fbpx

(Video) କ’ଣ କଲା ସେ! ଚିୟର ଲିଡରଙ୍କୁ ନିଜ ଇସାରାରେ ନଚାଇଦେଲେ ଯୁବକ; ଭିଡିଓ ଭାଇରାଲ

ମୁମ୍ବାଇ: ଆଇପିଏଲରେ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଖେଳ ଆରମ୍ଭ ହୋଇଯାଇଛି । ଦିନକୁ ଦିନ ଟୁର୍ଣ୍ଣାମେଣ୍ଟର ରୋମାଞ୍ଚ ଖୁବ ବଢିବାରେ ଲାଗିଛି । ଯୁବ ଖେଳାଳିଙ୍କ ପ୍ରଦର୍ଶନ ଏବଂ ପୁରୁଣା ଖେଳାଳିଙ୍କ ଜଲୱା ଭିତରେ କ୍ରିକେଟ ପ୍ରେମୀ ହଜି ଯାଇଥିବା ବେଳେ ମ୍ୟାଚ ମଝିରେ ଆଉ ଏକ ଘଟଣା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ଆଇପିଏଲର ଚିୟର ଗାର୍ଲଙ୍କର ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଚିୟର ଗାର୍ଲଙ୍କ ଅପେକ୍ଷା ସମସ୍ତଙ୍କୁ ମଜା ଦେଇଛି ଆଉ କିଛି ଦୃଶ୍ୟ ।

ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ହୋଇଥିବା ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଛି । କିନ୍ତୁ ବନ୍ଦ ହୋଇନାହିଁ ଦର୍ଶକଙ୍କ ଏଣ୍ଟରଟେନମେଣ୍ଟ । ଷ୍ଟାଡିୟମରୁ ଜଣେ ଯୁବକ ସମସ୍ତଙ୍କୁ ନିଜ ଷ୍ଟାଇଲରେ ଏଣ୍ଟରଟେନ କରୁଥିବା ଦେଖାଯାଇଛି । ଚିୟର ଗାର୍ଲଙ୍କୁ ସେ ନିଜ ଇସାରାରେ ନଚାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଚେନ୍ନାଇ ଜର୍ସିରେ ଜଣେ ଯୁବକ ଚିୟର ଗାର୍ଲଙ୍କ ସାମନାରେ ଦର୍ଶକ ଗ୍ୟାଲେରୀରେ ନାଚିଛନ୍ତି । ତେବେ ଚିୟର ଗାର୍ଲ ମଧ୍ୟ ତାଙ୍କ ଷ୍ଟେପ୍ସକୁ ଫଲୋ କରିବା ସହ ଯୁବକଙ୍କ ଅନୁସାରେ ନାଚୁଥିବାର ଏହି ଭିଡିଓରେ ଦେଖାଯାଉଛି ।

ତେବେ ଏହି ଘଟଣା ଦେଖି ସେଠାରେ ଉପସ୍ଥିତ ଦର୍ଶକ ଏହାର ଭିଡିଓ କରିଥିଲେ । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବା ସହ ଅନେକ ଲୋକ ଏହାକୁ ପସନ୍ଦ କରୁଛନ୍ତି ଏବଂ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି । ତେବେ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ସୁପର ଜିଆଣ୍ଟସ ୧୯.୨ ଓଭରରେ ୧୨୫-୭ରନ୍ ସଂଗ୍ରହ କରିଥିଲା । ତେବେ ବର୍ଷା ଯୋଗୁଁ ମ୍ୟାଚ ରଦ୍ଦ ହେବାରୁ ଉଭୟ ଦଳକୁ ୧-୧ ପଏଣ୍ଟ ମିଳିଛି ।

Get real time updates directly on you device, subscribe now.