା ପରେ ଚାରବାଗ ରେଳ ଷ୍ଟେସନକୁ ଏକ ଦଳ ପଠାଯାଇଥିଲା। ଟିଟିଇ ମୁନ୍ନା କୁମାରଙ୍କୁ ଚାରବାଗ ରେଳ ଷ୍ଟେସନରୁ ଗିରଫ କରାଯାଇଥିଲା ।

ରାଜେଶ ନାମକ ଜଣେ ଯାତ୍ରୀ ଅଭିଯୋଗ କରିଛନ୍ତି ଯେ ବିହାରର କିଓଲରେ ଅକାଲ ତାଖଟ ଏକ୍ସପ୍ରେସର କୋଚ ୩୧ ର ୩୨ ନମ୍ବର ସିଟରେ ସେ ଏବଂ ତାଙ୍କ ପତ୍ନୀ ହଇରାଣ ହେଉଛନ୍ତି। ଅଭିଯୋଗକାରୀଙ୍କ କହିବାନୁସାରେ, ମାର୍ଚ୍ଚ ୧୩ ତାରିଖ ରାତି ପ୍ରାୟ ୧୨.୩୦ ସମୟରେ ମୁନ୍ନା କୁମାର ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ମୁଣ୍ଡରେ ପରିସ୍ରା କରିଥିଲେ । ମଦ୍ୟପାନ କରି ଉନ୍ମତ୍ତକାଣ୍ଡ ଘଟାଇଥିବା ଅଭିଯୁକ୍ତ ଟିଟିଇଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି।

Get real time updates directly on you device, subscribe now.