fbpx

୫-ଟି କଣ? ଶାସକଙ୍କ ପାଇଁ ଏହା ଏକ ମହାମନ୍ତ୍ର ଆଉ ବିରୋଧୀଙ୍କ ପାଇଁ …

ଭୁବନେଶ୍ୱର: ରାଜ୍ୟ ରାଜନୀତି ଗରମ ଥିବା ବେଳେ ଏବେ ବିଧାନସଭା ଗୃହର ଅବସ୍ଥା ମଧ୍ୟ କିଛି ଏହି ପରି ଗରିମ ରହିଛି । ପ୍ରତିଦିନ ବିରୋଧୀ ଶାସକ ଦଳ ମଧ୍ୟରେ ହଟଗୋଳ ଦେଖିବାକୁ ମିଳୁଛି । ଆଉ ଏହି କିଛି ଦିନ ହେବ ଗୃହରେ ୫ଟି ଝଡ ବଢ଼ିବାରେ ଲାଗିଛି । ଆଉ ଏହି ଝଡ ଯାଇଁ ଏବେ ପାକିସ୍ତାନରେ ପହଞ୍ଚିଲାଣି । ବିରୋଧୀ କହୁଛନ୍ତି ଏହା କଣ ଆଉ ଏହା କଣ ପାଇଁ କାର୍ଯ୍ୟ କରୁଛି । ଆଉ ଯଦି ଏହା ଗୋଟିଏ ବିଭାଗ ତେବେ ଏହାର କାର୍ଯ୍ୟଳୟ କେଉଁ ଠାରେ ଅଛି ।

ତେବେ ବିରୋଧୀ ମାନଙ୍କ ଏହି ପ୍ରଶ୍ନର ଉତ୍ତର ଦେଇ ଗୃହରେ ଶାସକ ଦଳ କହିଥିଲେ ଯେ ଏହା ବିଭାଗ ନୁହେଁ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କର ଏକ ଚିନ୍ତାଧାରା । ତେବେ ବିଭାଗ କୁ ନେଇ ଆରମ୍ଭ ହୋଇଥିବା ବିବାଦକୁ ଶାସକ ଦଳ ଏକ ବ୍ୟବସ୍ଥାର ରୂପ ଦେଇଛନ୍ତି । କିନ୍ତୁ ବିରୋଧୀ ମାନେ ଏହାକୁ ଗ୍ରହଣ କରୁ ନାହନ୍ତି । ବିରୋଧୀଙ୍କ କହିବା ଅନୁସାରେ ୫ଟି ଦ୍ୱାରା ଅନ୍ୟ ବିଭାଗ ଗୁଡିର କାର୍ଯ୍ୟରେ ବ୍ୟାଘତ ଆସୁଛି । ଏହା ଅନ୍ୟ ସବୁ ବିଭାଗର କାର୍ଯ୍ୟକ୍ଷମତାକୁ ହ୍ରାସ କରୁଛି ।

ତେବେ ଏହି ବିବାଦ କେବଳ ଏତିକିରେ ଅଟକି ନାହିଁ ଶାସକ ଦଳଙ୍କ କହିବା ଅନୁସାରେ ରାଜ୍ୟରେ ଶିକ୍ଷା କ୍ଷେତ୍ରର ଆରମ୍ଭ କରି ମନ୍ଦିର ହେଉ ଅବା ଡାକ୍ତରଖାନା ଏହି ସବୁଠାରେ ଆପଣ ଯେଉଁ ରୂପାନ୍ତର ରୂପ ଦେଖୁଛନ୍ତି ଏହା କେବଳ ୫ଟିର କାର୍ଯ୍ୟଶୈଳୀର ଝଲକ ମାତ୍ର । ଏହା କୌଣସି ବିଭାଗା କାର୍ଯ୍ୟକୁ ଅଟକାଉ ନାହିଁ ବରଂ ଏହାକୁ କିପରି ଉଚ୍ଚମାନର କରାଯାଇ ପାରି ସେହି ଦିଗ ଉପରେ କାର୍ଯ୍ୟ କରୁଛି । କିନ୍ତୁ ବିରୋଧୀ ମାନଙ୍କ ଆଖିରେ ଏହି ଉନ୍ନତି ଗୁଡିକ ଦୃଶ୍ୟମାନ ହେଉ ନାହିଁ । ଯାହା ପାଇଁ ତାଙ୍କ ମୁଣ୍ଡରେ ୫ଟି ଭୂତ ଭାବେ ଚଢ଼ିଯାଇଛି । ଆଉ ବିରୋଧୀ ଏହାର ରଙ୍ଗକୁ ମଧ୍ୟ ନେଇ ପାକିସ୍ତାନ ସହିତ ତୂଳନା କରିବାରେ ଲାଗିଲେଣି ।

ପ୍ରଶାସନରେ ସ୍ୱଚ୍ଛତା, ଦୁର୍ନୀତିରେ ଅଙ୍କୁଶ, ସାଧାରଣ ଲୋକଙ୍କ ସେବାକୁ ‘୫-ଟି’ ସୁନିଶ୍ଚିତ କରିଛି ଏବଂ ରାଜ୍ୟର ରୂପାନ୍ତରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଜଧାନୀରୁ ଉପାନ୍ତ ପର୍ଯ୍ୟନ୍ତ ପ୍ରତ୍ୟେକ ସାଧାରଣ ଲୋକ ‘୫-ଟି’ର ଗୁରୁତ୍ୱକୁ ବୁଝି ପାରିଛନ୍ତି। ଦେଖିବାକୁ ଗଲେ ଏହା ଏକ ମଡେଲ ପରି କାର୍ଯ୍ୟ କରୁଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା କୁ କାର୍ଯ୍ୟକାରୀ କରିବା ପାଇଁ , ବିଭିନ୍ନ ବିଭାଗ ଥିବା ବେଳେ ୫-ଟିର ଆବଶ୍ୟକତା କାହିଁକି ରହିଛି ତାହା ଏପର୍ଯ୍ୟନ୍ତ ବିରୋଧୀ ବୁଝି ପାରୁ ନାହାନ୍ତି। ଯାହା ପାଇଁ ପ୍ରତିଦିନ ଗୃହରେ ଗଣ୍ଡଗୋଳ ଦେଖିବାକୁ ମିଳୁଛି ।

୫-ଟି କଣ :
୨୦୧୯ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘୫-ଟି’ ଓ ‘ମୋ ସରକାର’ ଅଭିଯାନ ଆରମ୍ଭ କରିଥିଲେ । ଏହାର ଦାୟିତ୍ୱ ନେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ । ‘୫-ଟି’ – ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ୍-ୱାର୍କ, ଟାଇମ୍, ଟ୍ରାନ୍ସଫର୍ମେସନ୍ କୁ ବୁଝାଏ । ସରକାର କହିଥିଲେ, ଏହି ଅଭିଯାନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସହ ବିଭାଗଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବ ।

Get real time updates directly on you device, subscribe now.