fbpx

ଖାତାକୁ ଆସିବ ୧୫ ଲକ୍ଷ ଟଙ୍କା: ୧୪ତମ କିସ୍ତି ପୂର୍ବରୁ ମୋଦି ଦେଲେ ସରପ୍ରାଇଜ, କେମିତି କରିବେ ଆବେଦନ?

ନୂଆଦିଲ୍ଲୀ: ଦେଶର କୃଷି ବିଭାଗକୁ ମଜବୁତ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଣୁ କୃଷକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପି.ଏମ କିସାନ ଯୋଜନା ଚଳାଇଛନ୍ତି । ତେବେ ଏହାର ୧୪ତମ କିସ୍ତି କୃଷକଙ୍କ ଆକାଉଣ୍ଟକୁ ଆସିବା ପୂର୍ବରୁ ଆଉ ଏକ ବଡ ସରପ୍ରାଇଜ ଅଣିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କୃଷକମାନଙ୍କୁ ବର୍ତ୍ତମାନ ୧୫ ଲକ୍ଷ ଟଙ୍କା ମିଳିପାରିବ । ତେବେ କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ମୋଦି ସରକାର ଏହି ଟଙ୍କା କୃଷକଙ୍କୁ ପ୍ରଦାନ କରିବେ ଆସନ୍ତୁ ଜାଣିବା…

ତେବେ ସରକାର କୃଷକମାନଙ୍କୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ଆଉ ଏକ ଯୋଜନା ଆରମ୍ଭ କରିଛନ୍ତି । ଏଥିରେ କୃଷଖମାନଙ୍କୁ ନୂଆ ଆଗ୍ରିକଲଚର ବିଜନେସ ଆରମ୍ଭ କରିବା ପାଇଁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହି ଯୋଜନା ଅଧୀନରେ କିସାନ ପ୍ରଡ୍ୟୁସର ଅର୍ଗାନାଇଜେସନକୁ ୧୫ ଲକ୍ଷ ଟଙ୍କା ଦିଆଯିବ । ଏହି ଯୋଜନାର ଫାଇଦା ଉଠାଇବା ପାଇଁ ୧୧ ଜଣ କୃଷକଙ୍କୁ ମିଶି ଏକ ଆର୍ଗାନାଇଜେସନ ବା କମ୍ପାନୀ ଆରମ୍ଭ କରିବାକୁ ହେବ । ଏଥିରେ କୃଷକମାନଙ୍କୁ ଚାଷ ସମ୍ପର୍କିତ ଉପକରଣ କିମ୍ବା ଫର୍ଟିଲାଇଜର୍ସ, ବୀଜ ଏବଂ ଔଷଧ ଇତ୍ୟାଦି କିଣିବାରେ ମଧ୍ୟ ସହଜ ହେବ ।

କିପରି କରିବେ ଆବେଦନ?

ପ୍ରଥମେ ରାଷ୍ଟ୍ରୀୟ କୃଷି ବଜାରର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ

ହୋମ୍ ପେଜରେ ଦିଆଯାଇଥିବା ଏଫପିଓ ଅପ୍ସନରେ କ୍ଲିକ କରନ୍ତୁ

ଏଠାରେ ରେଜିଷ୍ୟ୍ରେସନ ଅପ୍ସନରେ କ୍ଲିକ କରନ୍ତୁ- ଏହାପରେ ସ୍କ୍ରିନରେ ଫର୍ମ ଖୋଲିଯିବ

ଫର୍ମରେ ମଗାଯାଇଥିବା ସମସ୍ତ ତଥ୍ୟ ସଠିକ ଭାବରେ ପୂରଣ କରନ୍ତୁ

ଏହାପରେ ପାସବୁକ୍ କିମ୍ବା କ୍ୟାନ୍ସଲ ଚେକ୍ କିମ୍ବା ଆଇଡି ସ୍କାନ କରି ଅପଲୋଡ କରନ୍ତୁ

ଶେଷରେ ସବମିଟ୍ କରିବା ଦ୍ୱାରା ପଞ୍ଜିକରଣ ପ୍ରକ୍ରିୟା ଶେଷ ହୋଇଯିବ ।

Get real time updates directly on you device, subscribe now.