fbpx

ଓଡ଼ିଶା ଆସିବେ ନିତିଶ! ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ବର୍ତ୍ତମାନ ଦେଶରେ ବିଧାନସଭା ନିର୍ବାଚନ ପ୍ରଚାର ଚାଲିଛି । ବିରୋଧୀ ଦଳ ମଧ୍ୟରେ ଲଢେଇ ଚାଲିଛି । ଏହାରି ମଧ୍ୟରେ ବିବାହର ମୁଖ୍ୟମନ୍ତ୍ରୀ ଅନ୍ୟାନ୍ୟ ରାଜ୍ୟକୁ ଗମନ କରି ମୁଖ୍ୟମନ୍ତ୍ରୀଙ୍କ ସହ ଭେଟୁଛନ୍ତି । ତେବେ ଆସନ୍ତା ୫ ତାରିଖରେ ବିହାରର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଓଡ଼ିଶା ଆସିବାର କଥା ସୂଚନା ମିଳିଛି । ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିପାରନ୍ତି ବୋଲି ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, ୫ତାରିଖ ଅର୍ଥାତ ଶୁକ୍ରବାର ଦିନ ଉଭୟ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ହୋଇପାରେ । ନୀତିଶଙ୍କ ଓଡ଼ିଶା ଗସ୍ତ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ତେବେ କିଛିଦିନ ତଳେ ପଶ୍ଚିମ ବଙ୍ଗଳା ମୁଖ୍ୟମନ୍ତ୍ରୀଙ୍କ ସଙ୍ଗେ ବିବାହ ମୁଖ୍ୟମନ୍ତ୍ରୀ ନିତିଶ ଭେଟିଥିଲେ । ବର୍ତ୍ତମାନ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ଖବର ପହଁଚିଛି ।

କେନ୍ଦ୍ରରୁ ବିଜେପି ସରକାରଙ୍କୁ ଗାଦିଚ୍ୟୁତ କାରିବା ପାଇଁ ଏବେ ବିରୋଧୀମାନେ ରଣ କୌଶଳ ଆପଣାଉଛନ୍ତି । ଏନେଇ ମମତା କହିଛନ୍ତି ଯେ, ଦେଶର ବିକାଶ ପାଇଁ ଆମେ ସମସ୍ତେ ନିଷ୍ପତ୍ତି ନେଉଛୁ ଯେ, ସମସ୍ତ ଦଳ ଏକାଠି ହୋଇ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବୁ । ତେବେ ଆଗକୁ ନିତିଶ ଓଡ଼ିଶା ଆସି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଭେଟିବା ପଛରେ କେଉଁ ରାଜନୈତିକ ଉଦ୍ଦେଶ୍ୟ ରହିଛି ତାହା ବର୍ତ୍ତମାନ ଜଣା ପଡିନାହିଁ । ତେଣୁ ଏବେ ଠାରୁ ସେ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.