fbpx

ଖରାଦିନେ କେଉଁ କେଉଁ ପରିବା ଖାଇବା ଦ୍ୱାରା ମିଳିଥାଏ ଫାଇଦା ? ଆସନ୍ତୁ ଜାଣିବା

ଖରାଦିନେ ସବୁଜ ପନିପରିବା ଖାଇବା ବିଶେଷ ଲାଭଦାୟକ ହୋଇଥାଏ । ବିଶେଷ କରି ଖରାଦିନେ ବିନସ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ । ବିନସ୍ରେ ଭିଟାମିନ୍ ଓ ମିନେରାଲ୍ସ ଉତ୍ତମ ମାତ୍ରାରେ ରହିଛି । ଏହାସହ ଏଥିରେ ପ୍ରୋଟିନ୍, ଆଇରନ, ଜିଙ୍କ୍ ଓ ଭିଟାମିନ୍ କେ ଭରପୁର ମାତ୍ରାରେ ରହିଛି । ବିନସ୍ ଖାଇବା ଦ୍ୱାରା ଶରୀରରେ ପୋଷକ ତତ୍ତ୍ୱର ଅଭାବ ପୂରଣ କରିବାରେ ସହାୟକ ହୋଇଥାଏ ।

ଲାଉରେ ଭରପୁର ମାତ୍ରାରେ କ୍ୟାଲସିୟମ ରହିଛି । ଏହା ହାଡକୁ ମଜଭୂତ କରିଥାଏ । ଏହାସହ ଲାଉ ସେବନ କରିବା ଦ୍ୱାରା କୋଲେଷ୍ଟେରୋଲ୍ ସ୍ତର ଓ ଶର୍କରା ସ୍ତର ନିୟନ୍ତ୍ରଣ ହୋଇ ରହିଥାଏ । ତେଣୁ ଖରାଦିନେ ନିଶ୍ଚୟ ଲାଉ ସେବନ କରନ୍ତୁ ।

କଲରା ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ । ମାତ୍ର ସ୍ୱାଦରେ ପିତା ହୋଇଥିବାରୁ ଖୁବ୍ କମ୍ ଲୋକେ ଏହାକୁ ଖାଇଥାଆନ୍ତି । ମାତ୍ର ଖରାଦିନେ କଲରା ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ । ଏଥିରେ ଭିଟାମିନ ସି, ଆଇରନ, କ୍ୟାଲସିୟମ ଓ ପୋଟାସିୟମ ଭରପୁର ମାତ୍ରାରେ ରହିଛି । ଏହା ପାଚନ ତନ୍ତ୍ରକୁ ମଜଭୂତ କରିଥାଏ । ପେଟକୁ ଥଣ୍ଡା ରଖିବାରେ ମଧ୍ୟ ସହାୟକ ହୋଇଥାଏ ।

ଟମାଟୋର ବ୍ୟବହାର ଅଧିକାଂଶ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ହୋଇଥାଏ । ଏହାର ବ୍ୟବହାର ସାଲାଡ, ଚଟଣି ଆଦିରେ ମଧ୍ୟ ହୋଇଥାଏ । ଖରାଦିନେ ଟମାଟୋର ସେବନ କରିବା ଦ୍ୱାରା ଶରୀରରେ ଜଳର ଅଭାବ ଦୂର ହୋଇଥାଏ ।

Get real time updates directly on you device, subscribe now.