fbpx

ଦୁର୍ଘଟଣାର ଶିକାର ହେଲା ବାୟୁସେନାର ବିମାନ: ୪ ମୃତ ଅଳ୍ପକେ ବର୍ତ୍ତିଲେ ପାଇଲଟ

ନୂଆଦିଲ୍ଲୀ: ଏକ ବଡ ଦୁର୍ଘଟଣାର ଶିକାର ହୋଇଛି ଭାରତୀୟ ବାୟୁସେନାର ବିମାନ ମିଗ୍-୨୧ । ରାଜସ୍ଥାନର ହନୁମାନଗଡରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଦୁର୍ଘଟଣାରେ ଉଭୟ ପାଇଲଟ ସୁରକ୍ଷିତ ଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି । ମୃତକଙ୍କ ମଧ୍ୟରେ ୨ ମହିଳା ମଧ୍ୟ ସାମିଲ ଅଛନ୍ତି । ଉଡାଣ ଭରିବା ବେଳେ କୌଣସି କାରଣରୁ ପାଇଲଟଙ୍କ ନିୟନ୍ତ୍ରଣ ବାହାରକୁ ଯାଇଥିଲା ମିଗ୍-୨୧ । ଫଳରେ ବିମାନଟି ଏକ ଘର ଉପରେ ଖସି ପଡିଥିଲା । ଏହି ଦୁର୍ଘଟଣାରେ ୨ ମହିଳାଙ୍କ ସହ ୪ ଜଣ ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି । ତେବେ ଫାଇଟର ଜେଟର ଦୁଇ ପାଇଲଟ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣା ପରେ ଏହି ମାମଲାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛି ବାୟୁସେନା ।

Get real time updates directly on you device, subscribe now.