fbpx

ଠୁକରା କେ ମେରା ପ୍ୟାର ମେରା ଇନ୍ତକାମ ଦେଖେଗି ! ୪ ବର୍ଷ ଗୋଡେଇ ଗୋଡେଇ ନୟାନ୍ତ ହେଲେ ଛାତ୍ରୀ ପଟିଲାନି.. ତା ପରେ ଗଳା କାଟି ହତ୍ୟା

ନୂଆଦିଲ୍ଲୀ : ଝାଡଖଣ୍ଡର କୋଡର୍ମା ଜିଲ୍ଲାରେ ଜଣେ ଶିକ୍ଷକ ପାଗଳାମି ଦେଖିବାକୁ ମିଳିଛି । ଚାରି ବର୍ଷ ଧରି ଜଣେ ଛାତ୍ରୀଙ୍କ ପଛରେ ଗୋଡେଇ ଗୋଡେଇ ନୟାନ୍ତ ହେଲେ ଛାତ୍ରୀ ଜଣଙ୍କ ପଟିଲେନି । ଶେଷରେ ଛାତ୍ରୀ ଜଣଙ୍କୁ ଗଳା କାଟି ହତ୍ୟା କଲେ । ଅଭିଯୁକ୍ତ ଶିକ୍ଷକ ସହ ଅନ୍ୟ ୪ ଜଣ ସହଯୋଗୀକୁ ପୋଲିସ ଗିରଫ କରିଛି ।

ବାରମ୍ବାର ଛାତ୍ରୀଙ୍କୁ ପ୍ରେମ ନିମେଦନକୁ କରୁଥିଲେ ଶିକ୍ଷକ । ଦିନେ କି ଦୁଇ ଦିନ ନୁହେଁ, ପୁରା ୪ ବର୍ଷ । ଶୁଣିଲାନି ଛାତ୍ରୀ, ବୁଝିଲାନି ଟ୍ୟୁସନ୍ ମାଷ୍ଟର ହୃଦୟ ବାଣୀ । ବାରମ୍ବାର ପ୍ରତ୍ୟାଖାନା କଲା । ଶେଷରେ ଚରମ ନିଷ୍ପତ୍ତି ନେଲା ଟ୍ୟୁସନ୍ ମାଷ୍ଟର ।

ରାସ୍ତାରୁ ସମୁବଦିନ ପାଇର୍ ହଟାଇବାକୁ ପ୍ଲାନ୍ କଲା । ନିଛାଟିଆ ସ୍ଥାନକୁ ଛାତ୍ରୀଙ୍କୁ ଡାକି ପ୍ରଥମେ ତାଙ୍କୁ ଅପହରଣ କଲା । ଏଥିରେ ତାକୁ ୪ ଜଣ ସାଙ୍ଗ ସାହାଯ୍ୟ କରିଥିଲେ । ପରେ ତାଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା । ତା’ପରେ ଏକ ଅଖା ଭିତରେ ଭର୍ତ୍ତି କରାଯାଇ ପଥର ଖଣିରେ ପୋତି ଦିଆଯାଇଥିଲା।

ଅନ୍ୟପକ୍ଷରେ ସେହି ଦିନ ଠାରୁ ପୋଲିସ ଉକ୍ତ ବାଳିକାକୁ ଖୋଜିବାରେ ଲାଗିଥିଲା। ସନ୍ଦେହ ଆଧାରରେ ପୋଲିସ ଟ୍ୟୁସନ୍ ମାଷ୍ଟରକୁ ଗିରଫ କରି ତାଙ୍କୁ ପଚରାଉଚରା କରିଥିଲା । ସେ ନିଜ ଅପରାଧ ସ୍ୱୀକାର କରିଥିଲେ। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣଙ୍କୁ ଗିରଫ କରାଯାଇଛି।

Get real time updates directly on you device, subscribe now.