fbpx
BJD SKY
BJD SKY

ମାଂସପେଶୀର ଏହି ବିରଳ ରୋଗ ଅତ୍ୟନ୍ତ ସାଂଘାତିକ…ଶରୀରର ଏହି ଅଂଶ ବନ୍ଦ କରିଦିଏ କାମ! ଚିକିତ୍ସାକୁ ନେଇ ଚାଲିଛି ରିସର୍ଚ୍ଚ

BJD

ସମଗ୍ର ବିଶ୍ୱରେ ଏକରୁ ଅଧିକ ସାଂଘାତିକ ଏବଂ ବିରଳ ରୋଗ ଅଛି, ଯାହା ଉଭୟ ମହିଳା ଏବଂ ପୁରୁଷଙ୍କୁ ଟ୍ରିଗର କରିଥାଏ । କିନ୍ତୁ ଆଜି ଆମେ ଏକ ରୋଗ ବିଷୟରେ କହିବାକୁ ଯାଉଛୁ, ଯାହା ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ ଅଧିକ ପ୍ରଭାବିତ କରିଥାଏ । ଏହି ରୋଗର ନାମ ହେଉଛି ଡୁଚେନ୍ ମସକୁଲର ଡିଷ୍ଟ୍ରୋଫି । ଏହା ଏପରି ଏକ ରୋଗ, ଯେଉଁଥିରେ ରୋଗୀର ମାଂସପେଶୀ ଦୁର୍ବଳ ହୋଇଯାଏ । ଏହି ସମସ୍ୟାର ଶିକାର ହୋଇଥିବା ଲୋକଙ୍କ ପାଇଁ ଜୀବନରେ ସାମାନ୍ୟ କାର୍ଯ୍ୟକଳାପ ବି ଅଧିକ କଠିନ ହୋଇଯାଏ । ଏହି ରୋଗ ସାଢ଼େ ୩ ହଜାର ପୁଅଙ୍କ ମଧ୍ୟରେ ଜଣଙ୍କୁ ହୋଇଥାଏ । ଅବଶ୍ୟ କିଛି ମାମଲାରେ ମହିଳାମାନେ ମଧ୍ୟ ଏଥିରେ ପ୍ରଭାବିତ ହୋଇପାରନ୍ତି ଓ ସବୁଠାରୁ ଦୁଃଖଦ କଥା ହେଉଛି କି ଏହି ରୋଗର ଏପର୍ଯ୍ୟନ୍ତ କୌଣସି ଚିକିତ୍ସା ମିଳିପାରି ନାହିଁ ।

ଡୁଚେନ୍ ମସକୁଲର ଡିଷ୍ଟ୍ରୋଫିର ଲକ୍ଷଣ :-
ଡୁଚେନ୍ ମସକୁଲର ଡିଷ୍ଟ୍ରୋଫିରେ ମାଂସପେଶୀ ଦୁର୍ବଳ ହୋଇଯାଏ । ଏହାର ପ୍ରଥମ ଲକ୍ଷଣ ହେଉଛି ମାଂସପେଶୀରେ ଦୁର୍ବଳତା । ଧୀରେ ଧୀରେ ମାଂସପେଶୀ ଟିସୁକୁ କ୍ଷତି ପହଞ୍ଚାଇବା ଆରମ୍ଭ କରେ ଏବଂ ଏକ ସମୟ ଆସେ ଯେତେବେଳେ ବ୍ୟକ୍ତିର ତଳ ଭାଗ କାମ ବନ୍ଦ କରିଦିଏ । ଏହି ରୋଗର ଶିକାର ହୋଇଥିବା ପିଲାମାନେ କୌଣସି ପ୍ରକାର ଶାରୀରିକ କାର୍ଯ୍ୟକଳାପ କରିବାକୁ ସକ୍ଷମ ହୁଅନ୍ତି ନାହିିଁ । ଚାଲିବାରେ ଅସୁବିଧା ହେବା ଏବଂ କିଛି ସମୟ ପରେ ଏହା ସମଗ୍ର ଶରୀରକୁ ପ୍ରଭାବିତ କରିବା ଆରମ୍ଭ କରିଥାଏ । ଏପରିକି ବ୍ୟକ୍ତିଙ୍କୁ ଉଠିକି ବସିବାରେ ମଧ୍ୟ ଅସୁବିଧା ହୋଇଥାଏ । ଏହା ହାର୍ଟ ଏବଂ ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ୨୦ ବର୍ଷ ବୟସ ହେଲା ବେଳକୁ ରୋଗୀ ଭେଣ୍ଟିଲେସନ୍ ଉପରେ ନିର୍ଭର କରିବା ଆରମ୍ଭ କରିଦିଏ ।

ରୋଗର କାରଣ :-
ବଂଶାନୁକ୍ରମିକତାକୁ ଏହି ରୋଗ ପାଇଁ ଦାୟୀ ବୋଲି ବିବେଚନା କରାଯାଏ । ଅର୍ଥାତ୍ ଯେଉଁ ଲୋକଙ୍କ ପରିବାରରେ ପୂର୍ବରୁ କେହି ଏହି ରୋଗରେ ଆକ୍ରାନ୍ତ ହୋଇଥିବେ, ତେବେ ତାଙ୍କଠାରେ ଏହି ରୋଗ ବିକସିତ ହେବାର ବିପଦ ସୃଷ୍ଟି ହୋଇପାରେ । ସାଧାରଣତଃ ଏହାର ଲକ୍ଷଣ ୨ ରୁ ୪ ବର୍ଷ ବୟସରେ ଦେଖାଯାଏ । ଅନ୍ୟ ଏକ କାରଣ ହେଉଛି ପ୍ରୋଟିନର ଅଭାବ । ଡିଷ୍ଟ୍ରୋଫିନ୍ ନାମକ ଏକ ପ୍ରୋଟିନ୍ ମୁଖ୍ୟତଃ ମାଂସପେଶୀରେ ଦେଖାଦେଇଥାଏ । ଏହାର ଅଭାବରୁ ଡୁଚେନ୍ ମସକୁଲର ଡିଷ୍ଟ୍ରୋଫି ନାମକ ରୋଗ ହୋଇଥାଏ ।

କାହିଁକି ପୁରୁଷମାନେ ଅଧିକ ବିପଦ :-
ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ରୋଗ ପୁରୁଷମାନଙ୍କଠାରେ ଅଧିକ ଦେଖାଯାଏ କାରଣ ଡିଷ୍ଟ୍ରୋଫିନ୍ ଜିନ୍ ଏକ୍ସ କ୍ରୋମୋଜୋମରେ ହୋଇଥାଏ ଏବଂ ପୁରୁଷମାନଙ୍କ ପାଖରେ ଗୋଟିଏ ଏକ୍ସ କ୍ରୋମୋଜୋମ୍ ଥାଏ କିନ୍ତୁ ମହିଳାମାନଙ୍କର ଦୁଇଟି କ୍ରୋମୋଜୋମ୍ ଥାଏ । ତେଣୁ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଡିଷ୍ଟ୍ରୋଫିନ୍ ଉତ୍ପାଦନ କରନ୍ତି । ଏହି କାରଣ ଯୋଗୁଁ ମହିଳାମାନଙ୍କୁ ଡିଏମଡି ହେବାର ବିପଦ କମ୍ ରହିଥାଏ ।

Get real time updates directly on you device, subscribe now.