fbpx

ତାଣ୍ଡବ ରଚିବା ପରେ ଦୁର୍ବଳ ହେଉଛି ବାତ୍ୟା ‘ମୋକା’

ନୂଆଦିଲ୍ଲୀ: ତାଣ୍ଡବ ରଚିବା ପରେ ଦୁର୍ବଳ ହେଉଛି ବାତ୍ୟା ‘ମୋକା’ । ମିଆଁମାର ଓ ବାଂଲାଦେଶ ଉପକୂଳ ଛୁଇଁଲା ପରେ ବ୍ୟାତା ଯୋଗୁଁ ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି । ମିଆଁମାରର ବନ୍ଦର ନଗରୀ ସିଟୁରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସିଟୁରେ ରାସ୍ତାଘାଟ ସବୁ ପାଣିରେ ବୁଡ଼ିରହିଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟପଟେ ବାଂଲାଦେଶର କୋକ୍ସାବଜାରରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।

ବାତ୍ୟାର ପ୍ରଭାବରେ ମିଆଁମାରର ସିଟସିୱେ, କାୟୁକପିୟୁ ଏବଂ ଗୱା ଟାଉନସିପ୍ସିରେ ଘର, ବିଦ୍ୟୁତ ଟ୍ରାନ୍ସଫର୍ମର, ମୋବାଇଲ୍ ଟାୱାର ସେବା ବନ୍ଦ ରହିଛି । ସେହିପରି କୋକୋ ଦ୍ୱୀପପୁଞ୍ଜରେ ଥିବା ଏକ ବଡ ସ୍ପୋର୍ଡ୍ସ ବିଲ୍ଡିଂର ଛାତ ଭୁଶୁଡି ପଡିଛି । ଭୂସ୍ଖଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ଟାଚିଲେଇକ ଟାଉନସିପରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଦେଶର ପୂର୍ବଶାନ ରାଜ୍ୟର ଏକ ଉଦ୍ଧାରକାରୀ ଟିମ ସୂଚନା ଦେଇଛି ।

ସିଟସିଓ୍ବେରେ ପ୍ରାୟ ୩ ଲକ୍ଷ ଲୋକଙ୍କ ମଧ୍ୟରୁ ୪ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ସହରରେ ଉଚ୍ଚସ୍ଥାନରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ବର୍ତ୍ତମାନ ୨୦ ହଜାରରୁ ଊର୍ଦ୍ଧ୍ବ ଲୋକ ଆଶ୍ରୟ ନେଉଛନ୍ତି । ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ଯେ , ମିଆଁମାରରେ ତାଣ୍ଡବ ରଚାଇବା ପରେ ଧିରେ ଧିରେ ଦୁର୍ବଳ ହେଉଛି ବାତ୍ୟା ମୋକା । ଅନ୍ୟପଟେ ବାଂଲାଦେଶରେ ବାତ୍ୟା ମୋକା ବହୁ ଅଞ୍ଚଳରେ କ୍ଷତି ଘଟାଇଛି । କୋକ୍ସା ବଜାର ଏବଂ ଚଟ୍ଟୋଗ୍ରାମରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ।

Get real time updates directly on you device, subscribe now.