fbpx
BJD
BJD SKY
BJD SKY

ଉତ୍କଳ ଦିବସରେ ଓଡିଶା ପୋଲିସକୁ ମିଳିଲା ବଡ ସମ୍ମାନ: ଡିଜିପି ଦେଲେ ପୁରସ୍କାର

BJD

କଟକ: କଟକର ଷଷ୍ଠ ବାଟାଲିୟନଠାରେ ପାଳିତ ହୋଇଯାଇଛି ଓଡିଶା ପୋଲିସର ରାଜ୍ୟସ୍ତରୀୟ ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ପୋଲିସର ସାହସିକତା ଏବଂ ଉତ୍କୃଷ୍ଟ ସେବା ଯୋଗାଇ ଦେବା ପାଇଁ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ । ଏଥିସହ ଡିଜିପି ସହିଦ ପୋଲିସମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସେମାନଙ୍କ ପରିବାର ଲୋକଙ୍କୁ ସମ୍ମାନିତ କରିଛନ୍ତି । ଏହାସହିତ ପୋଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ମାନ୍ୟବର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା ବାର୍ତ୍ତାକୁ ଅତିରିକ୍ତ ଡିଜିପି ପାଠ କରିଥିଲେ ।

ଡିଜିପି ସୁନୀଲ ବଂଶଲ ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ଉଲ୍ଲେଖନୀୟ ପୋଲିସ ସେବା ପାଇଁ ପୋଲିସ ଅଧିକାରୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି । ଶ୍ରେଷ୍ଠ ଇନ୍ସପେକ୍ଟର ଭାବରେ ସବ୍ୟସାଚି ମଲ୍ଲ, ଅପରାଧ ଶାଖାର ଇନ୍ସପେକ୍ଟର ବିଭୁରଞ୍ଜନ ସୁନ୍ଦରାୟ, ସ୍ପେଶାଲ ବ୍ରାଞ୍ଚର ଇନ୍ସପେକ୍ଟର ସନ୍ତୋଷ କୁମାର ସାହୁ ଏହି ଅବସରରେ ପୁରସ୍କୃତ ହୋଇଛନ୍ତି । ସେହିପରି ପଞ୍ଚମ ଆଇ.ଆର ବାଟାଲିୟନ, ବୌଦ୍ଧକୁ ଶ୍ରେଷ୍ଠ ବାଟାଲିୟନ ଭାବେ ପୁରସ୍କାର ମିଳିଛି । ଏହା ବ୍ୟତୀତ ଶ୍ରେଷ୍ଠ ପରିବାର କଲ୍ୟାଣ କେନ୍ଦ୍ର ଭାବେ ଦ୍ୱିତୀୟ ସଶସ୍ତ୍ର ବାଟାଲିୟନ, ପରିବାର କଲ୍ୟାଣ କେନ୍ଦ୍ର ଝାରସୁଗୁଡା(ପ୍ରଥମ), ଓ.ଏସ୍.ଏ.ପି ଷଷ୍ଠ ବାଟାଲିୟନ, ପରିବାର କଲ୍ୟାଣ କେନ୍ଦ୍ର, କଟକ(ଦ୍ୱିତୀୟ), ତୁଳସୀପୁର ପରିବାର କଲ୍ୟାଣ କେନ୍ଦ୍ର, କଟକ(ତୃତୀୟ)କୁ ପୁରସ୍କାର ପ୍ରଦାନ କରିଥିଲେ ଡିଜିପି ବଂଶଲ ।

ଏହାପରେ ଭୁବନେଶ୍ୱର ସ୍ଥିତ ପୋଲିସ ଭବନଠାରେ ଚଳିତବର୍ଷ ପାଇଁ ୧୦୦ଜଣ ଏବଂ ୨୦୨୨ ପାଇଁ ୧୫ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପିଙ୍କ ପଦକ ପ୍ରଦାନ କରାଯାଇଛି । ତେବେ ସ୍ୱର୍ଗତଃ ଭ୍ରମରବର ସାହୁ ଏବଂ ସ୍ୱର୍ଗତଃ ରାଜେନ୍ଦ୍ର ମୋହନ ପଟ୍ଟନାୟକ ସ୍ମାରକୀ ସାହସିକତା ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଏହାସହିତ କନେଷ୍ଟବଳ ମଞ୍ଜିତ ବେହେରାଦଳାଇ, ଓ.ଏ.ପି.ଏଫ ଅର୍ଜୁନ ମଲ୍ଲିକ, ଓ.ଏ.ପି.ଏଫ ଦୀପ୍ତି ରଞ୍ଜନ କହଁର, କନେଷ୍ଟବଳ ପ୍ରିୟବତ ବେହେରାଙ୍କୁ ସ୍ୱର୍ଗତଃ ଭ୍ରମରବର ସାହୁ ସ୍ମାରକୀ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି କନେଷ୍ଟବଳ ହୃଷିକେଶ ଶବର, କନେଷ୍ଟବଳ ଦିନେଶ କୁମାର ନାୟକଙ୍କ ସ୍ୱର୍ଗତଃ ରାଜେନ୍ଦ୍ର ମୋହନ ପଟ୍ଟନାୟକ ସ୍ମାରକୀ ସାହସିକତା ସମ୍ମାନରେ ପୁରସ୍କୃତ ହୋଇଛନ୍ତି ।

Get real time updates directly on you device, subscribe now.