fbpx

ରିସର୍ଚ୍ଚରୁ ଖୁଲାସା; ଫୋନରେ ଅଧିକ କଥା ହେଲେ ବଢିବ ବ୍ଲଡ-ପ୍ରେସର: ହୋଇପାରେ ଅନେକ ରୋଗ

ନୂଆଦିଲ୍ଲୀ: ଆଜିକାଲି ମୋବାଇଲ ଫୋନ ଆମ ଜୀବନଶୈଳୀର ଏକ ପ୍ରମୁଖ ଅଙ୍ଗ ପାଲଟି ଯାଇଛି । ବିଭିନ୍ନ କାମରେ ମୋବାଇଲ ଆମକୁ ସାହାଯ୍ୟ କରୁଥିବା ବେଳେ ଏହାର ଅନେକ ଖରାପ ପ୍ରଭାବ ମଧ୍ୟ ପକାଇଥାଏ । ଏହାର ବହୁଳ ବ୍ୟବହାର ସ୍ୱାସ୍ଥ୍ୟ ପକ୍ଷେ ବିପଦ ଜନକ ହୋଇପାରେ । ଅଧିକ ସମୟ ମୋବାଇଲରେ କଥା ହେବା ଦ୍ୱାରା ଜଣେ ବ୍ୟକ୍ତିଙ୍କୁ ବଭିନ୍ନ ପ୍ରକାର ରୋଗ ହେବାର ସମ୍ଭାବନା ରହିଥାଏ । ତେବେ ଜାଣି ରଖନ୍ତୁ ୩୦ ମିନିଟରୁ ଅଧିକ ସମୟ କଥା ହେବା ଦ୍ୱାରା ମଣିଷର ରକ୍ତଚାପ ବଢିଥାଏ ବୋଲି ଜାଣିବାକୁ ମିଳିଛି ।

ମୋବାଇଲରେ ଅଧିକ ସମୟ କଥା ହେବା ଦ୍ୱାରା ମାନସିକ ସ୍ତରରେ ପ୍ରଭାବ ପଡିଥାଏ । ଏହା ସ୍ୱାସ୍ଥ୍ୟ ପକ୍ଷେ ଖୁବ ବିପଦ ଜନକ ହୋଇପାରେ । ସପ୍ତାହକୁ ୩୦ ମିନିଟରୁ ଅଦିକ ସମୟ କଥା ହେଲେ ଶରୀରରେ ଉଚ୍ଚ ରକ୍ତଚାପ ବା ହାଇପରଟେନ୍ସନର ଆଶଙ୍କା ଆହୁରି ୧୨ ପ୍ରତିଶତ ବୃଦ୍ଧ ହୋଇଥାଏ । ସାରା ବିଶ୍ୱର ଜନସଂଖ୍ୟା ଭିତରୁ ପ୍ରାୟ ତିନି ଚତୁର୍ଥାଂଶ (୧୦ବର୍ଷ କିମ୍ବା ଅଧିକ)ଲୋକ ମୋବାଇଲ ବ୍ୟବହାର କରୁଛନ୍ତି । ମୋବାଇଲ ପୋନରୁ ବାହାରୁଥିବା ବିକିରଣ ଉଚ୍ଚ ରକ୍ତଚାପର ପ୍ରମୁଖ କାରଣ ହୋଇପାରେ । ଏହାଦ୍ୱାରା ହୃଦଘାତ ଏବଂ ଷ୍ଟ୍ରୋକ ହେବାର ଅଧିକ ଆଶଙ୍କା ରହିଥାଏ ।

ଚୀନର ସଦର୍ଣ୍ଣ ମେଡିକାଲ ୟୁନିଭର୍ସିଟି, ଗୁଅଙ୍ଗଝୁର ଗବେଷକ ତଥା ଅନୁଧ୍ୟାନ ଲେଖକ ସିଆନହୁଇ କହିଛନ୍ତି ଯେ, ମୋବାଇଲ ଫୋନ ଯେତେ ଅଧିକ ସମୟ ବ୍ୟବହାର କରାଯିବ ଶରୀର ପ୍ରତି ବିପଦ ସେତେ ଅଧିକ ହେବ । ତେଣୁ ଯଥା ସମ୍ଭବ ମୋବାଇଲ ଫୋନକୁ କମ୍ ମାତ୍ରାରେ ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ । ପ୍ରତିଦିନ ମୋବାଇଲ ଫୋନରେ କେବଳ ନିଜ ଅତ୍ୟାବଶ୍ୟକ କାର୍ଯ୍ୟ ବ୍ୟତୀତ ଅଯଥା ବ୍ୟବହାରରୁ ଦୂରେଇ ରହିବା ସ୍ୱାସ୍ଥ୍ୟ ପାଇଁ ଭଲ ।

Get real time updates directly on you device, subscribe now.