ମହିଳାଙ୍କ ପାଇଁ ବେଷ୍ଟ ହେଉଛି ଏହି ୫ଟି କ୍ୟାରିୟର: ଭଲ ଦରମା ସହିତ ଏହି କ୍ଷେତ୍ରର ରହିଛି ଚାହିଦା

ନୂଆଦିଲ୍ଲୀ: ଆଜିାର ସମୟରେ ପୁଅ-ଝିଅଙ୍କ ମଧ୍ୟରେ ପାର୍ଥକ୍ୟ ସମାପ୍ତ ହୋଇସାରିଛି । କୌଣସି କ୍ଷେତ୍ରରେ କାହାର ଜଣଙ୍କର ଦବଦବା ନାହିଁ, ପ୍ରତ୍ୟେକ ସେକ୍ଟରରେ ଯେକେହି ବି ପ୍ରବେଶ କରିପାରିବେ । ଏକ ରିପୋର୍ଟ ଅନୁସାରେ, ୨୦୨୩ରେ କିଛି କ୍ୟାରିୟର ଅପସନ୍ ରହିଛି ଯାହାକି ମହିଳାଙ୍କୁ ଭଲ ସଫଳତା ଦେଇପାରେ ଓ ଏହି ସେକ୍ଟରରେ ଭଲ ଇନକମ୍ କରିପାରନ୍ତି । ଆସନ୍ତୁ ଜାଣିବା ସେହି ସେକ୍ଟର ବିଷୟରେ…

ଏରୋସ୍ପେସ୍ ଇଞ୍ଜିନିୟର :-

ବିମାନ ଏବଂ ମହାକାଶଯାନର ଡିଜାଇନ୍, ଡେଭଲପମେଣ୍ଟ ଏବଂ ପ୍ରଡକ୍ସନ ଉପରେ ଜଣେ ଏରୋସ୍ପେସ୍ ଇଞ୍ଜିନିୟର କାମ କରିଥାଏ । ପ୍ରଥମତଃ ଏହି କ୍ଷେତ୍ରଟି ବହୁତ ଭଲ, ଦ୍ୱିତୀୟରେ ଏଥିରେ ଟଙ୍କା ଭଲ ମିଳିଥାଏ । ଏହା ବ୍ୟତୀତ ମହିଳାମାନଙ୍କ ପାଇଁ ଅଭିବୃଦ୍ଧିର ଭଲ ସମ୍ଭାବନା ରହିଛି ।

ଫାର୍ମାସିଷ୍ଟ :-
ଫାର୍ମାସିଷ୍ଟମାନେ ଡାକ୍ତରଖାନା ଏବଂ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ପାଇଁ କାମ କରନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେମାନେ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି । ଏଥି ସହିତ, କୋଭିଡ -୧୯ ପରେ ଏହି ସେକ୍ଟରରେ ବହୁତ ବୃଦ୍ଧି ଘଟିଛି, ଯାହା ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ସମାନ ରହିବ ବୋଲି ଆଶା କରାଯାଉଛି । ଝିିଅମାନେ ଏହି କ୍ଷେତ୍ରରେ କ୍ୟାରିୟର କରିପାରିବେ । ଏଡି ଫିଲ୍ଡରେ ଜବରଦସ୍ତ ଦରମା ସହିତ ଚାରକିରି ଅତି ସହଜରେ ମିଳିଯିବ ।

ଓକିଲ ହୋଇ କୌଣସି ଏକ ବିଟରେ ସ୍ପେଶାଲାଇଜେସନ୍ :-
ଏହି ଫିଲ୍ଡରେ ଯଦି ଆପଣ କୌଣସି ବିଟରେ ସ୍ପେଶାଲାଇଜେସନ ହାସଲ କରନ୍ତି, ଯେପରିକି କର୍ପୋରେଟ୍ ଆଇନ କିମ୍ବା ମେଡିକାଲ୍ ଆଇନ, ତେବେ ଆପଣ ବହୁତ ଟଙ୍କା ରୋଜଗାର କରିପାରିବେ । ଏଥିରେ ମହିଳାମାନେ ଏକ ସଫଳ କ୍ୟାରିୟର କରିପାରିବେ । ଏହା ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଚାକିରି ମଧ୍ୟରୁ ଗୋଟିଏ ।

ସୋସିଆଲ ମିଡିଆ ଚାକିରି :-
ଏହି କ୍ଷେତ୍ରରେ କ୍ୟାରିୟର କରି ଝିଅମାନେ ଭଲ ରୋଜଗାର କରୁଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଛି । ଅଭିଜ୍ଞତା ବଢ଼ିବା ସହିତ ୫ ରୁ ୧୦ ଲକ୍ଷ ଟଙ୍କା ଏହି କ୍ଷେତ୍ରରେ ସହଜରେ ରୋଜଗାର ହୋଇପାରିବ ।

ମାର୍କେଟିଂ ମ୍ୟାନେଜର୍ :-
ମହିଳାମାନେ ମଧ୍ୟ ଏହି କ୍ଷେତ୍ରରେ ଆଗକୁ ଆସୁଛନ୍ତି ଏବଂ ଭଲ ରୋଜଗାର କରୁଛନ୍ତି । ଅଭିଜ୍ଞତା ପରେ ଏହି କ୍ଷେତ୍ରରେ ବହୁତ ଭଲ ଦରମାର ଅଫର୍ ରହିଛି । ଏପରି ପରିସ୍ଥିତିରେ ଆପଣ ୨୦୨୩ ମସିହାରେ ଏହି କ୍ୟାରିୟର ଅପସନ୍ ବିଷୟରେ ମଧ୍ୟ ଚିନ୍ତା କରିପାରିବେ ।